Nagasaki atomic bomb anniversary: ‘ପରମାଣୁ ପ୍ରତିରୋଧ ଯୁଦ୍ଧର ଆଶଙ୍କା ବଢ଼ାଏ’

6 days ago 4
ARTICLE AD BOX

ଟୋକିଓ: ଆମେରିକାର ପରମାଣୁ ବୋମା ଆକ୍ରମଣର ୮୧ତମ ବର୍ଷପୂର୍ତ୍ତି ରବିବାର ଜାପାନର ନାଗାସାକିରେ ପାଳିତ ହୋଇଛି। ଏହି ଅବସରରେ ନାଗାସାକିର ପିସ୍‌ ପାର୍କରେ ଆୟୋଜିତ ସ୍ମୃତିସଭାରେ ସହରର ମେୟର ଶିରୋ ସୁଜୁକି ପରମାଣୁ ଅସ୍ତ୍ର ରଖିବା ଓ ପରମାଣୁ ପ୍ରତିରୋଧ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପରମାଣୁ ପ୍ରତିରୋଧ ଉପରେ ଯେତେ ଅଧିକ ନିର୍ଭରଶୀଳତା ବଢ଼ିବ, ପରମାଣୁ ଯୁଦ୍ଧର ଆଶଙ୍କା ସେତେ ଅଧିକ ହେବ।

୧୯୪୫ ଅଗଷ୍ଟ ୯ରେ ଆମେରିକା ନାଗାସାକି ଉପରେ ‘ଫ୍ୟାଟ୍‌ ମ୍ୟାନ୍‌’ ନାମକ ପ୍ଲୁଟୋନିୟମ୍‌ ବୋମା ପକାଇଥିଲା। ଏହାର ତିନି ଦିନ ପୂର୍ବରୁ ହିରୋସିମା ଉପରେ ପରମାଣୁ ବୋମା ପଡ଼ିଥିଲା। ନାଗାସାକି ଆକ୍ରମଣରେ ସେହି ବର୍ଷ ଶେଷ ସୁଦ୍ଧା ପ୍ରାୟ ୭୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ହିରୋସିମାରେ ପ୍ରାୟ ୧ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇଥିଲେ। ଏହାର ଛଅ ଦିନ ପରେ, ଅଗଷ୍ଟ ୧୫ରେ ଜାପାନ ଆତ୍ମସମର୍ପଣ କରିଥିଲା ଏବଂ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହୋଇଥିଲା।

CIA: ଆମେରିକା ଗୁପ୍ତଚର ସଂସ୍ଥାର ଚେତାବନୀ: ଇରାନର ହର୍ମୁଜ ବନ୍ଦ କ୍ଷମତା ପରମାଣୁ ବୋମାଠାରୁ ବି ଶକ୍ତିଶାଳୀ

ରବିବାର ଆୟୋଜିତ ସ୍ମୃତିସଭାରେ ୯୦ରୁ ଅଧିକ ଦେଶର ପ୍ରତିନିଧି ଯୋଗ ଦେଇଥିଲେ। ୧୯୪୫ ମସିହାରେ ଯେଉଁ ସମୟରେ ବୋମା ପକାଯାଇଥିଲା, ଠିକ୍‌ ସେହି ସମୟ ପୂର୍ବାହ୍ଣ ୧୧ଟା ୨ ମିନିଟ୍‌ରେ ଏକ ମିନିଟ୍‌ ନିରବତା ପାଳନ କରାଯାଇଥିଲା। ମେୟର ସୁଜୁକି କହିଛନ୍ତି, ପରମାଣୁ ଅସ୍ତ୍ରକୁ କେତେକ ଦେଶ ସମ୍ଭାବ୍ୟ ଆକ୍ରମଣକୁ ରୋକିବାର ଉପାୟ ବୋଲି ମନେ କରୁଛନ୍ତି। କିନ୍ତୁ ହିରୋସିମା ଓ ନାଗାସାକିର ଘଟଣା ପ୍ରମାଣ କରିଛି ଯେ ମଣିଷ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ସୀମା ମଧ୍ୟ ଅତିକ୍ରମ କରିପାରେ। ତେଣୁ ପରମାଣୁ ଅସ୍ତ୍ରକୁ ‘ସମ୍ପୂର୍ଣ୍ଣ ଅଶୁଭ’ ବୋଲି ସେ ଅଭିହିତ କରିଛନ୍ତି। ସମସ୍ତ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଓ ପରମାଣୁ ପ୍ରତିରୋଧ ଉପରେ ନିର୍ଭରଶୀଳ ଦେଶର ନେତାମାନଙ୍କୁ ଏହି ବିପଦକୁ ବୁଝିବାକୁ ସେ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ମେୟର ସୁଜୁକି ଜାପାନ ସରକାରକୁ ଦେଶର ପରମାଣୁବିହୀନ ନୀତି ପାଳନ କରିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସ୍ମୃତିସଭାରେ ଯୋଗ ଦେଇ ବିନା ପରମାଣୁ ଅସ୍ତ୍ରର ବିଶ୍ବ ପାଇଁ ‘ବାସ୍ତବବାଦୀ ଓ ବ୍ୟବହାରିକ’ ଆଭିମୁଖ୍ୟ ଆପଣାଇବା କଥା କହିଥିଲେ। ଜାପାନ ସରକାର ପରମାଣୁ ଅସ୍ତ୍ର ନିଷେଧ ସନ୍ଧିରେ ଏପର୍ଯ୍ୟନ୍ତ ସ୍ବାକ୍ଷର କରିନାହାନ୍ତି। ଆମେରିକାର ପରମାଣୁ ସୁରକ୍ଷା ବଳୟ ଉପରେ ଜାପାନ ନିର୍ଭର କରୁଥିବାରୁ ଏହି ପ୍ରସଙ୍ଗରେ ସରକାରଙ୍କ ନୀତିକୁ ନେଇ ପରମାଣୁ ବୋମାରୁ ବଞ୍ଚିଥିବା ‘ହିବାକୁଶା’ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ଜାପାନରେ ହିବାକୁଶାଙ୍କ ସଂଖ୍ୟା ୯୧,୧୦୫କୁ ହ୍ରାସ ପାଇଛି ଏବଂ ସେମାନଙ୍କ ହାରାହାରି ବୟସ ୮୬ ବର୍ଷରୁ ଅଧିକ। ଫଳରେ ପରମାଣୁ ବୋମାର ଅନୁଭୂତି ଓ ତାହାର ଶିକ୍ଷା ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ନେଇ ଚିନ୍ତା ବଢ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.