ARTICLE AD BOX
ବାରିପଦା(ବଟକୃଷ୍ଣ ବିହାରୀ): ବାରିପଦା ଦ୍ଵିତୀୟ ଅତିରିକ୍ତ ସେସନ ଜଜ ସୁମନ କୁମାର ମିଶ୍ର ଏକ ମାତୃହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ପୁଅ କାହ୍ନୁ କିସ୍କୁ (୩୧) କୁ ଆଜୀବନ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।।
Life Imprisonment: ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା ମାମଲା , ୧୨ ଦୋଷୀଙ୍କୁ ଆଜୀବନ
ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ମାର୍ଚ୍ଚ ୭ରେ ସୁଳିଆପଦା ଥାନା ଅନ୍ତର୍ଗତ ଚିଆଁପଦା ଗ୍ରାମର ଜବା କିସ୍କୁ ସକାଳେ ଘରେ ସବାଇ ଘାସ ବାନ୍ଧୁଥିଲେ। ଜବାଙ୍କ ପୁଅ କାହ୍ନୁ କିସ୍କୁ ସବାଇକୁ କୌଣସି କାରଣରୁ ଏଣେତେଣେ ଫୋପାଡ଼ି ଦେଇଥିଲ।। ଜବା ଏହାର ପ୍ରତିବାଦ କରିବାରୁ କାହ୍ନୁ କ୍ରୋଧାନ୍ୱିତ ହୋଇ କାଠ ଫାଳିଆରେ ଆକ୍ରମଣ କରି ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଆକ୍ରମଣରେ ଜବାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତକଙ୍କ ସାନପୁଅ ମହାନ୍ତି କିସ୍କୁ ଶୁଳିଆପଦା ଥାନାରେରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଏସ୍ ମହାନ୍ତି ମାମଲା ପରିଚାଳନା କରୁଥିଲେ।

4 hours ago
1


