ARTICLE AD BOX
ଭୁବନେଶ୍ବର: ମହଙ୍ଗା ଭତ୍ତା ପ୍ରଭାବରେ ରାଜ୍ୟର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି ପାଇଛି। ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ସୂଚନା ଅନୁସାରେ ଚଳିତ ମାସ ୧ରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୬ ଟଙ୍କାର ବୃଦ୍ଧି କରାଯାଇଛି। ତାହାର ପ୍ରଭାବରେ ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରି ୪୭୨ ଟଙ୍କାରୁ ବୃଦ୍ଧି ପାଇ ୪୭୮ ଟଙ୍କା ହୋଇଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରି ୫୨୨ ଟଙ୍କାରୁ ବଢ଼ି ୫୨୮ ଟଙ୍କା ହୋଇଛି।
Election: ଛାତ୍ର ସଂସଦ ନିର୍ବାଚନରେ ଭାଗ ନେବେ ୧୦ହଜାର ଛାତ୍ରଛାତ୍ରୀ
କୁଶଳୀ ଶ୍ରମିକଙ୍କ ମଜୁରି ୫୭୨ ଟଙ୍କାରୁ ବୃଦ୍ଧି ପାଇ ୫୭୮ ଟଙ୍କା ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି ୬୨୨ ଟଙ୍କାରୁ ବଢ଼ି ୬୨୮ ଟଙ୍କା ହୋଇଛି। ପ୍ରତିବର୍ଷ ଏପ୍ରିଲ ୧ ଓ ଅକ୍ଟୋବର ୧ରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିରେ ସଂଶୋଧନ କରାଯାଇଥାଏ। ଶିଳ୍ପ ଶ୍ରମିକମାନଙ୍କ ପାଇଁ ଜାରି ହେଉଥିବା ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କକୁ ସେଥିପାଇଁ ବିଚାରକୁ ନିଆଯାଇଥାଏ। ସେହି ସୂଚକାଙ୍କ ସଂଖ୍ୟା ହାରାହାରି ୧୪୭.୫୦ରୁ ବୃଦ୍ଧି ପାଇ ୧୪୯.୮୦ରେ ପହଞ୍ଚିଛି। ସେଥିପାଇଁ ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ବର୍ଷର ଦ୍ବିତୀୟ ଭାଗ ପାଇଁ ମହଙ୍ଗା ଭତ୍ତାରେ ପରିବର୍ତ୍ତନ ଆବଶ୍ୟକ ହେଉଥିଲା। ସେହି ଅନୁସାରେ ଶ୍ରମ ଆୟୁକ୍ତଙ୍କ କ୍ଷମତା ଆଧାରରେ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଛି।
Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ ‘ସହରୀ ଗତିଶୀଳତା ଭାରତ ସମ୍ମିଳନୀ

58 minutes ago
1


