ARTICLE AD BOX
ୱାସିଂଟନ/ରିୟାଦ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପୁଣି ତେଜିଛି। ସାଉଦି ଆରବ ଏବଂ ୟେମେନର ହୁତି ମିଲିସିଆଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଉପସାଗରୀୟ ଅଞ୍ଚଳରେ ଥିବା କିମ୍ବା ସେଠାକୁ ଯାତ୍ରା କରୁଥିବା ଆମେରିକୀୟମାନଙ୍କ ପାଇଁ ଏକ ସୁରକ୍ଷା ସତର୍କତା ଜାରି କରିଛନ୍ତି। ଏକ ଆଡଭାଇଜରୀରେ, ଆମେରିକୀୟ ବୈଦେଶିକ ବିଭାଗ ଆମେରିକୀୟମାନଙ୍କୁ ଏହି ଅଞ୍ଚଳକୁ କିମ୍ବା ସେହି ଅଞ୍ଚଳ ଦେଇ ଯାତ୍ରା କରିବା ବିଷୟରେ ଗମ୍ଭୀରତାର ସହିତ ପୁନର୍ବିଚାର କରିବାକୁ ଅନୁରୋଧ କରିଛି ଏବଂ ବିମାନ ବାତିଲ, ଆକାଶମାର୍ଗ ବନ୍ଦ ଏବଂ ଅନ୍ୟାନ୍ୟ ଯାତ୍ରା ବାଧା ବିଷୟରେ ଚେତାବନୀ ଦେଇଛି।
ତୁରନ୍ତ ଷ୍ଟେପରେ ପଞ୍ଜିକରଣ କରିବାକୁ ଅନୁରୋଧ
ଏହି ସମୟରେ, ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ଏବଂ ଆମେରିକୀୟ ସ୍ୱାର୍ଥ ପ୍ରତି ବିପଦ ଯୋଗୁଁ, ଆମେରିକା ପଶ୍ଚିମ ଏସିଆର ୯ ଦେଶଗୁଡ଼ିକ ପାଇଁ ଏକ ସ୍ମାର୍ଟ ଟ୍ରାଭେଲର ଏନରୋଲମେଣ୍ଟ ପ୍ରୋଗ୍ରାମ(ଷ୍ଟେପ୍) ସତର୍କତା ଜାରି କରିଛି। ସୁରକ୍ଷା ଅପଡେଟ୍ ପାଇବା ପାଇଁ ଆମେରେକୀୟ ନାଗରିକମାନଙ୍କୁ ତୁରନ୍ତ ଷ୍ଟେପରେ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି। ସତର୍କ ସୂଚନାରେ କୁହାଯାଇଛି, ବାହାରିନ, ମିଶର, ଇରାନ, ଇରାକ, ଇସ୍ରାଏଲ, ଅଧିକୃତ ପଶ୍ଚିମ ବ୍ୟାଙ୍କ ଏବଂ ଗାଜା, ଜୋର୍ଡାନ, କୁଏତ, ଲେବାନନ, ଓମାନ, କତାର, ସାଉଦି ଆରବ, ସିରିଆ, ୟୁଏଇ ଏବଂ ୟେମେନ ପାଇଁ ଏହା ପ୍ରଯୁଜ୍ୟ।
ଅନ୍ୟ ପକ୍ଷରେ ହୁତିଙ୍କ ଆକ୍ରମଣରେ ସାଉଦି ଆରବ ଥରିବାରେ ଲାଗିଛି। ଇରାନ ସମର୍ଥିତ ୟେମେନି ହୁତି ବିଦ୍ରୋହୀମାନେ ପାକିସ୍ତାନ ଏବଂ ତୁର୍କୀକୁ ସିଧାସଳଖ ଚେତାବନୀ ଦେଇ କହିଛନ୍ତି, ଯଦି ପାକିସ୍ତାନ ଏବଂ ତୁର୍କୀ ସାଉଦି ଆରବକୁ ସମର୍ଥନ କରି ସାମରିକ ଭାବରେ ହସ୍ତକ୍ଷେପ କରନ୍ତି, ତେବେ ସେମାନେ ସାଉଦି ଆରବ ପରି ସମାନ ପ୍ରତିକ୍ରିୟାର ସମ୍ମୁଖୀନ ହେବେ।

1 week ago
4


