Murder: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

1 week ago 4
ARTICLE AD BOX

କଟକ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। କଟକ ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ୨ଟା ରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀ ରାତିରେ ଶୋଇଥିବା ସମୟରେ ହଟାତ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ହଠାତ ଘରୁ ଟାଙ୍ଗିଆ ବାହାର କରି ସ୍ତ୍ରୀକୁ ଆକ୍ରମଣ କରିଥିଲା ସ୍ୱାମୀ ଶୈଳେନ୍ଦ୍ର । ଅନ୍ୟ ଘରେ ବାପା ବୋଉ ଏବଂ ଭାଇ ଶୋଇଥିଲାବେଳେ କବାଟ ବାଡେଇବା ସହିତ ଅନ୍ୟ ସଦସ୍ୟମାନଙ୍କୁ ହାଣିବ ବୋଲି କହିବା ସହିତ ଘରୁ ବାହାରକୁ ଯାଇ ଫେରାର ହୋଇଯାଇଛି।

ଆହୁରି ପଢନ୍ତୁ: Truck: ଭୀମଦଳି ଘାଟିରେ ଓଲଟିଲା ଲୁହା ବୋଝେଇ ଟ୍ରକ୍: ରାୟଗଡ଼ା–ବ୍ରହ୍ମପୁର ଜାତୀୟ ରାଜପଥରେ ଯାତାୟାତ ଠପ୍

ଅନ୍ୟପଟେ ରୋଜାଲିନଙ୍କ ପରିବାର ଲୋକ ଏହି ହତ୍ୟାକାଣ୍ଡରେ ଶୈଳେନ୍ଦ୍ରଙ୍କ ପରିବାର ଲୋକ ସାମିଲ ଥିବା ଅଭିଯୋଗ କରିଥିଲାବେଳେ ଶୈଳେନ୍ଦ୍ରଙ୍କ ବାପା ମା ଏହି ଘଟଣା ଏକ ଆକସ୍ମିକ ଏବଂ ହତ୍ୟାର କାରଣ ସେ ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି। ଗତ ୨ ମାସ ତଳେ ଶୈଳେନ୍ଦ୍ର ଅହମଦାବାଦରେ କମ୍ପାନୀ ଚାକିରୀ ଛାଡି ଆସିଥିଲେ | କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ନାନକାର ଗାଁର ରୋଜାଲିନଙ୍କୁ ବିବାହ କରିଥିଲେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ସୁସମ୍ପର୍କ ଥିଲେ ହେଁ ହଠାତ ଏଭଳି ହତ୍ୟାକୁ ନେଇ କାରଣ ଖୋଜୁଛି ନେମାଳ ପୋଲିସ। ରୋଜାଲିନଙ୍କ ଶବ ବ୍ୟବଛେଦ ଏବଂ ଅଭିଯୁକ୍ତ ଶୈଳେନ୍ଦ୍ର ଧରାପଡିଲେ ସତ୍ୟାସତ୍ୟ ଜଣାପଡିବ ବୋଲି ନେମାଳ ପୋଲିସ ସୂଚନା ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.