Microsoft service: ୭୪ ଦେଶରେ ମାଇକ୍ରୋସଫ୍ଟ ସେବା ବିଭ୍ରାଟ: ମାଇକ୍ରୋସଫ୍ଟ ୩୬୫, ଆଉଟ୍‌ଲୁକ୍‌, ଟିମ୍‌ସରେ ସମସ୍ୟା

53 minutes ago 2
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱର ୭୪ଟି ଦେଶରେ ମାଇକ୍ରୋସଫ୍ଟର ବିଭିନ୍ନ ଡିଜିଟାଲ୍‌ ସେବାରେ ଦେଖାଦେଇଥିବା ବିଭ୍ରାଟ ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି। ଏହାଦ୍ୱାରା ହଜାର ହଜାର ବ୍ୟବହାରକାରୀ ଅସୁବିଧାର ସାମନା କରୁଛନ୍ତି। ମାଇକ୍ରୋସଫ୍ଟ ୩୬୫, ଆଉଟଲୁକ୍‌, ଟିମ୍‌ସ ଓ କୋପାଇଲଟ୍‌ ଭଳି ସେବା ବ୍ୟବହାର କରିବାରେ ସମସ୍ୟା ହେଉଛି। ଗୁରୁବାର ନଭେମ୍ବର ୧୨ରୁ ଏହି ସମସ୍ୟା ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ସୁଦ୍ଧା ଏହାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିନାହିଁ।

Conference: ନଭେମ୍ବର ୧୫ରୁ ଭୁବନେଶ୍ବରରେ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ

ଏହି ବିଭ୍ରାଟ ଯୋଗୁଁ ଅନେକ ଉପଭୋକ୍ତା ନିଜ ଇମେଲ୍‌ ଖୋଲିବା, ଇମେଲ୍‌ ପଠାଇବା ଓ ଗ୍ରହଣ କରିବାରେ ସମସ୍ୟା କରୁଛନ୍ତି। ୱାର୍ଡ, ଏକ୍ସେଲ୍‌, ପାୱାରପଏଣ୍ଟ, ସେୟାରପଏଣ୍ଟ ଓ ୱାନ୍‌ଡ୍ରାଇଭ୍‌ ଭଳି ସେବା ମଧ୍ୟ ପ୍ରଭାବିତ ହୋଇଛି। ଟିମ୍‌ସରେ ଅନଲାଇନ୍‌ ବୈଠକ ଓ ମେସେଜ୍‌ ପଠାଇବା ଭଳି ମୁଖ୍ୟ ସୁବିଧା ଅଧିକାଂଶ କ୍ଷେତ୍ରରେ କାମ କରୁଥିଲେ ମଧ୍ୟ ବୈଠକର ସମୟ ନିର୍ଦ୍ଧାରଣ ଓ କ୍ୟାଲେଣ୍ଡର ବ୍ୟବହାରରେ ସମସ୍ୟା ହେଉଛି। ଓପନ୍‌ଏଆଇ ଓ ଆନ୍ଥ୍ରୋପିକ୍‌ର ଏଆଇ ସେବା ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି। ଚାଟ୍‌ଜିପିଟି ଓ କ୍ଲଡ୍‌ ଭଳି ଏଆଇ ଟୁଲ୍‌ର କେତେକ ସୁବିଧା ଠିକ୍‌ ଭାବେ କାମ କରୁନାହିଁ। ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଇଣ୍ଡିଗୋ ବିମାନ କମ୍ପାନିର ଇମେଲ୍‌ ଗ୍ରାହକ ସେବା ମଧ୍ୟ ପ୍ରଭାବିତ ହୋଇଥିବା ଜଣାଇଛି।  ମାଇକ୍ରୋସଫ୍ଟର କହିବା ଅନୁଯାୟୀ, କମ୍ପାନିର କିଛି ସର୍ଭର ସ୍ୱୟଂଚାଳିତ ଯାଞ୍ଚରେ ବିଫଳ ହେବାରୁ ସେଗୁଡ଼ିକ ଅଚଳ ହୋଇପଡ଼ିଥିଲା।

Demand: ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଦାବି

ଫଳରେ ଅନ୍ୟ ସର୍ଭରଗୁଡ଼ିକ ଉପରେ ଅଧିକ ଚାପ ପଡ଼ିଥିଲା। ଏହା କୌଣସି ସାଇବର ଆକ୍ରମଣ ବା ହ୍ୟାକିଂ ଯୋଗୁଁ ହୋଇନାହିଁ ବୋଲି କମ୍ପାନି ସ୍ପଷ୍ଟ କରିଛି। ସେବା ସ୍ୱାଭାବିକ କରିବାକୁ କମ୍ପାନି ପ୍ରଭାବିତ ସର୍ଭରଗୁଡ଼ିକୁ ପୁଣି କାର୍ଯ୍ୟକ୍ଷମ କରିବା ସହ ଅନ୍ୟ ନେଟ୍‌ୱର୍କ ମାଧ୍ୟମରେ ଡାଟା ପଠାଇବାକୁ ଉଦ୍ୟମ କରୁଛି। ତେବେ ପୂର୍ବରୁ ନିଆଯାଇଥିବା ପଦକ୍ଷେପରୁ ଆଶାନୁରୂପ ସଫଳତା ମିଳିନଥିବା କମ୍ପାନି କହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.