Multiple Maoist Dumps Busted ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଏକାଧିକ ମାଓ ଡମ୍ପ ଠାବ: ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

5 days ago 4
ARTICLE AD BOX

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ଚାଲିଥିବା ସର୍ଚ୍ଚ ଅଭିଯାନ ସମୟରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ବିଭିନ୍ନ ଥାନା ଅଞ୍ଚଳର ଜଙ୍ଗଲରୁ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର,ଗୋଳାବାରୁଦ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। 

RECOVERY OF MAOIST DUMP: ମାଓବାଦୀ ଡମ୍ପ ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ବେଦରେ ଥାନା ଅଞ୍ଚଳର ଲଙ୍କା ପାହାଡ଼ି ଜଙ୍ଗଲରେ ସର୍ଚ୍ଚ ଅଭିଯାନରେ ମାଟି ତଳେ ଲୁଚାଇ ରଖାଯାଇଥିବା ମାଓବାଦୀ ଡମ୍ପର ସନ୍ଧାନ ମିଳିଥିଲା। ସେଠାରୁ ଗୋଟିଏ ଏସଏଲଆର/ଏଲଏମଜି ରାଇଫଲ, ଗୋଟିଏ ଇନସାସ ରାଇଫଲ, ଗୋଟିଏ.୩୧୫ ବୋର ବନ୍ଧୁକ, ୨ଟି ବିଜିଏଲ ପ୍ରକ୍ଷେପକ,୧୭ଟି ବିଜିଏଲ ସେଲ, ଗୋଟିଏ ଚାଇନା ହ୍ୟାଣ୍ଡ ଗ୍ରେନେଡ, ୪୯ଟି ଏସଏଲଆର ରାଉଣ୍ଡ,୧୫ଟି .୩୧୫ ବୋର ରାଉଣ୍ଡ, ୧୫ଟି ବିଜିଏଲ କାର୍ତୁଜ, ୪ଟି ଏସଏଲଆର ମ୍ୟାଗଜିନ ଏବଂ ଗୋଟିଏ.୩୧୫ ବୋର ମ୍ୟାଗଜିନ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। 

Maoist Dump found ମାଓ ଡମ୍ପ୍‌ରୁ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଉଦ୍ଧାର

ସେହିପରି ଭୈରମଗଡ଼ ଅଞ୍ଚଳର ଆଦୱାଡ଼ା ଜଙ୍ଗଲରୁ ଏକେ-୪୭,୩୧୫ ବୋର ଅସ୍ତ୍ର,ଏକକ ଗୁଳି ଚାଲୁଥିବା ବନ୍ଧୁକ, ପିସ୍ତଲ, ଜୀବନ୍ତ କାର୍ତୁଜ ଓ ମ୍ୟାଗଜିନ ଜବତ କରାଯାଇଛି। ଏସଡିଓପି ସିଦ୍ଧାର୍ଥ ସିଂଙ୍କ ସୂଚନା ଅନୁଯାୟୀ ଫରସେଗଡ଼ ଅଞ୍ଚଳର ବଡ଼ଆଲୱାଡ଼ା ଜଙ୍ଗଲରୁ .୩୧୫ ବୋର ରାଇଫଲ,୪୯ଟି ଜୀବନ୍ତ ରାଉଣ୍ଡ, ୩୦୩ ବୋରର ୨୫ଟି ଜୀବନ୍ତ ରାଉଣ୍ଡ,୧୨ ବୋରର ୪୯ଟି ଜୀବନ୍ତ ରାଉଣ୍ଡ,୮ କିଲୋଗ୍ରାମ ଜେଲାଟିନ,ୱାକି-ଟକି ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଛି। 

BSF Recovers Maoist Dump: ସ୍ବାଭିମାନ ଅଞ୍ଚଳରୁ ବିଏସଏଫ ପକ୍ଷରୁ ମାଓ ଡମ୍ପ ଉଦ୍ଧାର

ଅନ୍ୟପଟେ ମିରତୁର ଅଞ୍ଚଳର ଇନ୍ଦ୍ରୀପାଲ ଜଙ୍ଗଲରୁ ନନ୍-ଇଲେକ୍ଟ୍ରିକ୍ ତାର ୭ ବଣ୍ଡଲ, ଡେଟୋନେଟର ଓ ଗ୍ରେନେଡ ଜବତ ହୋଇଥିବା ବେଳେ ଭୋପାଳପଟ୍ଟନମ ଅଞ୍ଚଳର ନୀଲମଡ଼ଗୁ ଜଙ୍ଗଲରୁ ୧୨ ବୋର ଦେଶୀ କଟ୍ଟା, ବିଜିଏଲ ପ୍ରକ୍ଷେପକ,୮ଟି ବିଜିଏଲ ସେଲ ଏବଂ ୧୨ ବୋରର ୧୦ଟି ଜୀବନ୍ତ ରାଉଣ୍ଡ ସମେତ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। 

ଏବେ ବି ସର୍ଚ୍ଚ ଅଭିଯାନ ଜାରି ରହିଥିବା ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.