ARTICLE AD BOX
ଭୁବନେଶ୍ବର: ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗସ୍ତ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ ଓ ଇସ୍ପାତ, କଞ୍ଜ୍ୟୁମର ପ୍ରଡକ୍ଟସ୍, ରିଫାଇନାରି ଓ ନୟ ଆଦି କ୍ଷେତ୍ରରେ ନିବେଶ ପାଇଁ ନାଲ୍କୋ, ହାୟର୍ ଇଣ୍ଡିଆ, ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଓ ଜିନ୍ଦଲ ଷ୍ଟିଲସ୍ ପରି ଅନେକ ଉଦ୍ୟୋଗ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ସହିତ ବୁଝାମଣାପତ୍ର (ଏମ୍ଓୟୁ) ମଧ୍ୟ ସ୍ୱାକ୍ଷରିତ ହେବ।
ଓଡ଼ିଶାକୁ ଦେଶର ଅଗ୍ରଣୀ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଆମ ସରକାର ବଦ୍ଧପରିକର। ଆମର ଏହି ପ୍ରୟାସ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ସହ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏହି ଗସ୍ତରେ ଅଗ୍ରଣୀ ଉଦ୍ୟୋଗପତି ଓ ପ୍ରତିଷ୍ଠିତ କମ୍ପାନିମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ ସମ୍ପର୍କରେ ଆଲୋଚନା କରିବେ। ଓଡ଼ିଶା ପ୍ରତିନିଧି ଦଳ ଗ୍ରେଟର ନୋଏଡାର କିଛି କାରଖାନା ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

56 minutes ago
2


