Health Effects: ଏନର୍ଜି ଡ୍ରିଙ୍କ୍ ଓ ସାଧାରଣ କୋଲ୍ଡ ଡ୍ରିଙ୍କ୍ ମଧ୍ୟରେ କ’ଣ ଫରକ?

22 minutes ago 1
ARTICLE AD BOX

ଆଜିକାଲିର ବ୍ୟସ୍ତ ଜୀବନରେ ନିଜକୁ ସକ୍ରିୟ ରଖିବା ପାଇଁ ଅନେକ ଲୋକ ଏନର୍ଜି ଡ୍ରିଙ୍କ୍‌ର ସାହାଯ୍ୟ ନେଉଛନ୍ତି। ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ରେଡ୍‌ ବୁଲ୍‌ ଭଳି ପାନୀୟର ଚାହିଦା ରହିଛି। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ରେଡ୍‌ ବୁଲ୍‌ ଇଣ୍ଡିଆକୁ ନୋଟିସ୍‌ ଜାରି କରିବା ପରେ ଏହି ପାନୀୟକୁ ନେଇ ଚର୍ଚ୍ଚା ବଢ଼ିଛି। ଏହାର ଲେବଲ୍‌ରେ ଥିବା ଚିନିର ମାତ୍ରା ଏବଂ ଏନର୍ଜି ଡ୍ରିଙ୍କ୍‌ ଭାବେ ଏହାର ପରିଚୟକୁ ନେଇ ସଂସ୍ଥା ପ୍ରଶ୍ନ ଉଠାଇଛି।

ଏନର୍ଜି ଡ୍ରିଙ୍କ୍‌ରେ କ’ଣ ଥାଏ?
ଏନର୍ଜି ଡ୍ରିଙ୍କ୍‌ରେ ମୁଖ୍ୟତଃ କାଫିନ୍‌ ଭଳି ଉତ୍ତେଜକ ଉପାଦାନ ରହିଥାଏ। ଏହା ବ୍ୟତୀତ ଟରିନ୍‌, ବି-ଭିଟାମିନ୍‌ ଓ ଅନ୍ୟାନ୍ୟ ଉପାଦାନ ମଧ୍ୟ ମିଶାଯାଇଥାଏ। କାଫିନ୍‌ କେନ୍ଦ୍ରୀୟ ସ୍ନାୟୁତନ୍ତ୍ରକୁ ଉତ୍ତେଜିତ କରି କିଛି ସମୟ ପାଇଁ ନିଦ ଓ ଥକ୍କାପଣର ଅନୁଭବ କମାଇଥାଏ। ଫଳରେ ବ୍ୟକ୍ତି ଅଧିକ ସତର୍କ ଓ ସକ୍ରିୟ ଅନୁଭବ କରନ୍ତି। କିନ୍ତୁ ଏହା ଶରୀରର ପ୍ରକୃତ ଥକ୍କାପଣ ଦୂର କରେ ନାହିଁ କିମ୍ବା ନିଦର ଆବଶ୍ୟକତା ପୂରଣ କରେ ନାହିଁ।

ସାଧାରଣ କୋଲ୍ଡ ଡ୍ରିଙ୍କ୍‌ଠାରୁ କେମିତି ଅଲଗା?
ସାଧାରଣ କୋଲ୍ଡ ଡ୍ରିଙ୍କ୍‌ରେ ପାଣି, ଚିନି, ସ୍ୱାଦ ଓ କାର୍ବୋନେସନ୍‌ ରହିଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ସ୍ୱାଦ ଓ ସତେଜତା ଦେବା। ଅନ୍ୟପକ୍ଷରେ ଏନର୍ଜି ଡ୍ରିଙ୍କ୍‌ରେ କାଫିନ୍‌ ଭଳି ଉତ୍ତେଜକ ଉପାଦାନ ଥାଏ, ଯାହା କିଛି ସମୟ ପାଇଁ ସତର୍କତା ବଢ଼ାଇଥାଏ। ତେବେ କିଛି ସାଧାରଣ କୋଲ୍ଡ ଡ୍ରିଙ୍କ୍‌ରେ ମଧ୍ୟ କାଫିନ୍‌ ରହିପାରେ। ତେଣୁ ପାନୀୟ କିଣିବା ପୂର୍ବରୁ ଏହାର ଉପାଦାନ ଓ ନ୍ୟୁଟ୍ରିସନ୍‌ ଲେବଲ୍‌ ଯାଞ୍ଚ କରିବା ଜରୁରି।

