ARTICLE AD BOX
ନବରଙ୍ଗପୁର(ସୁରେଶ ନାଇଡ଼ୁ): ୨୦୨୦ରେ ଉମରକୋଟ ଥାନା ଅଂଚଳରେ ଜୈନେକା ନାବାଳିକାଙ୍କୁ ସେହିଥାନା ଅଂଚଳର ଅଭିଯୁକ୍ତ ଗୋପୀନାଥ ଭତ୍ରା ଦୁଷ୍କର୍ମ କରିଥିଲେ। ଆଜି (ଗୁରୁବାର) ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ କୋର୍ଟର ବିଚାରପତି ବାସୁଦେବ ଆଚାର୍ଯ୍ୟ ମାମଲାର ବିଚାର କରି ଅଭିଯୁକ୍ତ ଦୁର୍ଯ୍ୟୋଧନ ହରିଜନଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହ ଅଭିଯୁକ୍ତ ଅର୍ଥଦଣ୍ଡ ବାବଦକୁ ୧୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Minor Rape Attempt Case: ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା: ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା
ସୂଚନା ମୁତାବକ, ୨୦୨୦ ଏପ୍ରିଲ ୧୬ରେ ଉମରକୋଟ ଥାନା ଅଂଚଳର ଜଣେ ନାବାଳିକା ଶୌଚାଳୟକୁ ଯିବା ସମୟରେ ତାଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ। କାହାରିକୁ କହିଲେ ହତ୍ୟା କରିବାକୁ ଧମକ ଦେଇଥିଲେ। ଏନେଇ ପରିବାରବର୍ଗଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ପୀଡ଼ିତା ନାବାଳିକା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଇଥିଲେ।
Minor's rapist: ନାବାଳିକା ଦୁଷ୍କର୍ମକାରୀକୁ ୨୫ବର୍ଷ ଜେଲ୍: ସ୍କୁଲ୍ ହତାରୁ ପରିତ୍ୟକ୍ତ ଘରକୁ ଟେକି ନେଇଥିଲା
ଏହି ମାମଲାର ବିଚାର ଚାଳିଥିବା ବେଳେ ୧୮ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟଙ୍କ ବୟାନ ଅନୁଯାୟୀ କୋର୍ଟ ଅଭିଯୁକ୍ତକୁ ଉପରୋକ୍ତ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହ ଜିଲ୍ଲା ଆଇନସେବା ପ୍ରାଧୀକରଣକୁ ଉକ୍ତ ନାବାଳିକାକୁ ଅନୁକୁମ୍ପାମୂଳକ ସହାୟତା ୫ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମୃତ୍ୟୁଞ୍ଜୟ ମହାରାଣା ମାମଲା ପରିଚାଳନା କରୁଥିଲେ।

49 minutes ago
1


