Mumbai: ମୁମ୍ବାଇରେ ୧୩ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ଆତ୍ମହତ୍ୟା

1 hour ago 2
ARTICLE AD BOX

ମୁମ୍ବାଇ: ଆଇନଗତ ମାମଲାରେ ଫସାଇବାକୁ ମହିଳାଙ୍କ ଧମକ ପରେ ମୁମ୍ବାଇର ଜଣେ ୨୪ ବର୍ଷୀୟ ଆଇନ ସ୍ନାତକ ଛାତ୍ର ବାନ୍ଦ୍ରା ଇଷ୍ଟରେ ଥିବା ତାଙ୍କ ଆପାର୍ଟମେଣ୍ଟର ୧୩ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଖେରୱାଡି ପୁଲିସ ଦୁଇଜଣ ମହିଳାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲା ରୁଜୁ କରିଛି। ପୁଲିସ କହିଛି ଯେ, ଦୁଇ ଜଣ ମହିଳା ଯୁବକଙ୍କୁ ଆଇନଗତ ମାମଲାରେ ଫସାଇବାକୁ ଧମକ ଦେଉଥିଲେ ଯାହା ଫଳରେ ଯୁବକ ଜଣକ ଗୁରୁତର ଚାପରେ ପଡ଼ି ଆତ୍ମହତ୍ୟା କରିବା ପରି ପଦକ୍ଷେପ ଗ୍ରହଣ କରିଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ଯୁବକ ଜଣକ ତାଙ୍କ ବାପାମାଆ ଓ ସାନ ଭାଇ ସହିତ ବାନ୍ଦ୍ରା ଇଷ୍ଟରେ ରହୁଥିଲେ। ସେ ପୂର୍ବରୁ ଜଣେ ବିଚାରପତିଙ୍କ ସହିତ କ୍ଲର୍କ ଭାବରେ କାମ କରୁଥିଲେ କିନ୍ତୁ ବର୍ତ୍ତମାନ ଘରୁ କାମ କରୁଥିଲେ। ଯୁବକ ଗତ କିଛି ଦିନ ଧରି ଚାପଗ୍ରସ୍ତ ଥିଲେ ବୋଲି ତାଙ୍କ ମା’ କହିଛନ୍ତି। ଅଗଷ୍ଟ ୬ ତାରିଖରେ ପୁଅର ଦୁଇ ଜଣ ବନ୍ଧୁ ତାଙ୍କୁ ଫୋନ୍ କରି ଜଣାଇଥିଲେ ଯେ, ତାଙ୍କ ପୁଅ ବେଙ୍ଗାଲୁରୁରେ ପାଠପଢ଼ା ସମୟରେ ଜଣେ ମହିଳାଙ୍କ ସହିତ ସମ୍ପର୍କରେ ଥିଲେ। ପରେ ସେମାନଙ୍କ ଭିତରେ ସମ୍ପର୍କ ଖରାପ ହୋଇଥିଲା ଓ ମହିଳା ଓ ତାଙ୍କ ବଡ଼ ଭଉଣୀ ତାଙ୍କୁ ଧମକ ଦେବା ଆରମ୍ଭ କଲେ।

ଆହୁରି ପଢନ୍ତୁ: Odia man dead:: ତାମିଲନାଡୁରୁ ଓଡ଼ିଶା ଆସିପାରିଲାନି ଯୁବକଙ୍କ ମୃତଦେହ; ବାହୁନି ବାହୁନି କାନ୍ଦୁଝନ୍ତି ସ୍ତ୍ରୀ

ଯୁବକଙ୍କ ସାନ ଭାଇଙ୍କୁ ମଧ୍ୟ ସେମାନେ ଧମକପୂର୍ଣ୍ଣ ମେସେଜ ପଠାଉଥିଲେ। ପୁଅର ବନ୍ଧୁମାନଙ୍କ ସହିତ ମା’ ଫୋନରେ କଥା ହେଉଥିବା ସମୟରେ ଯୁବକ ଜଣଙ୍କ ଶୋଇବା ଘର କବାଟ ବନ୍ଦ କରିଦେଇଥିଲେ ଓ ଝରକାରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ଆତ୍ମହତ୍ୟା ପରେ ତାଙ୍କ ମାଆ ଖେରୱାଡି ପୁଲିସକୁ ଯୋଗାଯୋଗ କରିଥିଲେ ଓ ଦୁଇ ମହିଳାଙ୍କ ବିରୋଧରେ ଏତଲା ରୁଜୁ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.