ରେଡ୍‌ ବୁଲ୍‌ରେ ଚିନିର ମାତ୍ରାକୁ ନେଇ ପ୍ରଶ୍ନ
ରିପୋର୍ଟ ଅନୁସାରେ, ରେଡ୍‌ ବୁଲ୍‌ରେ ପ୍ରତି ୧୦୦ ମିଲିଲିଟରରେ ୧୧ ଗ୍ରାମ୍‌ ଚିନି ରହିଛି। ଏହି ହିସାବରେ ୨୫୦ ମିଲିଲିଟର କ୍ୟାନ୍‌ରେ ପ୍ରାୟ ୨୭.୫ ଗ୍ରାମ୍‌ ଏବଂ ୫୦୦ ମିଲିଲିଟରରେ ୫୫ ଗ୍ରାମ୍‌ ଚିନି ରହିଥାଏ। ଏହି ମାତ୍ରାକୁ ନେଇ FSSAI ପ୍ରଶ୍ନ ଉଠାଇଛି। ୨୦୨୬ ନଭେମ୍ବର ୧୬ରେ ସଂସ୍ଥା ରେଡ୍‌ ବୁଲ୍‌କୁ ନୋଟିସ୍‌ ଜାରି କରି ୭ ଦିନ ମଧ୍ୟରେ ଏହାକୁ ଏନର୍ଜି ଡ୍ରିଙ୍କ୍‌ କହିବାର ବୈଜ୍ଞାନିକ ଓ ନିୟାମକ ଆଧାର ସମ୍ପର୍କରେ ଜବାବ ମାଗିଛି।

Coconut have 3 eyes: ନଡ଼ିଆରେ କାହିଁକି ଥାଏ ୩ଟି ଆଖି? ଏହା ପଛରେ ଲୁଚିଛି ବଡ଼ ବୈଜ୍ଞାନିକ ରହସ୍ୟ

ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼େ?
ଏନର୍ଜି ଡ୍ରିଙ୍କ୍‌ର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଏଥିରେ ଥିବା କାଫିନ୍‌ ଯୋଗୁଁ ନିଦରେ ସମସ୍ୟା, ଅସ୍ଥିରତା ଓ ହୃଦ୍‌ସ୍ପନ୍ଦନ ବଢ଼ିବା ଭଳି ସମସ୍ୟା ଦେଖାଦେଇପାରେ। ସେହିପରି ଅଧିକ ଚିନି ସେବନ ଓଜନ ବୃଦ୍ଧି ଓ ଅନ୍ୟ ମେଟାବୋଲିକ୍‌ ସମସ୍ୟାର ଆଶଙ୍କା ବଢ଼ାଇପାରେ। ଏହା ସ୍ପୋର୍ଟସ୍‌ ଡ୍ରିଙ୍କ୍‌ କିମ୍ବା ORSର ବିକଳ୍ପ ନୁହେଁ। ତେଣୁ ଏଭଳି ପାନୀୟ ନିୟମିତ ପିଇବା ପରିବର୍ତ୍ତେ ଏହାର କାଫିନ୍‌ ଓ ଚିନିର ମାତ୍ରା ଜାଣି ସତର୍କତାର ସହ ସେବନ କରିବା ଉଚିତ୍‌।

Read Entire Article
LEFT SIDEBAR AD

Hidden in mobile, Best for skyscrapers.