ARTICLE AD BOX
ଶୁକୃଳି: ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ଅନ୍ତର୍ଗତ ପାଣ୍ଡରଶୀଳ ଗ୍ରାମରେ ଏକ ଯୁବକର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଛି। ଯେଉଁଭଳି ଅବସ୍ଥାରେ ମୃତଦେହ ରହିଥିଲା ସେଥିରୁ ମୃତ୍ୟୁ ସ୍ବାଭାବିକ ନଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଯୁବକର ପରିଚୟ ମିଳିନଥିବା ଜଣାଯାଇଛି।
Young man dead: ତାମିଲନାଡୁରେ ମୃତ୍ୟୁର ୫ ଦିନ ପରେ ଓଡ଼ିଶା ଅଭିମୁଖେ ଯୁବକଙ୍କ ମରଶରୀର
ଏକ ଷ୍ଟିଲ୍ ପ୍ଲାଣ୍ଟ୍ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ଏକ ଗଛଡାଳରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି କେତେକ ଲୋକ ପୁଲିସକୁ ସୂଚିତ କରିଥିଳେ। ରରୁଁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକ ଜଣକ ଲାଲରଙ୍ଗର ସାର୍ଟରେ ଏକ ଛୋଟ ଗଛ ଡାଳରେ ଝୁଲନ୍ତା ଦେଖା ଯାଇଥିବା ବେଳେ ଦୁଇପାଦ କ୍ଷତାକ୍ତ ହୋଇଥିବା ଓ ରକ୍ତ ଝରି ରହିଥିବା ଦେଖା ଯାଇଥିଲା। ଘଟଣା ସ୍ଥଳରେ ଚପଲ ଓ ମୋବାଇଲ ଫୋନ ପଡିଥିବା ଦେଖିବାକୁ ମିଳିଥିଲା।
Kendrapara:ବିଦ୍ୟୁତ୍ ସେବାକେନ୍ଦ୍ର ଭିତରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯୁବକଙ୍କ ବୟସ ୩୦ରୁ ୩୫ବର୍ଷ ମଧ୍ୟରେ ହେବ। ଯୁବକଙ୍କ ମୃତ୍ୟୁଅନ୍ୟସ୍ଥାନରେ ହୋଇଥିବା ଏବଂ ଏଠାକୁ ଆଣି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ନିକଟସ୍ଥ ଷ୍ଟିଲ ପ୍ଲାଣ୍ଟରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ। ତେବେ ଏନେଇ ପୁଲିସ୍ ସ୍ପଷ୍ଟ ତଥ୍ୟ ପାଇପାରିନାହିଁ।
Dead Body: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାରିପଦା ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଥିବା ଜଣାଯାଇଛି। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ମାମଲାର ତଦନ୍ତ କରୁଥିବା ରରୁଁଆ ଆଇଆଇସି ଅନାଦି ପଟ୍ଟାୟକ କହିଛନ୍ତି।

1 week ago
5


