ARTICLE AD BOX
ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସଫଳତାର ସହ ସମରକୌଶଳୀ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ ‘ଅଗ୍ନି-୪’ ର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ (ଏସ୍ଏଫ୍ସି)ର ତତ୍ତ୍ୱାବଧାନରେ ହୋଇଥିବାବେଳେ ଏହା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କୁହାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପରୀକ୍ଷଣ ସମୟରେ ମିସାଇଲର ସମସ୍ତ ଅପରେସନାଲ୍ ଓ ବୈଷୟିକ ମାନଦଣ୍ଡର ସଫଳ ଯାଞ୍ଚ କରାଯାଇଛି। ପ୍ରାୟ ୪,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାର କ୍ଷମତା ଥିବା ଏହି ମିସାଇଲ ଭାରତର ରଣନୀତିକ ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଜନ। ପରୀକ୍ଷଣ ସମୟରେ ମିସାଇଲର ଗତିପଥ, ନାଭିଗେସନ୍ ବ୍ୟବସ୍ଥା ଏବଂ ଲକ୍ଷ୍ୟସ୍ଥଳକୁ ନିଖୁଣ ଭାବେ ଭେଦ କରିବାର କ୍ଷମତାକୁ ସ୍ୱତନ୍ତ୍ର ରାଡାର ଓ ଟ୍ରାକିଂ ସିଷ୍ଟମ୍ ମାଧ୍ୟମରେ ସତର୍କତାର ସହ ନିରୀକ୍ଷଣ କରାଯାଇଥିଲା। ପରୀକ୍ଷଣର ସମସ୍ତ ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି।
Russia: କିବ୍ ଉପରେ ରୁଷ୍ର ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
ଏହି ସଫଳ ପରୀକ୍ଷଣ ପାଇଁ ଡିଆରଡିଓର ବୈଜ୍ଞାନିକ ଦଳ, ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ ଏବଂ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ଏହି ସଫଳତା ଭାରତର ସ୍ୱଦେଶୀ ପ୍ରତିରକ୍ଷା ପ୍ରଯୁକ୍ତି ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଆଉ ଏକ ମାଇଲଖୁଣ୍ଟ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

1 hour ago
1


