Murder: ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ: ଅଭିଯୁକ୍ତ ଗିରଫ

1 hour ago 2
ARTICLE AD BOX

କୌଣସି କଥାକୁ ନେଇ ରାତିରେ ଦୁଇ ଭାଇଙ୍କ ମଧ୍ଯରେ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ିବା ପରେ ବଡ଼ଭାଇ ଉତ୍ତ୍ଯକ୍ତ ହୋଇ ଘରୁ ଟାଙ୍ଗିଆ ଆଣି ସାନକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ହିଁ ସାନଭାଇର ପ୍ରାଣ ଚାଲିଗଲା।

 (sambad.in) murder, accused arrested Photograph: (sambad.in)

ସୁନ୍ଦରଗଡ଼:  ହେମଗିର ଥାନା ନୂଆଡିହିରେ ଘଟିଛି ଏକ ଜଘନ୍ଯ ହତ୍ୟାକାଣ୍ଡ।  ସାନଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ଯା କରିଛି ବଡ଼ଭାଇ। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏ ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଛି। ମୃତ ସାନଭାଇ ହେଲେ କେଲାଲ ପଟେଲ। ଘଟଣା ପରେ ଅଭିଯୁକ୍ତ ବଡ଼ଭାଇ ତେଜଲାଲକୁ ପୁଲିସ ଗିରଫ କରିଛି ।

ଘଟଣାସ୍ଥଳରେ ମୃତ୍ୟୁ

କୌଣସି କଥାକୁ ନେଇ ରାତିରେ ଦୁଇ ଭାଇଙ୍କ ମଧ୍ଯରେ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ିବା ପରେ ବଡ଼ଭାଇ ଉତ୍ତ୍ଯକ୍ତ ହୋଇ ଘରୁ ଟାଙ୍ଗିଆ ଆଣି ସାନକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ହିଁ ସାନଭାଇର ପ୍ରାଣ ଚାଲିଗଲା। ସୂଚନାପାଇ ହେମଗିର ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଜବତ କରି ବ୍ଯବଚ୍ଛେଦ ପାଇଁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସହ ଅଭିଯୁକ୍ତକୁ ଗିରଫ କରିଛି।

Infrastructure: ଭୁଶୁଡ଼ୁଛି ବେଦବ୍ୟାସ କଲେଜ ଭିତ୍ତିଭୂମି, ବର୍ଷା ହେଲେ ପାଠପଢ଼ା ବନ୍ଦ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.