NASA Photo: ଚନ୍ଦ୍ରରେ ୧୦ ହଜାରରୁ ଅଧିକ ଫାଟ!  NASA ଫଟୋ ବଢାଇଲା ଚିନ୍ତା

48 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଆକାଶରେ ଚମକୁଥିବା ଜହ୍ନକୁ ଦେଖିଲେ ମନରେ ଆସେ ଅନେକ ସ୍ୱପ୍ନ। ଦିନେ ଯେଉଁଠି ମଣିଷ ପାଦ ଥାପିଥିଲା, ଏବେ ସେଠାକୁ ପୁଣି ମଣିଷଙ୍କୁ ପଠାଇବାକୁ ଚାଲିଛି ପ୍ରସ୍ତୁତି। ହେଲେ ଏହି ଚନ୍ଦ୍ରପୃଷ୍ଠ ଭିତରେ ଲୁଚି ରହିଛି କି ବିପଦ? ନାସାର ଅନ୍ତରୀକ୍ଷ ଯାନରୁ ମିଳିଥିବା ଚିତ୍ର ଏବେ ବୈଜ୍ଞାନିକଙ୍କୁ କରିଛି ଚକିତ। ଚନ୍ଦ୍ରପୃଷ୍ଠରେ ଠାବ ହୋଇଛି ୧୦ ହଜାରରୁ ଅଧିକ ଭୂତାତ୍ତ୍ୱିକ ଫାଟ। ଏହି ଫାଟଗୁଡ଼ିକରେ ହୋଇପାରେ ଭୂକମ୍ପ! ତେବେ ଚନ୍ଦ୍ରରେ କାହିଁକି ହେଉଛି ଏଭଳି ପରିବର୍ତ୍ତନ? ଭବିଷ୍ୟତରେ ମଣିଷର ଚନ୍ଦ୍ର ଅଭିଯାନ ପାଇଁ ଏହା କେତେ ବଡ଼ ଚ୍ୟାଲେଞ୍ଜ କି ?  ନାସାର ଲୁନାର ରେକନେସାନ୍ସ ଅର୍ବିଟର କ୍ୟାମେରାରୁ ମିଳିଥିବା ଚିତ୍ରକୁ ଅଧ୍ୟୟନ କରି ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ୮ ହଜାର ୯୦୦ରୁ ଅଧିକ ଲୋବେଟ୍ ସ୍କାର୍ପ ଏବଂ ୨ ହଜାରରୁ ଅଧିକ ମାରେ ରିଜ୍ ଭଳି ଭୂତାତ୍ତ୍ୱିକ ଗଠନ ଚିହ୍ନଟ କରିଛନ୍ତି।

ଏହି ଗଠନଗୁଡ଼ିକ ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଶ ଥଣ୍ଡା ହୋଇ ଧୀରେ ଧୀରେ ସଙ୍କୁଚିତ ହେବା ସହ ଜଡ଼ିତ। ଚନ୍ଦ୍ରର ଆକାର କମିବା ଯୋଗୁଁ ତାହାର ପୃଷ୍ଠରେ ଚାପ ସୃଷ୍ଟି ହୁଏ। ଫଳରେ ଫାଟ ସୃଷ୍ଟି ହେବା ସହ ପୁରୁଣା ଫାଟରେ ମଧ୍ୟ ହଲଚଲ ହୋଇପାରେ। ଏହି ଅଧ୍ୟୟନ *ଦ ପ୍ଲାନେଟାରି ସାଇନ୍ସ ଜର୍ଣ୍ଣାଲ୍*ରେ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ଗତ ପ୍ରାୟ ୪୦ କୋଟି ବର୍ଷ ମଧ୍ୟରେ ଚନ୍ଦ୍ରର ବ୍ୟାସାର୍ଦ୍ଧ ପ୍ରାୟ ୪୫ ମିଟର ହ୍ରାସ ପାଇଛି। ଚନ୍ଦ୍ରପୃଷ୍ଠରେ ଏହି ଫାଟଗୁଡ଼ିକରେ ହଲଚଲ ହେଲେ ଭୂକମ୍ପ ସୃଷ୍ଟି ହୋଇପାରେ। ଏହାକୁ କୁହାଯାଏ ‘ମୁନ୍‌କ୍ୱେକ୍’। ଆପୋଲୋ ଅଭିଯାନ ସମୟରେ ଚନ୍ଦ୍ରରେ ଲଗାଯାଇଥିବା ସିସ୍ମୋମିଟର ମଧ୍ୟ ଏଭଳି ଭୂକମ୍ପ ରେକର୍ଡ କରିଥିଲା।

Landslide: କଲମ୍ବିଆରେ ସୁନା ଖଣିରେ ଭୂସ୍ଖଳନ ଘଟାଇଲା ବଡ଼ ବିପର୍ଯ୍ୟୟ

ପୃଥିବୀ ଭଳି ଚନ୍ଦ୍ରରେ ଏକାଧିକ ବଡ଼ ଟେକ୍ଟୋନିକ୍ ପ୍ଲେଟ୍ ନଥିବାରୁ ଏଠାରେ ଭୂକମ୍ପ କେଉଁଠି ହେବ, ତାହା ଆକଳନ କରିବା ଅଧିକ କଷ୍ଟକର।  ଏବେ ପ୍ରଶ୍ନ ଉଠୁଛି, ଏହା ମଣିଷର ଚନ୍ଦ୍ର ଅଭିଯାନକୁ ପ୍ରଭାବିତ କରିବ କି? ନାସାର ଆର୍ଟେମିସ୍ ଅଭିଯାନ ଜରିଆରେ ପୁଣି ଚନ୍ଦ୍ରରେ ମଣିଷକୁ ଅବତରଣ କରାଇବା ପାଇଁ ଯୋଜନା ଚାଲିଛି। ଏଭଳି ସ୍ଥିତିରେ ଚନ୍ଦ୍ରପୃଷ୍ଠରେ ଭୂକମ୍ପ ହେଲେ ମାଟି ଓ ପଥର ଖସିବା ସହ ମହାକାଶଚାରୀ ଏବଂ ସେମାନଙ୍କ ଉପକରଣ ପ୍ରଭାବିତ ହୋଇପାରନ୍ତି। ତେବେ ଏହାର ଅର୍ଥ ନୁହେଁ ଯେ ଚନ୍ଦ୍ରରେ ମଣିଷ ଓହ୍ଲାଇବା ଅସମ୍ଭବ। ବରଂ ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ବାଛିବାକୁ ଏହି ଫାଟଗୁଡ଼ିକର ଅଧିକ ଅଧ୍ୟୟନ ଜରୁରୀ। ଅର୍ଥାତ୍‌, ଜହ୍ନ ଯାତ୍ରାର ସ୍ୱପ୍ନ ସହ ଏବେ ଯୋଡ଼ି ହୋଇଛି ଭୂକମ୍ପର ବିପଦକୁ ବୁଝିବାର ନୂଆ ଚ୍ୟାଲେଞ୍ଜ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.