ARTICLE AD BOX
କଟକ: ବାଲିଯାତ୍ରା ତଳ ପଡ଼ିଆ ନଦୀପଠାରେ ନିର୍ମମ ହତ୍ୟାକାଣ୍ଡ । ନାବାଳକକୁ ଛୁରାମାଡ଼ କରି ସଂଘବଦ୍ଧ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ନଦୀପଠାକୁ ଡାକିନେଇ ସଂଘବଦ୍ଧ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି । ନଦୀପଠାରୁ ୧୦୦ ମିଟର ପର୍ଯ୍ୟନ୍ତ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଛାନଭିନ୍ ଚଳାଇଛି । କଟକ ସ୍ପେଶାଲ ସ୍କ୍ବାଡ୍ ଏସିପି ଏବଂ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଘଟଣାସ୍ଥଳରେ ସରଜମିନ ତଦନ୍ତ କରିଛନ୍ତି।
ତେବେ ହତ୍ୟାର ଶିକାର ନାବାଳକଙ୍କର ଏପର୍ଯ୍ୟନ୍ତ ପରିଚୟ ପାଇବାରେ ପୁଲିସ ବିଫଳ ହୋଇଛି । କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟ ରଖି ନାବାଳକକୁ ହତ୍ୟା କଲେ? ନଦୀ ପଠାକୁ ଡ଼ାକି ନେଇ ହତ୍ୟା କରିବା ପଛରେ ରହସ୍ୟ କଣ? ତାର ରହସ୍ୟ କାଢିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ରକ୍ତ ଛିଟାରୁ ଜଣାପଡିଛି ଯେ, ହତ୍ୟାକାଣ୍ଡ ଆଜି ସକାଳୁ କରାଯାଇଛି ।
ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ
ପାର୍ବଣ ଋତୁ ଚାଲିଥିବା ବେଳେ କଟକରେ ଅପରାଧ ବୃଦ୍ଧି ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନିକଟରେ କାଠଯୋଡ଼ି କୂଳରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ଫିଙ୍ଗାଯାଇଥିଲା । ସେହିଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ଅଷ୍ଟମୀ ପୂଜା ଦିନରେ ନାବାଳକଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ କଟକବାସୀ ଏବେ ଅସୁରକ୍ଷିତ ମନେକରୁଛନ୍ତି।
Elephant Calf : ଦୁର୍ଗାପୂଜାରେ କେନ୍ଦୁଝର ଜଙ୍ଗଲରେ ଖୁସି ଖବର, ୨୮ଟିକିଆ ହାତୀପଲରେ ଜନ୍ମ ନେଲା ହାତୀ ଶାବକ

1 hour ago
1


