ARTICLE AD BOX
ନୂଆଦିଲ୍ଲୀ: ଦେଶର କେତେକ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଏବେ ବି ସକ୍ରିୟ ରହିଛି। ମଧ୍ୟ ଭାରତ ଉପରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ବର୍ଷା ଜାରି ରହିଛି। ଇସ୍ରୋର ଇନ୍ସାଟ୍-୩ଡିଏସ୍ ଉପଗ୍ରହରୁ ମିଳିଥିବା ଚିତ୍ରରେ ମଧ୍ୟ ଓ ପୂର୍ବ ଭାରତ ଉପରେ ଘନ ମେଘମାଳା ଦେଖାଯାଇଛି।
ଆହୁରି ପଢନ୍ତୁ : Accident: ସଡ଼କ ଦୁର୍ଘଟଣାରେ ପିଇଓଙ୍କ ମୃତ୍ୟୁ
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୫ଟା ୩୦ ସୁଦ୍ଧା ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଓ ନିକଟବର୍ତ୍ତୀ ଅଞ୍ଚଳକୁ ଘୁଞ୍ଚିଛି। ଏହା ସହିତ ସମୁଦ୍ରପତ୍ତନଠାରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ପ୍ରବାହ ରହିଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ।
ଆହୁରି ପଢନ୍ତୁ : Theft Case Verdict ରେକର୍ଡ ୧୮ ଦିନରେ ଚୋରି ମାମଲାର ରାୟ, ଆସାମୀକୁ ୧ ବର୍ଷ କାରାଦଣ୍ଡ
ଏହାର ପ୍ରଭାବରେ ମଧ୍ୟ ଓ ଉତ୍ତର ଭାରତର କେତେକ ଅଞ୍ଚଳରେ ବର୍ଷା ହେବା ସମ୍ଭାବନା ରହିଛି। ଉପଗ୍ରହ ଚିତ୍ରରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଏହାର ନିକଟବର୍ତ୍ତୀ ପୂର୍ବ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ ବ୍ୟାପକ ମେଘ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏଭଳି ପାଣିପାଗ ପ୍ରଣାଳୀ ବଜ୍ରପାତ ଓ ପ୍ରବଳ ବର୍ଷା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ। ତେବେ ସେପ୍ଟେମ୍ବର ପ୍ରଥମାର୍ଦ୍ଧ ପରେ ମୌସୁମୀ ବାୟୁ ଧୀରେଧୀରେ ଦୁର୍ବଳ ହୋଇପାରେ। ସେପ୍ଟେମ୍ବର ୧୦ ପରେ ଉପର ବାୟୁମଣ୍ଡଳର ଜେଟ୍ ଷ୍ଟ୍ରିମ୍ ମଧ୍ୟ ଦକ୍ଷିଣକୁ ଘୁଞ୍ଚିବା ସମ୍ଭାବନା ରହିଛି। ଫଳରେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତର ଅନେକ ଅଞ୍ଚଳକୁ ଶୁଷ୍କ ବାୟୁ ପ୍ରବେଶ କରିପାରେ। ଏଣୁ ସେପ୍ଟେମ୍ବର ମଧ୍ୟଭାଗରୁ ଉତ୍ତର-ପଶ୍ଚିମ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇପାରେ।

1 hour ago
1


