Minor Student Harassment Case: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ମାମଲା: ୬୯ ବର୍ଷୀୟ ଟ୍ୟୁସନ୍‌ ଶିକ୍ଷକଙ୍କୁ ୩ ବର୍ଷ ଜେଲ୍

1 day ago 2
ARTICLE AD BOX

ଭୁବନେଶ୍ୱର: ୩ ବର୍ଷ ପୂର୍ବେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ରାୟ ପ୍ରକାଶ ପାଇଛି। ଆଡହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଏଫ୍‌ଟିଏସ୍‌ସି-୨ (ପୋକ୍ସୋ) କୋର୍ଟ ବିଚାରପତି ଜ୍ଞାନ ରଞ୍ଜନ ମହାନ୍ତି ମାମଲାର ବିଚାର କରି ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ବର ଅଞ୍ଚଳର କେଳୁ ଚରଣ ପାଣି(୬୯)।

Teacher arrested: ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା; ଶିକ୍ଷକ ଗିରଫ

କାରାଦଣ୍ଡ ସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଜରିମାନା ଅନାଦାୟ ହେଲେ ଅଧିକ ୧ମାସ ସଶ୍ରମ କାରାଦଣ୍ଡ ‌ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି।

Teacher Arrested: ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ ମେସେଜ ପଠାଇ ବନ୍ଧା ହେଲେ କାମୁକ ଶିକ୍ଷକ
ମାମଲାର ବିବରଣୀ ମୁତାବକ, ୧୪ ବର୍ଷୀୟା ଦଶମ ଶ୍ରେଣୀ ଛାତ୍ରୀ ପୁରୁଣା ଭୁବନେଶ୍ବରସ୍ଥିତ କେଳୁଚରଣଙ୍କ ଘରକୁ ଇଂରାଜୀ ଟ୍ୟୁସନ ପଢ଼ିବାକୁ ଯାଉଥିଲେ। ତେବେ ଗତ ୨୦୨୩ ମସିହା ସେପ୍ଟେମ୍ବର ୩ ତାରିଖ ସକାଳେ ଅନ୍ୟ ଛାତ୍ରଛାତ୍ରୀ ଟ୍ୟୁସନରୁ ଚାଲିଯିବା ପରେ ଛାତ୍ରୀଜଣକ ଏକୁଟିଆ ନୋଟ୍‌ସ ଲେଖୁଥିଲେ। ଏହି ସମୟରେ ସୁଯୋଗ ପାଇ କେଳୁ ତାଙ୍କ ସହ ଅସଦାଚରଣ କରିଥିଲେ। ଛାତ୍ରୀ ଏହାର ବିରୋଧ କରି ସେଠାରୁ ଯିବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତ ତାଙ୍କ ହାତ ଧରି ଅଟକାଇବା ସହ ଘଟଣା ସମ୍ପର୍କରେ କାହାକୁ ନକହିବା ପାଇଁ ଧମକ ଦେଇଥିଲେ। ପରେ ଛାତ୍ରୀ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ।

Minor Girl Student: ଟ୍ୟୁସନ୍ ମାଷ୍ଟରଙ୍କ ଅସଦାଚରଣର ଶିକାର ନାବାଳିକା ଛାତ୍ରୀ
ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଶିକ୍ଷକଙ୍କୁ ଗିରଫ କରିଥିଲା। ମାମଲା ବିଚାରାଧୀନ ଥିବା ବେଳେ ୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଏବଂ ୫ଟି ଦସ୍ତାବିଜ ଅଦାଲତରେ ଉପସ୍ଥାପନ କରାଯାଇଥିଲା। ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଅଦାଲତ କେଳୁଙ୍କୁ ଆଇପିସିର ଧାରା ୩୫୪, ୩୫୪(କ) ଏବଂ ପୋକ୍ସୋ ଆଇନର ଧାରା ୮ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ପୀଡ଼ିତାଙ୍କୁ ଡିଏଲ୍‌ଏସ୍‌ଏ ଭୁବନେଶ୍ୱର ପକ୍ଷରୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରୋସିକ୍ୟୁଟର ରାଜୀବ ଶାସମଲ ମାମଲା ପରିଚାଳନା କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.