ARTICLE AD BOX
ଗତ ବୁଧବାର ଅପରାହ୍ଣରେ ମୁମ୍ବାଇରେ ଅନୁଷ୍ଠିତ ଆନ୍ଦୋଳନର ଗୋଟିଏ ଚିତ୍ର ସବୁଆଡ଼େ ଭାଇରାଲ୍ ହେବାରେ ଲାଗିଛି। ସେଥିରେ ଜଣେ ଅଜଣା ଯୁବତୀ ଏକ ପୁଲିସ ଭ୍ୟାନ୍ ସମ୍ମୁଖରେ ଛିଡ଼ା ହୋଇ ତାକୁ ଅଟକାଇ ରଖିଥିବାର ଦେଖିବାକୁ ମିଳିଛି।
/sambad/media/media_files/2026/07/25/dgdgadgg-2026-07-25-00-19-52.jpg)
ଗତ ବୁଧବାର ଅପରାହ୍ଣରେ ମୁମ୍ବାଇରେ ଅନୁଷ୍ଠିତ ଆନ୍ଦୋଳନର ଗୋଟିଏ ଚିତ୍ର ସବୁଆଡ଼େ ଭାଇରାଲ୍ ହେବାରେ ଲାଗିଛି। ସେଥିରେ ଜଣେ ଅଜଣା ଯୁବତୀ ଏକ ପୁଲିସ ଭ୍ୟାନ୍ ସମ୍ମୁଖରେ ଛିଡ଼ା ହୋଇ ତାକୁ ଅଟକାଇ ରଖିଥିବାର ଦେଖିବାକୁ ମିଳିଛି। ସେହି ଭ୍ୟାନ୍ରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁୁ ଭର୍ତ୍ତି କରି ଥାନାକୁ ନିଆଯାଉଥିଲା। ତେବେ ୪୦ ମିନିଟ୍ ଧରି ସେହି ମହିଳା ଏକାକୀ ସେହି ବସ୍କୁ ଅଟକାଇ ରଖିଥିଲେ। ଶେଷରେ ପୁଲିସ୍ ଛାତ୍ରଛାତ୍ରୀମାନଙ୍କୁ ଛାଡ଼ିଦେଇଥିଲା। ଏବେ ସେହି ସାହସିକ ମହିଳାଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ୨୭ ବର୍ଷୀୟା ମଡେଲ୍ ରିୟା ଅହୀର। ପୂର୍ବରୁ ସେ ମନସ୍ତତ୍ତ୍ବରେ ସ୍ନାତକ ଡିଗ୍ରି ହାସଲ କରିସାରିଥିବା ବେଳେ ଏବେ ସେ ମୁମ୍ବାଇ ବିଶ୍ବବିଦ୍ୟାଳୟରେ ଇଂରେଜୀ ସାହିତ୍ୟ ପଢୁଛନ୍ତି। ମଞ୍ଚ ନାଟକରେ ୧୩ ବର୍ଷ ଧରି ଅଭିନୟ କରିବାର ତାଙ୍କର ଅଭିଜ୍ଞତା ଅଛି। ସେ ଏବେ ଜଣେ ମଡେଲ୍ ଓ ଉଦ୍ୟୋଗୀ ଭାବରେ କାମ କରୁଛନ୍ତି। ସେ କେତେକ ଆଲ୍ବମ୍ ଗୀତ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ନିଜସ୍ବ ଫ୍ୟାସନ୍ ବ୍ରାଣ୍ଡ୍ ମଧ୍ୟ ରହିଛି।
ସେହି ସାହସିକ ଚିତ୍ରଟିକୁ ଦେଖି ସାମାଜିକ ଗଣମାଧ୍ୟମରେ କିଛି ଲୋକ ତାଙ୍କୁ ଚୀନର ‘ତିଆନାନ୍ମେନ୍ ସ୍କୋୟାର’ ଆନ୍ଦୋଳନ ସମୟରେ ଟ୍ୟାଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ବ୍ୟକ୍ତି ସହିତ ତୁଳନା କରୁଥିବାବେଳେ ଆଉ କିଛି ଲୋକେ ତାଙ୍କୁ ରାଣୀ ଲକ୍ଷ୍ମୀବାଈଙ୍କ ସହିତ ତୁଳନା କରୁଛନ୍ତି। ସେ ଏ ନେଇ ଖୁସି ଥିଲେ ହେଁ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ରାଣୀ ଲକ୍ଷ୍ମୀବାଈଙ୍କ ସହିତ ତୁଳନୀୟ ହେବାର ଯୋଗ୍ୟତା ତାଙ୍କର ନାହିଁ। ଭାରତୀୟ ସେନାରେ କାମ କରିଥିବା ଯବାନଙ୍କ ଝିଅ ହୋଇଥିବାରୁ ସେ ଏକାକୀ ଛାତ୍ରମାନଙ୍କ ସ୍ବାର୍ଥ ପାଇଁ ଛିଡ଼ା ହେବାର ସାହସ ଜୁଟାଇ ପାରିଥିବା ପ୍ରକାଶ କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


