Odia Pila: ଡାମେରା ରାବି ଦେଲା ଲୋ: ଓଡ଼ିଆଣୀ ପ୍ରେମରେ ନକ୍ସଲ ନେତା

52 minutes ago 1
ARTICLE AD BOX

ଭୁବନେଶ୍ୱର: ଓଡ଼ିଆ ଝିଅ ପ୍ରେମରେ ପଡିଲେ ସିନେମା ହଲ ମାଲିକ | ହେଲେ ବାଧକ ସାଜିଲା ଭାଷା | ତେବେ କାହାଣୀର ସବୁଠାରୁ ବଡ଼ ଟ୍ବିଷ୍ଟ ସେତେବେଳେ ଆସେ, ଯେତେବେଳେ ପୁଲିସ୍ ସିନେମା ହଲ ମାଲିକଙ୍କୁ ଜଣେ ମୋଷ୍ଟ-ୱାଣ୍ଟେଡ୍ ନକ୍ସଲବାଦୀ ଭାବେ ଖୋଜିବା ଆରମ୍ଭ କରେ। ନିଜ ନକ୍ସଲ ସାଥୀମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ କଲ୍ୟାଣ ଏକ ଶକ୍ତିଶାଳୀ ରାଜନେତାଙ୍କୁ ଅପହରଣ କରନ୍ତି। ଆମେ କହୁଛୁ ତେଲୁଗୁ ଫିଲ୍ମ 'କମ୍ରେଡ କଲ୍ୟାଣ'ର କାହାଣୀ | 

ବାସ୍ତବରେ ତେଲୁଗୁ ଅଭିନେତା ଶ୍ରୀ ବିଷ୍ଣୁ ଏବଂ ଅଭିନେତ୍ରୀ ମହିମା ନାମ୍ବିଆରଙ୍କ ଆଗାମୀ ଚଳଚ୍ଚିତ୍ର 'କମ୍ରେଡ୍ କଲ୍ୟାଣ' ଚଳିତ ମାସ ୯ ତାରିଖରେ ମୁକ୍ତିଲାଭ କରିବ। ହାସ୍ୟରସ, ପ୍ରେମ ଏବଂ ପାରିବାରିକ ଆବେଗରେ ଭରା ଏହି ସିନେମାରେ ଏକ ନକ୍ସଲବାଦୀ ପୃଷ୍ଠଭୂମିର ଝଲକ ଦେଖିବାକୁ ମିଳିଛି। ଫିଲ୍ମର କାହାଣୀ ୧୯୯୨ ମସିହାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳ ଉପରେ ଆଧାରିତ। କାହାଣୀରେ ଶ୍ରୀ ବିଷ୍ଣୁ (କଲ୍ୟାଣ) ଜଣେ ସିନେମା ହଲ୍ ମାଲିକ ଭୂମିକାରେ ଅଭିନୟ କରିଛନ୍ତି, ଯାହାଙ୍କ ମା’ (ରାଧିକା ଶରଥକୁମାର) ନନ୍ଦମୁରୀ ବାଲକୃଷ୍ଣଙ୍କ ଜଣେ ବଡ଼ ପ୍ରଶଂସିକା। କଲ୍ୟାଣ ଜଣେ ଓଡ଼ିଆ ଝିଅ (ମହିମା ନାମ୍ବିଆର)ଙ୍କ ପ୍ରେମରେ ପଡ଼ିବା ପରେ କାହାଣୀରେ ମଜାଦାର ମୋଡ଼ ଆସିଥାଏ, ଯେଉଁଥିରେ ଭାଷାଗତ ସମସ୍ୟା ପ୍ରମୁଖ ବାଧକ ସାଜିଥାଏ। ତେବେ କାହାଣୀର ସବୁଠାରୁ ବଡ଼ ଟ୍ବିଷ୍ଟ ସେତେବେଳେ ଆସେ, ଯେତେବେଳେ ପୁଲିସ୍ କଲ୍ୟାଣଙ୍କୁ ଜଣେ ମୋଷ୍ଟ-ୱାଣ୍ଟେଡ୍ ନକ୍ସଲବାଦୀ ଭାବେ ଖୋଜିବା ଆରମ୍ଭ କରେ। ନିଜ ନକ୍ସଲ ସାଥୀମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁ କଲ୍ୟାଣ ଏକ ଶକ୍ତିଶାଳୀ ରାଜନେତାଙ୍କୁ ଅପହରଣ କରନ୍ତି |

