Music Video: ମ୍ୟୁଜିକ୍ ଭିଡିଓରେ ପୁଣି ଚମକିଲେ ଶୁଭୋଜିତ୍

2 hours ago 1
ARTICLE AD BOX

ଭୁବନେଶ୍ବର: ସ୍ନେହଲତା ପ୍ରଡକ୍ସନସ୍ ବ୍ୟାନରରେ ନିର୍ମିତ ନୂଆ ମ୍ୟୁଜିକ୍ ଭିଡିଓ "ଜୀବନ ଏମିତି ଚାଲିଥାଉ" ରିଲିଜ୍ ହୋଇଯାଇଛି। ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଜଣାଶୁଣା ଟିଭି ଉପସ୍ଥାପକ ଶୁଭୋଜିତ୍ ପଣ୍ଡା । ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି ଅନନ୍ୟା, ଆସ୍ଥା, ପ୍ରାଚୀରାଣୀ, ସ୍ଥିତିପ୍ରଜ୍ଞା, ଆୟୁଷ୍ମାନ, ସାଇ ସୌମ୍ୟକାନ୍ତ, ପ୍ରୟାଂଶ ଏବଂ ଇତିଶ୍ରୀ । ସହ କଳାକାର ରୂପେ ଅଛନ୍ତି, ଅନିନ୍ଦିତା, ଅନୁଭବ, ସଚେତ, ଗୁଡୁ ଏବଂ ଦୀପକ୍ । ଜଣେ ବ୍ୟକ୍ତି କିପରି ୮ଜଣ ଅନାଥ ଶିଶୁଙ୍କ ସଂଘର୍ଷମୟ ଜୀବନରେ ହସ, ଖୁସି ଓ ପ୍ରେମ ଭରିଦିଏ, ତାହା ହିଁ ଏହି ମ୍ୟୁଜିକ୍ ଭିଡିଓର ବିଷୟବସ୍ତୁ । ଏହି ଭଳି ବିଷୟବସ୍ତୁ ଓଡ଼ିଆ ମ୍ୟୁଜିକ୍ ଭିଡିଓ ଦୁନିଆରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ।

ସମ୍ବିତ ଦାସଙ୍କ ମନଛୁଆଁ କଣ୍ଠସ୍ବର ଏବଂ ସୁବ୍ରତ ଜେନାଙ୍କ ଲେଖାରେ ଆୟୁଷ୍ମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଯୋଗୀ ଉକ୍ତ ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଓ ନୃତ୍ୟ ସଂଯୋଜନା କରିଥିବା ବେଳେ କ୍ରିଷ୍ଣା ଡି.ଓ.ପି ଭାବରେ ଜଡ଼ିତ। ପ୍ରଯୋଜନା ଦାୟିତ୍ଵରେ ଅଛନ୍ତି ସ୍ନେହଲତା ପଣ୍ଡା, ପ୍ରଫୁଲ୍ଲ ପଣ୍ଡା ଏବଂ ଶୁଭଶ୍ରୀ ପଣ୍ଡା। ଭୁବନେଶ୍ୱର ଉପକଣ୍ଠ ଫୁଲନଖରାର ଅମାଣ ଗାଁରେ ଏହି ମ୍ୟୁଜିକ୍ ଭିଡିଓର ସୁଟିଂ ହୋଇଛି।

'କୁଆଁରୀ ଲାଜ' ପରେ ଏହା ତାଙ୍କର ଦ୍ୱିତୀୟ ମ୍ୟୁଜିକ୍ ଭିଡିଓ

ସୂଚନାଯୋଗ୍ୟ, ଟିଭି ଜଗତରେ ଜଣେ ପ୍ରତିଷ୍ଠିତ ଉପସ୍ଥାପକ ଭାବରେ ପରିଚିତ ଶୁଭୋଜିତ୍ ପଣ୍ଡା ପୂର୍ବରୁ ୮ରୁ ଊର୍ଦ୍ଧ୍ବ ଟିଭି କାର୍ଯ୍ୟକ୍ରମ ଏବଂ ୨,୫୦୦ରୁ ଅଧିକ ଷ୍ଟେଜ୍ ପ୍ରୋଗ୍ରାମରେ ଉପସ୍ଥାପନା କରିସାରିଛନ୍ତି। 'କୁଆଁରୀ ଲାଜ' ପରେ ଏହା ତାଙ୍କର ଦ୍ୱିତୀୟ ମ୍ୟୁଜିକ୍ ଭିଡିଓ ଯାହା ସ୍ନେହଲତା ପ୍ରଡକ୍ସନସ୍ ର ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ |

Suspension Order: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ଆଇଏଫ୍‌ଏସ୍‌ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.