Naveen Patnaik: ଓଡ଼ିଶାର ଅଧିକାର ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ କରିବି: ନବୀନ ପଟ୍ଟନାୟକ

4 days ago 5
ARTICLE AD BOX

 ଭୁବନେଶ୍ୱର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ ବିରୋଧ ବିଜୁ ଜନତା ଦଳ ଆଜି ଲୋଏର ପି ଏମ ଜି ରେ ବିରାଟ ବିକ୍ଷୋଭର ଆୟୋଜନ କରିଥିଲା। ଏହି ବିକ୍ଷୋଭରେ ସାମିଲ ହୋଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏମ ଏମ ଡି ଆର ସଂଶୋଧନ ଆଇନ  ବିରୋଧରେ ସମସ୍ତେ ଏକାଠି ଲଢ଼ିବା ପାଇଁ ଦଳ ମତ ନିର୍ବିଶେଷରେ  ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।

ନବୀନ ପଟ୍ଟନାୟକ  କହିଛନ୍ତି, ‘ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ ଓଡ଼ିଶାର ଅଧିକାର ଛଡେଇ ନେଇଛି। ଆମ ଜେନଜିଙ୍କ ଭବିଷ୍ୟତକୁ  ବିପଦରେ ପକାଇଛି। ତେଣୁ ଓଡ଼ିଶାର ସ୍ୱାର୍ଥ, ଜେନଜି ସ୍ୱାର୍ଥ ପାଇଁ ଆମକୁ ଲଢ଼ିବାକୁ ହେବ। ଓଡିଶାର ଅଧିକାର ପାଇଁ  ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢେଇ ହେବ। ଏ ଲଢେଇ କେବଳ ବିଜେଡିର ନୁହେଁ । ଏ ଲଢେଇ ସାଢେ ଚାରି କୋଟି ଓଡ଼ିଆଙ୍କ ଲଢେଇ।’

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ବିଷୟ ନବୀନ ପଟ୍ଟନାୟକ କହିଛନ୍ତି,‘  ଏହି ଆଇନକୁ ବିରୋଧ କରି  ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ତଥା ବିଧାନସଭାରେ  ସର୍ବସମ୍ମତ ପ୍ରସ୍ତାବ ପାରିତ କରିବା ପାଇଁ ସେ  ମୁଖ୍ୟମନ୍ତ୍ରୀଙ୍କୁ ଦୁଇଦୁଇ ଥର ପତ୍ର  ଲେଖିଥିଲେ । କିନ୍ତୁ ଉତ୍ତର ନାହିଁ। ସେହିପରି ବିଜେପିର କୋଡିଏ ଏମପିଙ୍କୁ ଲେଖିଥିବା ପତ୍ରର ମଧ୍ୟ ଉତ୍ତର ନାହିଁ। ଏ  ସରକାର କେବଳ ବାକ୍ୟବୀର। ଏହି ଆଇନ  ପାଇଁ ଓଡିଶା  ହଜାର ହଜାର କୋଟି ଟଙ୍କା  ପ୍ରତିବର୍ଷ କ୍ଷତି ସହିବ। କିନ୍ତୁ  ଓଡିଶାର ସ୍ୱାର୍ଥ ପାଇଁ ସରକାର ନୀରବ କାହିଁକି?  ଏ ମାଟି ଠାରୁ ଦଳ  କେବେ ବି ବଡ଼  ହୋଇ ପାରିବ ନାହିଁ । ଚୌକି ଆଜି ଅଛି କାଲି ନ ଥିବ। କିନ୍ତୁ ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ। ଜେନଜି ଆପଣଙ୍କୁ କ୍ଷମା ଦେବେ ନାହିଁ । ଓଡିଶା ବାସୀ କ୍ଷମା ଦେବେନାହିଁ। ଏମ ଏମ ଡି ଆର ସଂଶୋଧନ ଆଇନ କୁ ଓଡିଶାରେ କାର୍ଯ୍ୟକାରୀ କରାଇ  ନ ଦେବାକୁ ସଂକଳ୍ପ ବଦ୍ଧ ହେବାକୁ ପଡ଼ିବ।’

ଏହି ବିରାଟ ବିକ୍ଷୋଭରେ ରାଜ୍ୟର ବିଭନ୍ନ ଅଞ୍ଚଳରୁ ହକାର ହଜାର ଜନତା  ଯୋଗ ଦେଇଥିଲେ। ଦଳର ବରିଷ୍ଠ ନେତାମାନେ ଉଦବୋଧନ ଦେଇ ଏମଏମଡି ଆର ଆଇନରେ ଓଡିଶା ପ୍ରତି ହୋଇଥିବା ଅନ୍ୟାୟର ଦୃଢ଼ ବିରୋଧ କରି ଏହାର ପ୍ରତ୍ୟାହାର ଦାବି କରିଥିଲେ।

ଖୁଦପୁଟୁଳି ଡକାୟତି ଓ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.