ତେଲୁଗୁ ଫିଲ୍ମରେ ଓଡ଼ିଆ ଝଲକ

ଏହି ଫିଲ୍ମ ତେଲୁଗୁ ଭାଷାରେ ନିର୍ମିତ ହୋଇଥିବାବେଳେ ଓଡ଼ିଆ ଝଲକ ପୁରା ଦେଖିବାକୁ ମିଳିଛି | ବିଶେଷ କରି ଏହି ସିନେମାରେ 'ଓଡ଼ିଆ ପିଲା' ଶୀର୍ଷକରେ ଏକ ମସ୍ତି ଗୀତ ରହିଥିବାବେଳେ ଏହା ଶ୍ରୋତାଙ୍କ ମନ ଜିଣିଥିଲା। ବିଜୟ ବୁଲଗାନିନଙ୍କ ସଙ୍ଗୀତ ନିର୍ଦ୍ଦେଶନା ଓ ସିଦ୍ ଶ୍ରୀରାମଙ୍କ କଣ୍ଠଦାନରେ ପ୍ରସ୍ତୁତ ଏହି ମେଲୋଡି ଗୀତଟିରେ ଜଣେ ଯୁବକର ଓଡ଼ିଆ ଝିଅ ପ୍ରତି ଥିବା ପ୍ରେମକୁ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି। ସେହିପରି ଏହି ସିନେମାରେ ପ୍ରମୁଖ ଭୂମିକାରେ ମଜାଦାର ଅନ୍ଦାଜରେ ଅଭିନୟ କରିଥିବା ଉପେନ୍ଦ୍ର ଲିମାୟେ ପୁରୀର ଜଣେ ବ୍ୟକ୍ତି ବିଶ୍ୱାସ ଭୂମିକାରେ ଅଭିନୟ କରିଛନ୍ତି | ତାଙ୍କର ଏଣ୍ଟ୍ରି ସମୟରେ ଓଡ଼ିଆ ଆଲବମ ଜଗତର ଲୋକପ୍ରିୟ ଗୀତ 'ଡାମେରା ରାବି ଦେଲା ଲୋ'କୁ ସ୍ଥାନ ଦିଆଯାଇଛି | 

ସାରା ଦେଶ ଦେଖିବ ଓଡ଼ିଶାର ଅପରୂପ ସୌନ୍ଦର୍ଯ୍ୟ

ବିଶେଷ କଥା ହେଉଛି ଯେ ଏହି ସିନେମାରେ ଆନ୍ଧ୍ର-ଓଡ଼ିଶା ସୀମାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ୧୯୯୨ର ବାତାବରଣ ସୁନ୍ଦର ଭାବେ ଫୁଟିଉଠିଛି। ମିଳିଥିବା ସୂଚନା ମୁତାବକ କୋରାପୁଟ, ମାଲକାନଗିରିର ଘଂଚ ଜଙ୍ଗଲରେ ଏହାର ସୁଟିଂ କରାଯାଇଥିବାବେଳେ ଓଡ଼ିଶାର ଗ୍ରାମ୍ୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି |

ଆହୁରି ପଢନ୍ତୁ:Kiara Advani: ଦ୍ବିତୀୟ ଥର ମା’ ହେବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ ନାୟିକା କିଆରା ଆଡଭାନୀ

ଜାନକୀରାମ ମାରେଲାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି କୋନା ଭେଙ୍କଟ | ଏହି ଚଳଚ୍ଚିତ୍ର ମାଧ୍ୟମରେ ମହିମା ନାମ୍ବିଆର ତେଲୁଗୁ ସିନେମା ଜଗତରେ ପାଦ ଥାପିଛନ୍ତି। ହାସ୍ୟରସାତ୍ମକ ଦୃଶ୍ୟରେ ସତ୍ୟ ଓ ସୁଦର୍ଶନ ପ୍ରମୁଖ ନଜର ଆସୁଥିବା ବେଳେ ମଲୟାଲମ୍ ଅଭିନେତା ସାଇନ୍ ଟମ୍ ଚାକୋ ଜଣେ ପୁଲିସ୍ ଅଫିସର୍ ଭୂମିକାରେ ଅଭିନୟ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.