MLA: ବିଡିଓଙ୍କ ଅସହଯୋଗକୁ ନେଇ ଧାରଣାରେ ବସିଲେ ବିଧାୟକ

1 hour ago 2
ARTICLE AD BOX

ବରୀ(ସଞ୍ଜୟ କୁମାର ବେହେରା):ବିଧାୟକଙ୍କ ସମୀକ୍ଷା ବୈଠକକୁ ବାରମ୍ବାର ବିଡିଓଙ୍କ ଅଗ୍ରାହ୍ୟକୁ ନେଇ ଆଜି ବିଧାୟକ ଅସନ୍ତୁଷ୍ଟ ହୋଇ ବିଡିଓଙ୍କୁ ନିଜେ ବିଧାୟକ ବିଶ୍ବରଞ୍ଜନ ମଲ୍ଲିକ ବିଡିଓଙ୍କ ଅଫିସ ପ୍ରବେଶ ଦ୍ବାରରେ ବସି ବିଡିଓ ଘେରାଉ କରି ବସିରହିଥିଲେ। କିଛିଦିନ ପୂର୍ବରୁ ସମୀକ୍ଷା ବୈଠକ ଡାକିଥିଲେ। ସେଦିନ ବ୍ଲକର କର୍ମଚାରୀ ମାନଙ୍କୁ ଅନ୍ୟତ୍ର ପଠାଇ ଦେବା ସହିତ ବୈଠକ ପାଇଁ କରିଥିବା ଚିଠିକୁ ସଂଧ୍ୟାରେ ବାତିଲ କରିଦେଇଥିଲେ। ଦ୍ବିତୀୟ ଥର ଯଥେଷ୍ଟ ପୂର୍ବରୁ ସମୀକ୍ଷା ବୈଠକ ପାଇଁ ବିଧାୟକ ବିଡିଓଙ୍କୁ ସୂଚନା ଦେଇଥିଲେ। ଆଜି ନିର୍ଦ୍ଧାରିତ ସମୟରେ ବ୍ଲକରେ ପହଞ୍ଚିଥିଲେ ବିଧାୟକ।

ତ୍ରୁଟି ସ୍ବୀକାର କରିବା ସହିତ ତୁରନ୍ତ ସମୀକ୍ଷା ବୈଠକ

କିନ୍ତୁ ବିଡିଓ ସମୀକ୍ଷା ବୈଠକ ପାଇଁ ଅସହଯୋଗ କରିବାରୁ ଅଫିସରେ ବିଡିଓ ଥିଲାବେଳେ ପ୍ରବେଶ ପଥରେ ଚେୟାର ପକାଇ ବସିରହିଥିଲେ। ୧ଘଣ୍ଟାରୁ ଅଧିକ ସମୟ ଧରି ବିଡିଓଙ୍କୁ ବିଧାୟକ ଘେରାଉ କରିବା ପରେ ପରେ ବିଧାୟକଙ୍କ ସମର୍ଥକମାନଙ୍କର ଭିଡ଼ ଜମିଥିଲା। ଯାହାକୁ ଦେଖି ବିଡିଓ  ବିଧାୟକଙ୍କ ନିକଟରେ   ନିଜର ତ୍ରୁଟି ସ୍ବୀକାର କରିବା ସହିତ ତୁରନ୍ତ ସମୀକ୍ଷା ବୈଠକର ଆୟୋଜନ କରିଥିଲେ। ବୈଠକରେ ବ୍ଲକର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟିର କାରଣ ଖୋଜିଥିଲେ ବିଧାୟକ। ପ୍ରକାଶ ଥାଉ ରାଜ୍ୟରେ ବିଜେପି ସରକାର କ୍ଷମତାରେ ଥିଲା ବେଳେ ବରୀ ବିଧାୟକ ବିଜେଡିଦଳର। ଯେଉଁଥିପାଇଁ ଶାସକ ଦଳର ଚାପରେ ବ୍ଲକ ପ୍ରଶାସନ ତାଙ୍କୁ ଅସହଯୋଗ କରୁଥିବାର ଅଭିଯୋଗ ଆଣିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

Attack: ଟୋଲଗେଟରେ କାର୍ଯ୍ୟରତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଟ୍ରକ୍ ଚାଳକ ଓ ପୁଅ ଅଟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.