ARTICLE AD BOX
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଫୋନ୍ କରିଥିଲେ। ଏହି ଫୋନ୍ କଲ୍ ସମୟରେ ଉଭୟ ନେତା ପଶ୍ଚିମ ଏସିଆରେ ଜାରି ରହିଥିବା ସଙ୍କଟ ଏବଂ ଭାରତ-ଇସ୍ରାଏଲ ସ୍ବତନ୍ତ୍ର ରଣନୀତିକ ସହଭାଗିତାରେ ପ୍ରଗତିର...
/sambad/media/media_files/2026/08/06/06bbs_88_06082026_112-2026-08-06-22-11-22.jpg)
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଫୋନ୍ କରିଥିଲେ। ଏହି ଫୋନ୍ କଲ୍ ସମୟରେ ଉଭୟ ନେତା ପଶ୍ଚିମ ଏସିଆରେ ଜାରି ରହିଥିବା ସଙ୍କଟ ଏବଂ ଭାରତ-ଇସ୍ରାଏଲ ସ୍ବତନ୍ତ୍ର ରଣନୀତିକ ସହଭାଗିତାରେ ପ୍ରଗତିର ସମୀକ୍ଷା କରିଛନ୍ତି। ପିଏମ୍ଓ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପିଏମ୍ଓ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବେଞ୍ଜାମିନ ନେତାନ୍ୟାହୁ ଉଭୟ ରାଷ୍ଟ୍ରରେ ଏକାଧିକ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ସଂକ୍ରାନ୍ତ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।
ଆଞ୍ଚଳିକ ଉତ୍ତେଜନା ଲଗାତାର ଫୋକସ୍ରେ ରହିଥିବାବେଳେ ଉଭୟ ନେତା ନିକଟରେ ପଶ୍ଚିମ ଏସିଆରେ ଘଟିଥିବା ଘଟଣା ସଂକ୍ରାନ୍ତରେ ସେମାନଙ୍କ ମତ ଆଦାନ ପ୍ରଦାନ କରିଛନ୍ତି। ଦୁଇ ନେତା ଭାରତ -ଇସ୍ରାଏଲ ସ୍ବତନ୍ତ୍ର ରଣନୀତିକ ସହଭାଗିତାରେ ନିରନ୍ତର ପ୍ରଗତୀର ସମୀକ୍ଷା କରିଛନ୍ତି। ସେହିପରି ଉଭୟ ରାଷ୍ଟ୍ରରେ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ସୁଦୃଢ଼ କରିବା ଦିଗରେ ଉଭୟ ନେତା ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ବୋଲି ପିଏମ୍ଓ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଉଭୟ ନେତା ମଧ୍ୟ ପରସ୍ପର ସହ ଯୋଗାଯୋଗାରେ ରହିବାକୁ ରାଜି ହୋଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
5

