IIT Bombay: ଛାତ୍ର ମୃତ୍ୟୁ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ୧୦ ଜଣିଆ କମିଟି

2 hours ago 1
ARTICLE AD BOX

ମୁମ୍ବାଇ: ଆଇଆଇଟି ବମ୍ବେର ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଛୁଟିରେ ପଠାଯାଇଛି। ଦୁଲ୍ଲାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଓ ଜାତିଭିତ୍ତିକ ଭେଦଭାବ ଅଭିଯୋଗରେ ମାମଲା ରୁଜୁ ହୋଇଛି। ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଘଟଣାର ତଦନ୍ତ କରୁଛି। ଅଭିଯୋଗଗୁଡ଼ିକ ଏଯାବତ୍‌ ତଦନ୍ତାଧୀନ ରହିଛି।

ଦୁଲ୍ଲାଙ୍କୁ ସୋମବାର ଆଇଆଇଟି ବମ୍ବେର ପ୍ରଶାସନିକ ବ୍ୟାପାର ଡିନ୍‌ ପଦରୁ ହଟାଯାଇଥିଲା। ଛାତ୍ରଙ୍କ ମୃତ୍ୟୁକୁ ନେଇ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ପରେ ଏହି ପଦକ୍ଷେପ ନିଆଯାଇଥିଲା। ଏବେ ତଦନ୍ତ ନିରପେକ୍ଷ ଭାବେ ହେବା ପାଇଁ ତାଙ୍କୁ ଛୁଟିରେ ପଠାଯାଇଛି। ବର୍ତ୍ତମାନ ତାଙ୍କର କୌଣସି କ୍ଲାସ୍‌ ନାହିଁ। ଏହା ସହ ଛାତ୍ର ସାହିଲଙ୍କ ମୃତ୍ୟୁର ପରିସ୍ଥିତି ଯାଞ୍ଚ ପାଇଁ ଆଇଆଇଟି ବମ୍ବେ ପକ୍ଷରୁ ୧୦ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଆଇଆଇଟି ପାଲକ୍କଡର ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ପ୍ରଫେସର ରମେଶ ଭେଙ୍କଟେଶ୍ୱରନ୍‌ ଏହାର ଅଧ୍ୟକ୍ଷ ଅଛନ୍ତି। କମିଟିରେ ଛାତ୍ର ପ୍ରତିନିଧି ମଧ୍ୟ ରହିଛନ୍ତି ଏବଂ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

IIT Bombay: ଛାତ୍ର ଆତ୍ମହତ୍ୟା ବିବାଦ: ପ୍ରଫେସର୍‌ ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ଡିନ୍‌ ପଦରୁ ହଟାଇଲା ଆଇଆଇଟି ବମ୍ବେ

୨୨ ବର୍ଷୀୟ ସାହିଲ ୱାକୋଡେ ଆଇଆଇଟି ବମ୍ବେର ଏନର୍ଜି ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ବିଟେକ୍‌ ଛାତ୍ର ଥିଲେ। ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରେ ପୱାଇସ୍ଥିତ ଆଇଆଇଟି ବମ୍ବେ କ୍ୟାମ୍ପସର ହଷ୍ଟେଲ ରୁମ୍‌ରୁ ତାଙ୍କ ମୃତଦେହ ମିଳିଥିଲା। ଅଧିକାରୀଙ୍କ ଅନୁସାରେ, ମିଡ୍‌-ସେମିଷ୍ଟର ପରୀକ୍ଷା ସମୟରେ ସେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ବେଳେ ଧରାପଡ଼ିବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଥିଲା। ସାହିଲଙ୍କ ମା’ ସୋନାଲି ୱାକୋଡେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ଜାତିକୁ ନେଇ ନିର୍ଯାତନା, ଅପମାନ ଓ ଦୁର୍ବ୍ୟବହାରର ଶିକାର ହୋଇଥିବା କଥା ପରିବାରକୁ କହିଥିଲେ। ତାଙ୍କ ପିତା ରବୀନ୍ଦ୍ର ୱାକୋଡେ ମୁମ୍ବାଇରେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ ଭେଟିଛନ୍ତି। ମାମଲାରେ ନାମ ଥିବା ଆଇଆଇଟି ବମ୍ବେ ଅଧିକାରୀଙ୍କୁ ଗିରଫ କରା ନ ଗଲେ ବୁଧବାରଠାରୁ ଅନଶନ କରିବେ ବୋଲି ସେ କହିଛନ୍ତି।

ଏପଟେ ଆଇଆଇଟି ବମ୍ବେର ଫ୍ୟାକଲ୍ଟି ଫୋରମ୍‌ ପ୍ରଫେସର ଦୁଲ୍ଲାଙ୍କ ପକ୍ଷ ନେଇଛି। ପରୀକ୍ଷାରେ ମୋବାଇଲ୍‌ ବ୍ୟବହାର ଅଭିଯୋଗ ସମ୍ପର୍କରେ ସେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ଅଧିକାରୀଙ୍କୁ ଜଣାଇଥିଲେ ବୋଲି ଫ୍ୟାକଲ୍ଟି ଫୋରମ୍‌ କହିଛି। ଏଥିସହ ସାହିଲ ନିକଟ ଅତୀତରେ ଆଇଆଇଟିର ଏସ୍‌ସି/ଏସ୍‌ଟି ସେଲ୍‌ରେ କୌଣସି ଅଭିଯୋଗ କରିନଥିବା ଫ୍ୟାକଲ୍ଟି ଫୋରମ୍‌ ଅଧ୍ୟକ୍ଷ ରାଜକୁମାର ପନ୍ତ କହିଛନ୍ତି। ଘଟଣାର ପୂର୍ବାପର ଓ ମୃତ୍ୟୁର କାରଣ ସମ୍ପର୍କରେ ଏବେ ତଦନ୍ତ ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.