ARTICLE AD BOX
ମୁମ୍ବାଇ: ଘୋର ଅବ୍ୟବସ୍ଥା ମଧ୍ୟରେ ମୁମ୍ବାଇ ବିମାନବନ୍ଦରରେ ସ୍ପାଇସ୍ଜେଟ୍ ବିମାନ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୭ଟା ପରଠାରୁ ଏହି ବିମାନ କମ୍ପାନୀର କୌଣସି ବିମାନ ମୁମ୍ବାଇରୁ ଉଡ଼ାଣ ଭରି ନଥିବାରୁ ଶହ ଶହ ଯାତ୍ରୀ ବିମାନବନ୍ଦରରେ ଅଟକି ରହିଛନ୍ତି। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ବିମାନ ଉଡ଼ାଣରେ ବିଳମ୍ବ ଓ ଅନିଶ୍ଚିତତାକୁ ନେଇ ଅନେକ ଯାତ୍ରୀ କମ୍ପାନୀର ସେବା କେନ୍ଦ୍ର ନିକଟରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଯାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ବିମାନ କାହିଁକି ବିଳମ୍ବ ହେଉଛି କିମ୍ବା କେତେବେଳେ ଉଡ଼ାଣ ଭରିବ, ସେ ସମ୍ପର୍କରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ନାହିଁ
ଏପରିକି ରାତି ୧୧ଟା ୩୦ରେ ଉଡ଼ାଣ ଭରିବାକୁ ଥିବା ଏକ ବିମାନର ଯାତ୍ରୀଙ୍କୁ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ, ନିକଟରେ ବକେୟା ଅର୍ଥ ପଇଠକୁ ନେଇ ଦୁବାଇରୁ ସ୍ପାଇସ୍ଜେଟ୍ର ଚାରିଟି ବିମାନ ଉଡ଼ାଣ ବାତିଲ ହୋଇଥିଲା। ଏହାର କାର୍ଯ୍ୟ ପରିଚାଳନାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ମୁମ୍ବାଇରେ ବିମାନ ବିଳମ୍ବ ସମ୍ପର୍କରେ କମ୍ପାନୀ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
Manipur Fire: ମଣିପୁରରେ ଭୟାବହ ଅଗ୍ନିକାଣ୍ଡ: ମାଆ ଓ ଦୁଇ ନାବାଳକ ପୁଅ ଜୀବନ୍ତ ଦଗ୍ଧ

17 minutes ago
1


