Messi donation: ମେସିଙ୍କ ମହାନତା: ମାଡ୍ରିଡ୍‌ ଅଗ୍ନିବିପନ୍ନଙ୍କୁ ସହାୟତା କଲେ

1 hour ago 2
ARTICLE AD BOX

ମାଡ୍ରିଡ୍‌:ଆର୍ଜେଣ୍ଟିନାର ଫୁଟ୍‌ବଲ୍‌ ମହାନ ଲିଓନେଲ ମେସିଙ୍କ ମହାନତା ଦେଖିବାକୁ ମିଳିଛି। ସ୍ପେନ୍‌ର ରାଜଧାନୀ ମାଡ୍ରିଡ୍‌ରେ କିଛି ଦିନ ତଳେ ହୋଇଥିବା ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତଙ୍କ ପାଇଁ ସେ ୮୦,୦୦୦ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୮୮ ଲକ୍ଷ ଟଙ୍କା) ଦାନ କରିଛନ୍ତି।

୮୦,୦୦୦ ୟୁରୋ ଦାନ

ମାଡ୍ରିଡ୍‌ ଆଞ୍ଚଳିକ ଅଧ୍ୟକ୍ଷ ଇସାବେଲ ଡିଆଜ୍‌ ଆୟୁସୋ ସାମାଜିକ ଗଣମାଧ୍ୟମରେ ଆର୍ଜେଣ୍ଟିନା ତାରକାଙ୍କ ମହାନତା ବିଷୟରେ ସୂଚନା ଦେବା ସହ ସମର୍ଥନ ଲାଗି ଧନ୍ୟବାଦ ଜଣାଇଛନ୍ତି। ମାଡ୍ରିଡ୍‌ର ସିଏରା ଓଏଷ୍ଟା ଅଞ୍ଚଳର କ୍ଷୟକ୍ଷତିର ପୁନଃନିର୍ମାଣ ପାଇଁ ଲିଓ ମେସି ୮୦,୦୦୦ ୟୁରୋ ଦାନ କରିଛନ୍ତି। ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି। ମାଡ୍ରିଡର ଲୋକମାନେ ତାଙ୍କୁ ସ୍ୱାଗତ ଓ ପ୍ରଶଂସା କରିବାକୁ ଅପେକ୍ଷା କରିଛନ୍ତି ବୋଲି ଡିଆଜ୍ କହିଛନ୍ତି। ମାଡ୍ରିଡ୍‌ ସିଏରା ଓଏଷ୍ଟାରେ ଭୟଙ୍କର ଅଗ୍ନିକାଣ୍ଡ ପରବର୍ତ୍ତୀ ପୁନଃ ଥଇଥାନ ଲାଗି ସ୍ପାନିସ୍‌ କର୍ତ୍ତୃପକ୍ଷ କାର୍ଯ୍ୟକରୁଥିବା ‌ବେଳେ ମେସିଙ୍କ ଏହି ଦାନ ଅର୍ଥ ଆସିଛି। ସୂଚନାଯୋଗ୍ୟ ଯେ ମେସିଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ନିକଟରେ ଶେଷ ହୋଇଥିବା ଫିଫା ବିଶ୍ବକପ୍‌ ଫାଇନାଲ୍‌ରେ ସ୍ପେନ୍‌ଠୁ ହାରି ଉପବିବେଜତା ହୋଇଥିଲା।

Team India: ଶ୍ରୀଲଙ୍କାରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ: ଚିନ୍ତା ବଢ଼ାଇଲା ସାଇ ସୁଦର୍ଶନଙ୍କ ଅନୁପସ୍ଥିତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.