ARTICLE AD BOX
ଏନ୍ଟିଆର: ଆନ୍ଧ୍ରପ୍ରଦେଶର ଏନ୍ଟିଆର ଜିଲ୍ଲାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। କଂସେଇ ଦୋକାନ ପରିଚାଳନ କରୁଥିବା କଥିତ ପ୍ରେମିକ ନିଜ ପ୍ରେମିକାଙ୍କୁ ମାଂସ କାଟିଲା ଭଳି କିଟ୍ କିଟ୍ କରି କାଟିଛି। ହତ୍ୟାକାଣ୍ଡ ପରେ ମୃତଦେହକୁ କେନାଲରେ ଫିଙ୍ଗି ଦେଇଛି। ପୁଲିସକୁ ସୂଚନା ମିଳିଥିଲା ଯେ, ଗତ ୧୮ ତାରିଖ ଦିନ ଇବ୍ରାହିମପଟ୍ଟନମ ଥାନା ଅଞ୍ଚଳରେ ଭିଟିପିଏସ୍ କୁଲିଙ୍ଗ କେନାଲରେ ଜଣେ ମହିଳାଙ୍କର ମୃତଦେହ ମିଳିଛି। ମୃତଦେହ ଏଭଳି ଅବସ୍ଥାରେ ମିଳିଥିଲା ଯେ, ଚିହ୍ନିବା ସହଜ ନଥିଲା। ଏହା ପରେ ପୁଲିସ ନିଖୋଜ ମହିଳାମାନଙ୍କର ତଥ୍ୟ ସଂଗ୍ରହ କରିବା ସହିତ ତଦନ୍ତ ଆଗକୁ ବଢ଼ାଇ ପରିଚୟ ପାଇଥିଲା।
ପୁଲିସ କହିବା ଅନୁସାରେ ମୃତ ମହିଳା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ମଙ୍ଗଳଗିରି ନିବାସୀ କଲ୍ୟାଣୀ ଓରଫ ଦୁର୍ଗା। ସେ ନିଜର ସ୍ବାମୀ ଏବଂ ପରିବାର ଛାଡ଼ି ଏକାକୀ ରହୁଥିଲେ। ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ, ସେ ବିଜୟୱାଡାର ଭବାନୀପୁରମ ଅଞ୍ଚଳର ମାଂସ ଦୋକାନ ପରିଚାଳନା କରୁଥିବା ଜଣେ ବ୍ୟକ୍ତିଙ୍କ ସହିତ ସଂପର୍କରେ ଥିଲେ।
ତଦନ୍ତରୁ ଜଣା ପଡ଼ିଥିଲା ଯେ, କଲ୍ୟାଣୀ ଏବଂ ମାଂସ ଦୋକାନ ପରିଚାଳନ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଗତ ୧୭ ତାରିଖ ଦିନ ଟଙ୍କାକୁ ନେଇ ବିବାଦ ଉପୁଜିଥିଲା। ଏହି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସକୁ ସନ୍ଦେହ ହୋଇଥିଲା। ହତ୍ୟା ପରେ ଅଭିଯୁକ୍ତମାନେ ମୃତଦେହକୁ ଖଣ୍ଡଖଣ୍ଡ କରି ଭିଟିପିଏସ୍ କେନାଲରେ ଫିଙ୍ଗି ଦେଇଥିଲେ। ଶବର ଚିହ୍ନ ଯେପରି ନମିଳିବ ଅଭିଯୁକ୍ତମାନେ ସେହିଭଳି ଯୋଜନା କରିଥିଲେ ଏବଂ ଏହାକୁ କେନାଲରେ ଫିଙ୍ଗି ଦେଇଥିଲେ।
Dambu Murder Case Verdict: ଡମ୍ବୁ ହତ୍ୟାକାଣ୍ଡ: ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ଏହା ପରେ ପୁଲିସ ତଦନ୍ତ କାର୍ଯ୍ୟ ଆହୁରି ଆଗକୁ ବଢ଼ାଇ ଥିଲା। କଲ୍ୟାଣୀଙ୍କ ମୋବାଇଲ କଲ୍ ବିବରଣୀ ଯାଞ୍ଚ କରିଥିଲା। ମୋବାଇଲ କଲ୍ ସଂପର୍କିତ ଡାଟାର ଯାଞ୍ଚ ଆଧାରରେ ପୁଲିସ ୩ଜଣଙ୍କୁ ପଚରାଉଚୁରା ପାଇଁ ଅଟକ ରଖିଥିଲା। ପୁଲିସ ତଦନ୍ତ ସମୟରେ ମାଂସ ଦୋକାନ ପରିଚାଳନା କରୁଥିବା ଶଫିର ନାମ ସାମ୍ନାକୁ ଆସିଥିଲା। ସେ ଭବାନୀପୁରମର ଏଚ୍ପି କଲୋନିରେ ନିବାସୀ ଥିଲା ଏବଂ କଲ୍ୟାଣୀ ବାରମ୍ବାର ଟଙ୍କା ମାଗୁଥିଲା। କଲ୍ୟାଣୀ କଥିତ ଭାବେ ୫ ହଜାର ଏବଂ ୧୦ ହଜାର ଟଙ୍କା ମାଗୁଥିଲେ। ହତ୍ୟାକାଣ୍ଡରେ ମଟନ କଟାଯାଉଥିବା ଛୁରୀ ବ୍ୟବହାର କରାଯାଇଥିଲା। ପୁଲିସ ଜାଣିବାକୁ ପାଇଛି ଯେ, ହତ୍ୟାକାଣ୍ଡରେ ଶଫିକୁ ଅବଦୁଲ୍ଲା ଏବଂ ଦୁର୍ଗା ରାଓ ସହଯୋଗ କରିଥିଲେ। ପୁଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

36 minutes ago
1


