Murder: ମାନସିକ ବିକାରଗ୍ରସ୍ତଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

1 hour ago 1
ARTICLE AD BOX

ପୁରୀ: ପୁରୀରେ ପୁଣି ହତ୍ୟା। ଜଗନ୍ନାଥ ବଲ୍ଲଭ ମଠ ପରିସର ଭିତରେ ଥିବା ସହରାଞ୍ଚଳ ଫାଣ୍ଡି ନିକଟରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପ୍ରାଥମିକ ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ଜଣେ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି। ହତ୍ୟାର କାରଣ ମଧ୍ୟ ଅସ୍ପଷ୍ଟ। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

୩ ଦିନରେ ୨ ହତ୍ୟା, ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ

ଗତ ସୋମବାର କୁମ୍ଭାରପଡ଼ାରେ ପୁଅ ନିଜ ମା'କୁ  ହତ୍ୟା କରି ପ୍ଲାଷ୍ଟର କରିଥିବା ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ୩ ଦିନ ଭିତରେ ଦୁଇ ଦୁଇଟି ହତ୍ୟା ପୁରୀ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Bank Employee: ବ୍ୟାଙ୍କ କର୍ମଚାରୀଙ୍କ ନିରୀହ ବିଧବାଙ୍କୁ ଟାର୍ଗେଟ୍: ବୀମା ଟଙ୍କା ନାଁରେ ୭୦ ହଜାରରୁ ଅଧିକ ଆଦାୟ, ଦୁର୍ବ୍ୟବହାର ଓ ଅସଦାଚରଣ ନେଇ ମଧ୍ୟ ଅଭିଯୋଗ

Read Entire Article
LEFT SIDEBAR AD

Hidden in mobile, Best for skyscrapers.