Women Safety: ମହିଳା ସୁରକ୍ଷା ଅଭିଯାନରେ ଲଭ୍‌ଲୀନା

34 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ମହିଳା ସୁରକ୍ଷା ଅଭିଯାନରେ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ବିଜୟିନୀ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍‌ଲୀନା ବଡ଼ଗୋହାଇଁ ସାମିଲ ହୋଇଛନ୍ତି। ସୋମବାର ରାଜୌରୀ ଗାର୍ଡେନ ମାର୍କେଟ ଅଞ୍ଚଳରେ ସେ ମହିଳା ପୁଲିସ କର୍ମଚାରୀଙ୍କ ସହ ପାଟ୍ରୋଲିଂ କରିଛନ୍ତି। ଏହି ଅବସରରେ ଲଭ୍‌ଲୀନା କହିଛନ୍ତି, ‘‘ମହିଳାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସର ଏହି ପଦକ୍ଷେପ ପ୍ରଶଂସନୀୟ। ଏଭଳି ଅଭିଯାନ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇବ।

ସେମାନେ ଭୟ ନକରି ସ୍ୱାଧୀନ ଭାବେ ଚଳାଚଳ କରିପାରିବେ। ମହିଳା ସୁରକ୍ଷାକୁ ସବୁ ଦିଗରୁ ଗୁରୁତ୍ୱ ଦିଆଗଲେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ’’। ମହିଳା ସଶକ୍ତୀକରଣରେ ମହିଳା କ୍ରୀଡ଼ାବିତ୍‌ଙ୍କ ମଧ୍ୟ ଭୂମିକା ରହିଛି ବୋଲି ଲଭ୍‌ଲୀନା କହିଥିଲେ।

ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ

ଦେଶ ପାଇଁ କାମ କରିବା ସହ ମହିଳାଙ୍କ ସଶକ୍ତୀକରଣ ଦିଗରେ ଯୋଗଦାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ। ସୂଚନା‌ଯୋଗ୍ୟ, ଅକ୍ଟୋବର ୨ରେ ଏସୀୟ କ୍ରୀଡ଼ା ମହିଳା ୭୫ କିଲୋଗ୍ରାମ୍‌ ଫାଇନାଲରେ ଚୀନ୍‌ର ବାଓ ଜିୟିଙ୍କୁ ୫-୦ରେ ହରାଇ ଲଭ୍‌ଲୀନା ସ୍ୱର୍ଣ୍ଣ ଜିତିଥିଲେ। ଏହି ବର୍ଗରେ ଏସୀୟ କ୍ରୀଡ଼ାରେ ଏହା ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ।

ଅପରାହ୍ନ ୩:୩୦ ମିନିଟରେ ନେବେ ଶପଥ

Read Entire Article
LEFT SIDEBAR AD

Hidden in mobile, Best for skyscrapers.