ARTICLE AD BOX
ଓଡ଼ିଶାର ସ୍ବନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ହିନ୍ଦୀ ଚଳଚ୍ଚିତ୍ର ‘ହୋ ଜା ଜରା ମତଲବୀ’ର ସଙ୍ଗୀତ ନିର୍ଦ୍ଦେଶନା ଦେବେ। ଏବିପ୍ଲସ୍ ଷ୍ଟୁଡିଓଜ୍ ଓ ଆଲ୍ଫାନେଅନ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରର କାହାଣୀ...
/sambad/media/media_files/2026/11/14/fshhsfsfhxb-2026-11-14-00-31-25.jpg)
ଓଡ଼ିଶାର ସ୍ବନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ହିନ୍ଦୀ ଚଳଚ୍ଚିତ୍ର ‘ହୋ ଜା ଜରା ମତଲବୀ’ର ସଙ୍ଗୀତ ନିର୍ଦ୍ଦେଶନା ଦେବେ। ଏବିପ୍ଲସ୍ ଷ୍ଟୁଡିଓଜ୍ ଓ ଆଲ୍ଫାନେଅନ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମାଣ ହେବାକୁ ଥିବା ଏହି ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ହରିଶ ବି. ରାଉତ ଏବଂ ଚଳଚ୍ଚିତ୍ରର ସଂଳାପ ଳେଖିଛନ୍ତି ପ୍ରାଞ୍ଜଲ କ୍ରିପଲାନୀ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସଙ୍ଗୀତ ଜଗତରେ ଥିବା ପ୍ରେମ୍ ଆନନ୍ଦ ୮୦ରୁ ଅଧିକ ଚଳଚ୍ଚିତ୍ର, ପ୍ରାୟ ୨୦ଟି ଟେଲିଭିଜନ୍ ଧାରାବାହିକ ଏବଂ ୨ ହଜାରରୁ ଅଧିକ ସଙ୍ଗୀତ ଆଲବମ୍ରେ ସଙ୍ଗୀତ ସଂଯୋଜନା କରିଛନ୍ତି।
ହିନ୍ଦୀ ଚଳଚ୍ଚିତ୍ର ଜଗତ ସହ ପୂର୍ବରୁ ଜଡ଼ିତ ରହିଥିବା ପ୍ରେମ ଆନନ୍ଦଙ୍କ ପାଇଁ ‘ହୋ ଯା ଜରା ମତଲବୀ’ ଏକ ନୂଆ ଓ ବଡ଼ ସୁଯୋଗ। ଏହା ମାଧ୍ୟମରେ ତାଙ୍କ ସଙ୍ଗୀତ ଦେଶର ସବୁ ଅଞ୍ଚଳର ଶ୍ରୋତାଙ୍କ ନିକଟରେ ପହଞ୍ଚିବାର ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶା ମାଟିରୁ ସଙ୍ଗୀତ ଯାତ୍ରା ଆରମ୍ଭ କରି ଜାତୀୟ ଚଳଚ୍ଚିତ୍ର ମଞ୍ଚରେ ନିଜ ପ୍ରତିଭାର ସ୍ୱୀକୃତି ପାଇବା ନିଶ୍ଚିତ ଭାବେ ରାଜ୍ୟର ସଙ୍ଗୀତପ୍ରେମୀଙ୍କ ପାଇଁ ଆନନ୍ଦ ଓ ଗର୍ବର ବିଷୟ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

57 minutes ago
2


