MLC: ନାଇଟ୍‌ ରାଇଡର୍ସକୁ ପ୍ରଥମ ଏମ୍‌ଏଲ୍‌ସି ମୁକୁଟ

10 hours ago 1
ARTICLE AD BOX

ଲସ୍‌ଏଞ୍ଜେଲ୍‌ସ: ଚଳିତ ମେଜର ଲିଗ୍‌ କ୍ରିକେଟ୍‌ (ଏମ୍‌ଏଲ୍‌ସି)ରେ ଲସ୍‌ଏଞ୍ଜେଲ୍‌ସ ନାଇଟ୍‌ ରାଇଡର୍ସ ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ ଏହି ଦଳ ନାଟକୀୟ ଭାବେ ୧ ରନ୍‌ରେ ୱାସିଟନ୍‌ ଫ୍ରିଡମ୍‌କୁ ପରାସ୍ତ କରି ପ୍ରଥମ ଥର ଲାଗି ଏହି ଟ୍ରଫି ହାସଲ କରିବାରେ ସଫଳ ହୋଇଛି। ଗତ ୩ ଋତୁରେ କେବଳ ୫ ବିଜୟ ପାଇଥିବା ଏହି ଦଳ ଚଳିତ ଋତୁରେ ୮ ବିଜୟ ସହ ଏହି ସଫଳତା ପାଇଛି ଭାରତୀୟଙ୍କ ମାଲିକାନାରେ ଥିବା ଏହି ଦଳ।

ଶେଷ ଓଭରରେ ୱାସିଂଟନ୍‌ ଦଳକୁ ବିଜୟ ଲାଗି ୧୪ ରନ୍‌ ଆବଶ୍ୟକ ଥିଲା। ସାଡ୍‌ଲେ ଭାନ୍‌ ଶ୍ଚାଲକ୍‌ୱିକ୍‌ ପ୍ରଥମ ବଲ୍‌ ଛକା ମାରି ନିକଟବତ୍ତୀ କରାଇଥିଲେ। ହେଲେ ଓବୁସ ପିନରଙ୍କ ଚମତ୍କାର ବୋଲିଂ କରି ପରବତ୍ତୀ ୫ ବଲ୍‌ରେ ମାତ୍ର ୬ ରନ୍‌ ବ୍ୟୟ କରି ଦଳକୁ ୧ ରନ୍‌ରେ ବିଜୟ ଭେଟି ଦେଇଥିଲେ। ଶେଷ ବଲ୍‌ରେ ୩ ରନ୍‌ ଥିଲା ବେଳେ ଲାହିରୁ ମିଲନ୍ଥା ୨ ରନ୍‌ ନେବାକୁ ଚେଷ୍ଟା କରି ରନ୍‌ଆଉଟ୍‌ ହେବାରୁ ମ୍ୟାଚ୍‌ ସୁପର ଓପର୍‌ରୁ ବଞ୍ଚିତ ହୋଇଥିଲା।

ଆହୁରି ପଢନ୍ତୁ: Accident: ଅଜଣା ଗାଡ଼ି ଧକ୍କାରେ ବାଇକ୍‌ ଅରୋହୀ ମୃତ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନାଇଟ୍‌ ରାଇଡର୍ସ ୧୯.୪ ଓଭରରେ ୧୬୪ ରନ୍‌ କରିଥିଲା। ଜବାବରେ ସୁନିଲ ନାରାୟଣ (୩/୧୩)ଙ୍କ ପ୍ରାରମ୍ଭିକ ସଫଳତା ଯୋଗୁଁ ଫ୍ରିଡମ୍‌ ୨୯/୩ରେ ସଂଘର୍ଷ କରିଥିଲା। ‌ତେବେ ଓବୁସ ପିନାଲଙ୍କ ୫୩, ଆଣ୍ଡ୍ରିସ୍‌ ଗସ୍‌ଙ୍କ ୪୦ ଓ ନିଖିଳ ଚୌଧୁରୀଙ୍କ ୨୫ ରନ୍‌ ‌ଯୋଗୁଁ ମ୍ୟାଚ୍‌କୁ ଫେରି ୧୬୩/୯ରେ ଅଟକି ମାତ୍ର ୧ ରନ୍‌ରେ ପରାଜୟ ବରଣ କରିଥିଲା। ନାରାୟଣ ଫାଇନାଲ୍‌ ସହ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.