ARTICLE AD BOX
ଭୁବନେଶ୍ବର: ରାଜ୍ୟ ସରକାର ଅର୍ଥନୈତିକ ବିକାଶକୁ ନେଇ ପ୍ରସ୍ତୁତ କରିଥିବା ନକ୍ସାରେ ଶିଳ୍ପାୟନକୁ ବିଶେଷ ଗୁରୁତ୍ବ ଦେଉଛନ୍ତି। ଆଲୁମିନିୟମ, ଧାତବ ଓ ଖଣି କ୍ଷେତ୍ରର ବଡ଼ ବଡ଼ କମ୍ପାନିଙ୍କୁ ଆକୃଷ୍ଟ କରିବାର ପ୍ରୟାସ ଚାଲିଛି। କିନ୍ତୁ ସେଭଳି ବିକାଶର ଲାଭ ସମାଜର ସବୁ ବର୍ଗ ପାଖରେ ପହଞ୍ଚିନଥିବାର ଅନେକ ଉଦାହରଣ ରହିଛି। ତେଣୁ ସରକାର ବିକାଶର ଏହି ଆଭିମୁଖ୍ୟକୁ ପରିହାର କରି ଏକ ସମାବେଶୀ, ସ୍ଥାୟୀ ଓ ସୁସମାନ ବିକାଶ ପ୍ରତି ଧ୍ୟାନ ଦେବା ଦରକାର ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଶୁକ୍ରବାର ଲୋହିଆ ଏକାଡେମିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା କହିଲେ, ଦ୍ରୁତ ଖଣିଜଭିତ୍ତିକ ବିକାଶ ଧାରା ଉପରେ ରୋକ ଲଗାଇବା ପାଇଁ ଆମେ କିଛି ବୁଦ୍ଧିଜୀବୀ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛୁ। ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ଖଣି ଖନନର କୁପ୍ରଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି।
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ
ସେ ଧୈର୍ଯ୍ୟର ସହ ଆମ କଥା ଶୁଣିଥିଲେ। ତେଣୁ ସରକାରଙ୍କ ତରଫରୁ ସକାରାତ୍ମକ ଆଭିମୁଖ୍ୟ ରହିବ ବୋଲି ଆମେ ଆଶା କରୁଛୁ ବୋଲି ସେ କହିଥିଲେ। ରାଜ୍ୟର ଅଧିକାଂଶ ଖଣିଜ ସମ୍ପଦ ଜଙ୍ଗଲ କିମ୍ବା ଆଦିବାସୀ ବହୁଳ ଅଞ୍ଚଳରେ ରହିଛି। ଖଣିଜ ପଦାର୍ଥ ବାହାର କରିବାକୁ ସେଠାରେ ଖନନ କରିବାକୁ ପଡ଼ିବ ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ଯେଉଁଠାରେ ଅଧିକ ଖଣି ଖୋଳାଯାଉଛି ସେଠାରେ ଆଜି ପର୍ଯ୍ୟନ୍ତ ଦାରିଦ୍ର୍ୟ କମ୍ ହୋଇନାହିଁ। ଖଣି ହେଲେ ସେହି ଅଞ୍ଚଳର ପରିବେଶ ନଷ୍ଟ ହେବ। ଜଳାଶୟଗୁଡ଼ିକ ପ୍ରଦୂଷିତ ହେବ। ଆମ ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ ଆମକୁ ଏଭଳି ବିକାଶ ରୋକିବାକୁ ହେବ। ଜୈବବିବିଧତାକୁ ସୁରକ୍ଷିତ ରଖିବାକୁ ପଡ଼ିବ। ଏହି ପ୍ରସଙ୍ଗରେ ଅଧିକ ବିତର୍କର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ। ଏହି ଅବସରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଶରତ କୁମାର ପାଲିତା, ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ ଓ ପୂର୍ବତନ ପିସିସିଏଫ୍ ବିଜୟ କେତନ ଉପାଧ୍ୟାୟ ଉପସ୍ଥିତ ଥିଲେ।
Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ

1 hour ago
3


