Migrant Labour Crisis ସପ୍ତାହରେ ତିନି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

1 hour ago 3
ARTICLE AD BOX

ଘୁ.ଉଦୟଗିରି(ସମୀର ପାଢ଼ୀ):  ଅନୁନ୍ନତ କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରିରେ ଗୋଟିଏ ଦିନ ବ୍ୟବଧାନ ପରେ ପୁଣି ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୧ ସପ୍ତାହ ମଧ୍ୟରେ ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। 

ସୂଚନା ଅନୁସାରେ, ରିଶୁଗୁଡ଼ା ଗ୍ରାମର ପୁର୍ବତନ ନାଏବ ସରପଞ୍ଚଙ୍କ ପୁଅ ତରୁଣ ପ୍ରଧାନ (୪୨) କିଛି ମାସ ପୂର୍ବେ ପରିବାରର ଭରଣପୋଷଣ ପାଇଁ କେରଳକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ପରିବାର ପାଖରେ ପହଞ୍ଚିଛି। ତେବେ ମୃତ୍ୟୁର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇ ପୁଅ ଅଛନ୍ତି। ଘଟଣାର ଚାରି ଦିନ ବିତିଯାଇଥିବା ବେଳେ ପରିବାରର ଆର୍ଥିକ ଅସୁବିଧା ଯୋଗୁଁ ତାଙ୍କ ମରଶରୀରକୁ ଗାଁକୁ ଆଣିବା ସମ୍ଭବ ହୋଇନଥିଲା। ଫଳରେ କେରଳରେ ହିଁ ତାଙ୍କର ଶବ ସତ୍କାର କରାଯାଇଥିବା ସୂଚନା ମିଳିଛି। 

UAE: ୩ ବର୍ଷରେ ବିଦେଶରେ ୧,୯୦୦ରୁ ଅଧିକ ପ୍ରବାସୀ ଭାରତୀୟ ନିଜ ଜୀବନ ନେଇଛନ୍ତି

ଏହା ପୂର୍ବରୁ ରଟିଙ୍ଗିଆ ପଞ୍ଚାୟତର କଲିନାଜୁ ଗ୍ରାମର ସାଗର ପ୍ରଧାନ (୩୪) ଓ ଦାରିଙ୍ଗବାଡ଼ି ବ୍ଲକର ଗୁମିକିଆ ପଞ୍ଚାୟତ ଅନ୍ତର୍ଗତ କୁନ୍ଦୁପାଙ୍ଗା ଗ୍ରାମର ବିଶୋପ ଦିଗାଲଙ୍କର ମଧ୍ୟ କେରଳରେ ଦାଦନ ଖଟୁଥିବା ସମୟରେ ମୃତ୍ୟୁ ଘଟିଥିଲା। ପରିବାର ପକ୍ଷରୁ ଶବ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଅଧିକ ଅର୍ଥ ଆବଶ୍ୟକ ହେଉଥିବା କାରଣରୁ ଶବ ଆଣିବା ସମ୍ଭବପର ହେଇ ପାରୁନାହିଁ । ବିଭିନ୍ନ ସାମାଜିକ ସଂଗଠନକୁ ଯୋଗାଯୋଗ କରାଯାଇ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କେତେ ଦୂର ସମ୍ଭବ ତାହା ଶବ ଆସିବା ପରେ ଜଣା ପଡ଼ିବ। ଗୋଟିଏ ସପ୍ତାହ ମଧ୍ୟରେ କନ୍ଧମାଳ ଜିଲ୍ଲାର ତିନିଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ  ଜିଲ୍ଲାରେ ଗଭୀର ଚିନ୍ତାର ବିଷୟ ପାଲଟିଛି। 

Gas: ଗ୍ୟାସ୍‌ ସଙ୍କଟ: କାମଧନ୍ଦା ହରାଇ ଜନ୍ମମାଟିକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ଶୁକ୍ରବାର ରାଇକିଆରୁ ଘୁ.ଉଦୟଗିରି ଦେଇ କେରଳ ଅଭିମୁଖେ ୩-୪ ଟି ବସ୍ ଯାତାୟାତ କରୁଥିବା ବେଳେ ଶହ ଶହ ଶ୍ରମିକ ପରିବାର ସହ କାମ ସନ୍ଧାନରେ ରାଜ୍ୟ ବାହାରକୁ ଯାଉଛନ୍ତି। ସେମାନଙ୍କ ସୁରକ୍ଷା, କାର୍ଯ୍ୟ ପରିସ୍ଥିତି ଓ ସମସ୍ୟା ପ୍ରତି ସରକାରୀ ସ୍ତରରେ ଅଧିକ ଦୃଷ୍ଟି ଦେବା ସହ ଦାଦନ ପ୍ରବଣ ଅଞ୍ଚଳରେ ସ୍ଥାୟୀ ରୋଜଗାରର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.