Nana Patekar: ନାନା ପାଟେକରଙ୍କ କିପରି ହୋଇଲା ଦେହାନ୍ତ? ଜାଣନ୍ତୁ ମୃତ୍ୟୁର କାରଣ

1 hour ago 2
ARTICLE AD BOX

ମୁମ୍ବାଇ: ଭାରତୀୟ ସିନେମା ଜଗତରେ ଆଜି ଶୋକର ଛାୟା ଖେଳି ଯାଇଛି। ବରିଷ୍ଠ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଭୋର ସମୟରେ ଗୋଆସ୍ଥିତ ତାଙ୍କ ବାସଭବନରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି।

ଗୋଆର ଡୋନା ପାଉଲାସ୍ଥିତ ଘରେ ନାନା ପାଟେକରଙ୍କୁ ଅଚେତନ ଅବସ୍ଥାରେ ପାଇଥିଲେ ପରିବାର ଲୋକ। ତାଙ୍କୁ ଶୀଘ୍ର ହସ୍ପିଟାଲ୍ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍‌ ଧରି ସିପିଆର୍ ଦେଇ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ସବୁ ଚେଷ୍ଟା ବିଫଳ ହୋଇଥିଲା। ନାନା ପାଟେକରଙ୍କ ପୁଅ ମଲହାର ପାଟେକର ମଧ୍ୟ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ନାନାଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି ଏବଂ ସେ ଗୋଆ ଯାଇ ପରେ ବିସ୍ତୃତ ବିବୃତ୍ତି ଦେବେ। ମୃତ୍ୟୁର ସଠିକ୍ କାରଣ ସମ୍ପର୍କରେ ଅଧିକ ଚିକିତ୍ସା ପ୍ରକ୍ରିୟା ଚାଲିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

ହୃଦ୍‌ଘାତରେ ମୃତ୍ୟୁ

୧୯୭୮ରେ ‘ଗମନ’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ନାନା ପାଟେକର ପରବର୍ତ୍ତୀ ସମୟରେ ନିଜର ନିଆରା ଅଭିନୟ ଶୈଳୀ ପାଇଁ ଘରେ ଘରେ ପରିଚିତ ହୋଇଥିଲେ। ‘ଅଙ୍କୁଶ’, ‘ପରିନ୍ଦା’, ‘ପ୍ରହାର’, ‘ତିରଙ୍ଗା’, ‘କ୍ରାନ୍ତିବୀର’, ‘ଖାମୋଶୀ’ ଓ ‘ୱେଲକମ୍‌’ ଭଳି ଅନେକ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥିଲା। ଗମ୍ଭୀର ଚରିତ୍ରଠାରୁ ଆରମ୍ଭ କରି ଖଳନାୟକ ଓ କମେଡି ପ୍ରାୟ ସବୁ ଭୂମିକାରେ ସେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଅଭିନୟରେ ଥିବା ତୀବ୍ରତା ଓ ସଂଳାପ ପରିବେଷଣର ଅନନ୍ୟ ଶୈଳୀ ତାଙ୍କୁ ଅନ୍ୟ ଅଭିନେତାଙ୍କଠାରୁ ଭିନ୍ନ କରିଥିଲା। ହିନ୍ଦୀ ସହ ମରାଠୀ ସିନେମାରେ ମଧ୍ୟ ନାନା ନିଜର ଦକ୍ଷତାର ଛାପ ଛାଡ଼ିଥିଲେ। ଜାତୀୟ ପୁରସ୍କାର ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଥିବା ଏହି କଳାକାରଙ୍କୁ ପଦ୍ମଶ୍ରୀ ମଧ୍ୟ ପ୍ରଦାନ କରାଯାଇଥିଲା।

ବିମାନ ଚଳାଚଳ ବାଧାପ୍ରାପ୍ତ

ବୟସ ବଢ଼ିଥିଲେ ମଧ୍ୟ ଅଭିନୟ ପ୍ରତି ତାଙ୍କ ଭଲପାଇବା କମିନଥିଲା। ଶେଷ ସମୟ ପର୍ଯ୍ୟନ୍ତ ସେ ସିନେମା ସହ ଜଡ଼ିତ ରହିଥିଲେ। ୨୦୨୫ରେ ‘ହାଉସଫୁଲ୍‌ ୫’ରେ ତାଙ୍କୁ ଦେଖିବାକୁ ମିଳିଥିବା ବେଳେ ‘ଓ ରୋମିଓ’ ଓ ‘ସୁବେଦାର’ ଭଳି ପ୍ରକଳ୍ପରେ ମଧ୍ୟ ତାଙ୍କ ଉପସ୍ଥିତି ରହିଥିଲା। ନାନା ପାଟେକରଙ୍କ ବିୟୋଗ କେବଳ ଜଣେ ଅଭିନେତାଙ୍କୁ ହରାଇବା ନୁହେଁ, ବରଂ ଭାରତୀୟ ସିନେମାର ଏକ ସ୍ୱତନ୍ତ୍ର ଅଭିନୟ ଅଧ୍ୟାୟର ଅବସାନ। ପରଦାରେ ତାଙ୍କ ଦମଦାର ସଂଳାପ, ଆଖିର ଭାବ ଓ ଚରିତ୍ରକୁ ଜୀବନ୍ତ କରିବାର ଶୈଳୀକୁ ଦର୍ଶକ ଦୀର୍ଘଦିନ ମନେ ରଖିବେ। ତାଙ୍କ ପରଲୋକରେ ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ର ଜଗତ ସହ ଅସଂଖ୍ୟ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.