ARTICLE AD BOX
ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଟାଉନଥାନା ପୁଲିସ ପକ୍ଷରୁ ଡାଇଭଟା ନିକଟରେ ଜାତୀୟ ରାଜପଥ ୨୬ରେ ଯାନବାହନ ଯାଞ୍ଚ ଚାଲିଥିଲା। ସବଇନିସପେକ୍ଟର ସମ୍ବିତ କୁମାର ସାହୁ ଯାଂଚ କରୁଥିବା ବେଳେ ଜୟପୁର ଆଡରୁ ନବରଙ୍ଗପୁର ଆଡକୁ ଆସୁଥିବା ଗୋଟିଏ ଅଟୋର ପଛ ଭାଗରୁ ୫ଟି ପ୍ଲାଷ୍ଟିକ୍ ଜରି ବ୍ୟାଗ୍ ମିଳିଥିଲା। ବ୍ୟାଗ୍ଗୁଡ଼ିକ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇର ଓଜନ କରିବାରୁ ୧୦୩.୯୮୫ କିଲୋଗ୍ରାମ ହୋଇଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଏସପି ଆଦିତ୍ୟ ସେନ ଓ ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା କହିଛନ୍ତି। ଯାଞ୍ଚ ସମୟରେ ଅଟୋ ଚାଳକ ଖସି ପଳାଇବାକୁ ଚେଷ୍ଟା କରିଥିଲେ।
ତେବେ ପୁଲିସ ତାଙ୍କୁ କାବୁ କରିବା ସହ ଅଟୋରେ ଥିବା ଅନ୍ୟ ୩ ଜଣଙ୍କୁ ମଧ୍ୟ ଧରିଥିଲା। ପୁଲିସର ପଚରାଉଚୁରା ବେଳେ ଅଭିଯୁକ୍ତମାନେ ଗଞ୍ଜେଇ ଜୟପୁର ନିକଟରୁ ଲୋଡ୍ କରାଯାଇଥିବା ଏବଂ ବିକ୍ରି ଉଦ୍ଦେଶ୍ୟରେ କଳାହାଣ୍ଡି ଅଭିମୁଖେ ଚାଲାଣ କରାଯାଉଥିବା କଥା କହିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ୧୦୩.୯୮୫ କିଲୋଗ୍ରାମ ଗଞ୍ଜେଇ ସହ ଅଟୋ ରିକ୍ସା ଏବଂ ୪ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୀଳାମ୍ବର ହରିଜନ (୩୨), ବାବୁଲା ହରିଜନ (୨୧), ପରମେଶ ହରିଜନ (୨୨) ଓ ଦିଲ୍ଲୀପ ହରିଜନ (୩୦) ବର୍ଷ।
Ganja seized: ଓଡ଼ିଶାରୁ ମହାରାଷ୍ଟ୍ରକୁ ଗଂଜେଇ ଚାଲାଣ; ଫସିଲେ ୨ ମାଫିଆ
ପୁଲିସର ସୂଚନା ଅନୁସାରେ, ନୀଳାମ୍ବରଙ୍କ ଘର ତୁମ୍ବାର୍ଲା ଅଞ୍ଚଳରେ ହୋଇଥିବା ବେଳେ ବର୍ତ୍ତମାନ ସେ ନବରଙ୍ଗପୁରର ମେଦିରି ସାହିରେ ରହୁଥିଲେ। ଅନ୍ୟ ତିନି ଅଭିଯୁକ୍ତ ବାବୁଲା, ପରମେଶ ଓ ଦିଲ୍ଲୀପ ହରିଜନ ନବରଙ୍ଗପୁରର ଦଣ୍ଡାସୀ ସାହି ଅଞ୍ଚଳର ବାସିନ୍ଦା ବୋଲି ଏହି ଚାଲାଣ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି। ମାମଲାର ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସୀମା ଲାକ୍ରା ରହିଛନ୍ତି।

1 hour ago
1


