ARTICLE AD BOX
କଠୁଆ: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଜଣେ ସିଆଇଏସ୍ଏଫ୍ (ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଯବାନ ତାଙ୍କ ୪ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଅଫିସର୍ ଅଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ୪୦ରେ କଠୁଆ ଜିଲ୍ଲାର ବସୋହଲି ତହସିଲ ଅନ୍ତର୍ଗତ ସେବା-୨ ହାଇଡେଲ୍ ପାୱାର ପ୍ରୋଜେକ୍ଟର ସିଆଇଏସ୍ଏଫ୍ ଶିବିରରେ ଏହି ଘଟଣା ଘଟିଛି।
ଗୁଳିକାଣ୍ଡରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ଏସ୍ଆଇ ଲକ୍ଷ୍ମଣ ସିଂହ, କନେଷ୍ଟବଳ ରଫିକ ଅହମଦ ଓ କନେଷ୍ଟବଳ ସନ୍ଦୀପ କୁମାରଙ୍କ ମୃତ୍ୟୁ ହୋଇଛି। ଗୁଳି ଚଳାଇଥିବା ଯବାନ ଜଣକ ମୁଖ୍ୟ କନେଷ୍ଟବଳ ଅବଧେଶ କୁମାର ସିଂହ ବୋଲି ଜଣାପଡ଼ିଛି। ସେ ଅଫିସ୍ ପରିସରରେ ପଶି ଏକେ-୪୭ରୁ ଗୁଳି ଚଳାଇଥିବା ସୂଚନା ମିଳିଛି। ଗୁଳିକାଣ୍ଡରେ ଗୁରୁତର ଆହତ ୪ ଯବାନଙ୍କୁ ହିମାଚଳପ୍ରଦେଶର ଏନ୍ଏଚ୍ପିସି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ କଠୁଆରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସିଆଇଏସ୍ଏଫ୍ ପକ୍ଷରୁ ମଧ୍ୟ ଆଭ୍ୟନ୍ତରୀଣ ତଦନ୍ତ କରାଯାଉଛି।
ମୁଣ୍ଡଳୀସ୍ଥିତ ସିଆଇଏସ୍ଏଫ୍ କେଆରଟିସିକୁ ସମ୍ମାନଜନକ ସିବିସି ମାନ୍ୟତା
ସିଆଇଏସ୍ଏଫ୍ ମୁଖ୍ୟାଳୟ ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ୍ ଏନ୍କ୍ବାରି ନିର୍ଦ୍ଦେଶ ଦେଇଛି। ଗୁଳିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡ୍ୟୁଟି ପରିବର୍ତ୍ତନ ସମୟରେ ଯବାନମାନଙ୍କ ମଧ୍ୟରେ ବଚସା ହୋଇଥିବା ଏବଂ ଏହାପରେ ଅବଧେଶ ଗୁଳି ଚଳାଇଥିବା କୁହାଯାଉଛି। ସେବା-୨ ହାଇଡେଲ୍ ପାୱାର ପ୍ରୋଜେକ୍ଟ ବସୋହଲି ତହସିଲରେ ହିମାଚଳପ୍ରଦେଶ ସୀମା ନିକଟରେ ଅବସ୍ଥିତ।

38 minutes ago
1


