ARTICLE AD BOX
ଓଟାୱା: କାନାଡାର ଟୋରଣ୍ଟୋରେ ୩୦ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳା ହିମାଂଶୀ ଖୁରାନାଙ୍କ ହତ୍ୟା ଘଟଣାରେ ପୁଲିସକୁ ସଫଳତା ମିଳିଛି। ହତ୍ୟାର ପ୍ରାୟ ଆଠ ମାସ ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ମୃତ ମହିଳାଙ୍କ ପୁରୁଷ ବନ୍ଧୁ ୩୨ ବର୍ଷୀୟ ଅବଦୁଲ୍ ଗଫୁରିଙ୍କୁ ଟୋରଣ୍ଟୋ ବିମାନବନ୍ଦରରୁ ଗିରଫ କରାଯାଇଛି। ଗତ ବର୍ଷ ଡିସେମ୍ବରରେ ହିମାଂଶୀ ଖୁରାନାଙ୍କ ମୃତଦେହ କାନାଡାର ଟୋରଣ୍ଟୋରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିଲା। ପୁଲିସ ଏହାକୁ ଘରୋଇ ହିଂସା ହତ୍ୟା ମାମଲା ବୋଲି କହିଥିଲା।
ଆଠ ମାସ ପରେ ଗିରଫ
ହିମାଂଶୀଙ୍କ ପୁରୁଷ ବନ୍ଧୁ ଅବଦୁଲ ଗଫୁରି ଟୋରଣ୍ଟୋର ବାସିନ୍ଦା। ଅନ୍ତର୍ଜାତୀୟ ପୁଲିସ ଏଜେନ୍ସି ସହାୟତାରେ କାନାଡିୟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଏକ ହତ୍ୟା ମାମଲା ରୁଜୁ କରିଛି।ହିମାଂଶୀ ଖୁରାନାଙ୍କୁ ୧୯ ଡିସେମ୍ବର ରାତିରେ ହତ୍ୟା କରାଯାଇଥିଲା। ଟୋରଣ୍ଟୋ ପୁଲିସ ରିପୋର୍ଟ କରିଥିଲା ଯେ, ସେମାନେ ପ୍ରାୟ ରାତି ୧୦:୪୧ ସମୟରେ ଷ୍ଟ୍ରାଚାନ୍ ଆଭେନ୍ୟୁ ଏବଂ ୱେଲିଂଟନ୍ ଷ୍ଟ୍ରିଟ୍ ୱେଷ୍ଟ ଅଞ୍ଚଳରୁ ଜଣେ ମହିଳା ନିଖୋଜ ହୋଇଥିବାର ରିପୋର୍ଟ ପାଇଥିଲେ ଏବଂ ଖୋଜାଖୋଜି ଆରମ୍ଭ କରିଥିଲେ। ପରଦିନ ସକାଳ ପ୍ରାୟ ୬:୩୦ ସମୟରେ ସେହି ଅଞ୍ଚଳର ଏକ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଟୋରଣ୍ଟୋରେ ଥିବା ଭାରତୀୟ କନସୁଲେଟ୍ ହିମାଂଶୀ ଖୁରାନାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛି।
Joe Biden Health: ବାଇଡେନଙ୍କ ପ୍ରୋଷ୍ଟେଟ କର୍କଟ ଶରୀରର ଅନ୍ୟାନ୍ୟ ଅଂଶକୁ ବ୍ୟାପିଲା

1 month ago
12


