Miss Charm 2026: ବିମାନବନ୍ଦରରେ ରାଜକୀୟ ଅନ୍ଦାଜରେ ନଜର ଆସିଲେ ତେଜସ୍ୱିନୀ

12 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ତେଜସ୍ୱିନୀ ଶ୍ରୀବାସ୍ତବ। ମିସ୍ ଚାର୍ମ ୨୦୨୬ ପ୍ରତିଯୋଗିତାରେ ଭାରତ ପକ୍ଷରୁ ସାମିଲ ହେବାକୁ ସେ ଭିଏତନାମରେ ପହଞ୍ଚିଛନ୍ତି। ତେବେ ପ୍ରତିଯୋଗିତା ପୂର୍ବରୁ ତାଙ୍କର ଏକ ନିଆରା ଏୟାରପୋର୍ଟ ଲୁକ୍ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପାଶ୍ଚାତ୍ୟ ପୋଷାକ ବଦଳରେ ପାରମ୍ପରିକ ଭାରତୀୟ ଶାଢ଼ି ପିନ୍ଧି ସେ ବିଦେଶ ମାଟିରେ ଦେଶର ସଂସ୍କୃତି ଓ ପରମ୍ପରାର ଝଲକ ଦେଖାଇଛନ୍ତି।

ମହାରାଷ୍ଟ୍ରର ନାଗପୁରର ବାସିନ୍ଦା ତେଜସ୍ୱିନୀ ପୂର୍ବରୁ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ପ୍ରତିଯୋଗିତାରେ ମହାରାଷ୍ଟ୍ରକୁ ପ୍ରତିନିଧିତ୍ୱ କରିଥିଲେ। ଏହି ପ୍ରତିଯୋଗିତାରେ ସେ ତୃତୀୟ ରନର୍ସଅପ୍ ଟାଇଟଲ୍ ହାସଲ କରିଥିଲେ। ଏବେ ମିସ୍ ଚାର୍ମ ୨୦୨୬ ମଞ୍ଚରେ ଭାରତର ପ୍ରତିନିଧି ଭାବେ ନିଜର ପ୍ରତିଭା, ଆତ୍ମବିଶ୍ୱାସ ଓ ବ୍ୟକ୍ତିତ୍ୱର ପରିଚୟ ଦେବାକୁ ସେ ପ୍ରସ୍ତୁତ ହେଉଛନ୍ତି।

ଆକର୍ଷଣୀୟ ଅଂଶ ତାଙ୍କ ମୁଣ୍ଡରେ ଥିବା ସୁନ୍ଦର ମୁକୁଟ
ଭିଏତନାମ ବିମାନବନ୍ଦରରୁ ତେଜସ୍ୱିନୀ ନିଜର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ସେ ଗୋଲାପୀ ରଙ୍ଗର ଆକର୍ଷଣୀୟ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଛି। ତେଜସ୍ୱିନୀଙ୍କ ଏହି ଲୁକ୍‌ର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ତାଙ୍କ ମୁଣ୍ଡରେ ଥିବା ସୁନ୍ଦର ମୁକୁଟ। ତାଙ୍କର ଏହି ରାଜକୀୟ ଅନ୍ଦାଜ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି।

Rajinikanth: ଅନିରୁଦ୍ଧ-କାବ୍ୟାଙ୍କ ବିବାହରେ ଧୁମ୍ ମଚାଇଲେ ରଜନୀକାନ୍ତ, ‘ମନସିଲାୟୋ’ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ

କେବଳ ପୋଷାକ ନୁହେଁ, ତେଜସ୍ୱିନୀଙ୍କ ହାତରେ ଥିବା ଭାରତୀୟ ଜାତୀୟ ପତାକା ମଧ୍ୟ ତାଙ୍କ ଫଟୋକୁ ସ୍ୱତନ୍ତ୍ର କରିଛି। ତାଙ୍କ ସୁଟକେସ୍‌ରେ ମଧ୍ୟ ମିସ୍ ଚାର୍ମ ଇଣ୍ଡିଆ ୨୦୨୬ର ପୋଷ୍ଟର ଲାଗିଥିବା ଦେଖାଯାଇଛି। ଭିଏତନାମରେ ପହଞ୍ଚିବା ପରେ ପ୍ରତିଯୋଗିତାକୁ ନେଇ ସେ ନିଜର ଉତ୍ସାହ ପ୍ରକାଶ କରିଛନ୍ତି। ଚଳିତବର୍ଷ ମିସ୍ ଚାର୍ମ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଡିସେମ୍ବର ୫ରେ ଭିଏତନାମର ହୋ ଚି ମିନ୍ ସିଟିରେ ଅନୁଷ୍ଠିତ ହେବ। ଏବେ ଏହି ଅନ୍ତର୍ଜାତୀୟ ମଞ୍ଚରେ ତେଜସ୍ୱିନୀ କିଭଳି ପ୍ରଦର୍ଶନ କରୁଛନ୍ତି ଏବଂ ଭାରତ ପାଇଁ କେତେ ଗୌରବ ଆଣୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.