MSME: ୫ ବର୍ଷରେ ୩୪୫୩ ଏମ୍‌ଏସ୍‌ଏମ୍‌ଇ ବନ୍ଦ: ଖୋରଧା, କଟକ, ଗଞ୍ଜାମରେ ଅଧିକ

1 week ago 4
ARTICLE AD BOX

ଭୁବନେଶ୍ବର: ବିଗତ ପାଞ୍ଚଟି ଆର୍ଥିକ ବର୍ଷରେ ରାଜ୍ୟରେ ୩୪୫୩ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ବନ୍ଦ ହୋଇଛି। ୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ସର୍ବାଧିକ ୬୦୧ଟି ଏମ୍‌ଏସ୍‌ଏମ୍‌ଇ ଖୋରଧା ଜିଲ୍ଲାରେ ବନ୍ଦ ହୋଇଛି। କେବଳ ୨୦୨୫-୨୬ରେ ଏଭଳି ୧୮୧୭ଟି ସଂସ୍ଥା ବନ୍ଦ ହୋଇଥିଲା। କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୨୦୨୧-୨୨ରେ ରାଜ୍ୟରେ ମାତ୍ର ୧୧୮ଟି ଏମ୍ଏସ୍‌ଏମ୍ଇ ବନ୍ଦ ହୋଇଥିଲା। 

MSME: ସମୃଦ୍ଧ ଓଡ଼ିଶାରେ ଆମର ମା ମାନେ ବିକାଶର ନେତୃତ୍ୱ ନେବେ: ମୁଖ୍ୟମନ୍ତ୍ରୀ

୨୦୨୨-୨୩ରେ ସେହି ସଂଖ୍ୟା ୨୧୨, ୨୦୨୩-୨୪ରେ ୪୩୧ ଓ ୨୦୨୪-୨୫ରେ ୮୭୫କୁ ବୃଦ୍ଧି ପାଇଥିଲା। ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍‌ ଓ ଉଦ୍ୟମ ଆସିଷ୍ଟ୍‌ ପୋର୍ଟାଲ୍‌ର ତଥ୍ୟ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷରେ ଖୋରଧାରେ ୨୯୨, କଟକରେ ୧୫୨, ଗଞ୍ଜାମରେ ୧୧୯ ଓ ବାଲେଶ୍ବରରେ ୧୧୮ଟି ଏମ୍ଏସ୍‌ଏମ୍ଇ ବନ୍ଦ ହୋଇଥିଲା। ସେହିପରି, ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ଼ରେ ବନ୍ଦ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ସଂଖ୍ୟା ୫୦-୧୦୦ ମଧ୍ୟରେ ରହିଥିଲା। 

MSME Registration: ସହଜ ହେବ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ, ଅଂଶୀଦାରଙ୍କ ସହ ଆଲୋଚନା ଖୁବ୍‌ଶୀଘ୍ର

ବିଗତ ପାଞ୍ଚଟି ଆର୍ଥିକ ବର୍ଷରେ ରାଜ୍ୟରେ ଏମ୍ଏସ୍‌ଏମ୍ଇ ସଂଖ୍ୟାରେ ପାଞ୍ଚ ଗୁଣାରୁ ଅଧିକ ବୃଦ୍ଧି ହୋଇଛି। ୨୦୨୧-୨୨ରେ ଏମ୍ଏସ୍‌ଏମ୍‌ଇ ସଂଖ୍ୟା ୧,୦୪,୯୨୨ ଥିଲା। ୨୦୨୨-୨୩ରେ ତାହା ୧,୭୦,୧୩୪, ୨୦୨୪-୨୪ ଆର୍ଥିକ ବର୍ଷରେ ୧୦,୪୧,୧୨୯କୁ ବୃଦ୍ଧି ପାଇଥିଲା। ୨୦୨୫-୨୬ରେ ଏମ୍ଏସ୍‌ଏମ୍ଇ ସଂଖ୍ୟା ୫,୬୯,୬୩୪ ଥିଲା। ସେଥିରୁ ଖୋରଧାରେ ୬୪,୩୬୬, କଟକରେ ୪୯,୧୧୬, ଗଞ୍ଜାମରେ ୪୨,୨୬୪, ବାଲେଶ୍ବରରେ ୩୫,୫୫୨, ପୁରୀରେ ୩୩,୫୩୭, ବରଗଡ଼ରେ ୨୭,୩୫୯, ଭଦ୍ରକରେ ୨୫,୦୩୬ ଓ ସୁନ୍ଦରଗଡ଼ରେ ୨୨,୪୯୭ଟି ଏମ୍ଏସ୍‌ଏମ୍ଇ ରହିଛି। ଏମ୍ଏସ୍‌ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଆଲୋଚ୍ୟ ପାଞ୍ଚ ବର୍ଷରେ ରାଜ୍ୟର ୩୪,୧୫୬ କୋଟି ଟଙ୍କାର ୨.୯୨ ଲକ୍ଷ କ୍ରେଡିଟ୍‌ ଗ୍ୟାରେଣ୍ଟି ଏମ୍‌ଏସ୍‌ଏମ୍ଇଗୁଡ଼ିକୁ ଦିଆଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.