ARTICLE AD BOX
ପାଳଲହଡ଼ା: ଦେଶ ସ୍ବାଧୀନ ହେବାକୁ ୭ ଦଶନ୍ଧିରୁ ଊର୍ଦ୍ଧ୍ବ ବିତିଗଲାଣି। ସରକାର ଡିଜିଟାଲ୍ ଭାରତର ସ୍ବପ୍ନ ବି ଦେଖାଉଛନ୍ତି। ହେଲେ, ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାର ପାଳଲହଡ଼ା ବ୍ଲକ୍ ଅନ୍ତର୍ଗତ ୬ଟି ଗାଁରେ ଆଜି ପର୍ଯ୍ୟନ୍ତ ମୋବାଇଲ୍ ନେଟ୍ୱର୍କ ପହଞ୍ଚି ପାରିନାହିଁ। ଫଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଜରୁରି ସେବାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କିଛି ପ୍ରଭାବିତ ହେଉଛି।
Sonu Nigam: ଇୟୁଜେନିକ୍ସ ହେୟାର ସାଇନ୍ସେସ୍ ସହପ୍ରତିଷ୍ଠାତାଙ୍କ ସହଯୋଗରେ ରଥଯାତ୍ରା ଦେଖିଲେ ସୋନୁ ନିଗମ
ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତର ଜାମ୍ବୁଆ, ଗୋଇତାସରେଇ, ରାଇପାଳ, ବନମୁହାଁଣ, ବରବାହାଳି (୧) ଓ ବରବାହାଳି (୨) ଆଦି ୬ଟି ଗାଁରେ ମୋବାଇଲ୍ ନେଟ୍ୱର୍କ ଉପଲବ୍ଧ ନାହିଁ। ବାରମ୍ବାର ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପଞ୍ଚାୟତରେ ଗୋଟିଏ ହାଇସ୍କୁଲ୍, ୩ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ନେଟ୍ୱର୍କ ଅଭାବରୁ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷା ଓ ଡିଜିଟାଲ୍ ସୁବିଧାରୁ ବଞ୍ଚିତ ହେଉଛନ୍ତି।
Rain: ନବରଂଗପୁରରେ ଚାଷୀଙ୍କ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା
ଜରୁରି ଫୋନ୍ କରିବାକୁ ହେଲେ ଗଛ ଉପରକୁ କିମ୍ବା ପାହାଡ଼ ଶିଖରକୁ ଯିବାକୁ ପଡ଼ୁଛି। ନଚେତ, ମୋବାଇଲ ଫୋନ୍ କେବଳ ଖେଳନା ପାଲଟିଯାଉଛି। ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଜରୁରି ସୂଚନା ଆଦାନ ପ୍ରଦାନ ବାଧାପ୍ରାପ୍ତ ହେଉଥିବା ବେଳେ ସ୍ୱାସ୍ଥ୍ୟସେବା ମଧ୍ୟ ପ୍ରଭାବିତ ହେଉଛି। ସ୍ଥାନୀୟ ଯୁବକ ଦିଲୀପ କୁମାର ସାହୁଙ୍କ କହିବା ଅନୁଯାୟୀ, ନେଟ୍ୱର୍କ ନଥିବାରୁ ଯୁବକମାନଙ୍କ ବାହାଘର ମଧ୍ୟ ଭାଙ୍ଗିଯାଉଛି। ଗାଁରେ ମୋବାଇଲ୍ ସେବା ନଥିବା କଥା କନ୍ୟାପକ୍ଷ ଜାଣିବା ପରେ ଝିଅ ଦେବାକୁ ମନା କରୁଥିବା ଶ୍ରୀ ସାହୁ କହିଛନ୍ତି। ଏହି ୬ଟି ଗାଁରେ ଶୀଘ୍ର ମୋବାଇଲ୍ ଟାୱାର ସ୍ଥାପନ କରି ନେଟ୍ୱର୍କ ସୁବିଧା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

5 hours ago
2


