Messi And Ronaldo: ଏକାଠି ଖେଳିବେ ମେସି, ରୋନାଲ୍‌ଡୋ

3 weeks ago 11
ARTICLE AD BOX

ନୂଆଦିଲ୍ଲୀ:ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲ୍‌ର ଦୁଇ ମହାନ୍‌ ଫୁଟ୍‌ବଲର୍‌ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ମହାମିଳନ ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଯାଉଛି। ଆର୍ଜେଣ୍ଟିନାର କିଂବଦନ୍ତି କାର୍ଲୋସ ତେଭେଜଙ୍କ ବହୁପ୍ରତୀକ୍ଷିତ ବିଦାୟୀ ମ୍ୟାଚ୍‌ ଲାଗି ଅଧୁନିକ ଯୁଗର ଏହି ମହାନ ତାରକାଙ୍କୁ ନିମନ୍ତ୍ରଣ କରାଯାଇଛି। ଉଭୟ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ଏହି ମ୍ୟାଚ୍‌ ଖେଳି ତେଭେଜ ନିଜ କ୍ୟାରିୟର ଆରମ୍ଭ କରିଥିବା ଆର୍ଜେଣ୍ଟିନା ବୋକା ଜୁନିୟରଠାରେ ନିଜର ପେସାଗତ ଫୁଟ୍‌ବଲ୍‌କୁ ଗୁଡ୍‌ବାଏ କରିବେ। ଏହି ୪୨ ବର୍ଷୀୟ ପ୍ରାୟ ୩ ବର୍ଷ ହେବ ପେସାଗତ ଫୁଟ୍‌ବଲ୍‌ ଖେଳି ନାହାନ୍ତି। କିନ୍ତୁ ବୋକା’ର ଐତିହାସିକ ଲା ବୋମ୍ବୋନେରାରେ ତାରକା ଖେଳାଳିଙ୍କ ସହ ନିଜ ଫୁଟ୍‌ବଲ୍‌ ଖେଳ ଜୀବନ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ତେଭେଜ।

ସମାନ ପିଚ୍‌ରେ ମେସି ଓ ରୋନାଲ୍‌ଡୋ

ଡିସେମ୍ବର ମଧ୍ୟଭାଗରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ୬୦ ଜଣ ଏଲିଟ୍‌ ଫୁଟ୍‌ବଲର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚୂଡ଼ାନ୍ତ ତାରିଖକୁ ନେଇ ବୋକା ସହ ତେଭେଜଙ୍କ ଆଲୋଚନା ଜାରି ରହିଛି। ପୂର୍ବତନ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଓ ଜୁଭେଣ୍ଟସ୍‌ ଫରୱାର୍ଡ ସମାନ ପିଚ୍‌ରେ ମେସି ଓ ରୋନାଲ୍‌ଡୋଙ୍କ ଉପସ୍ଥିତ ଆଶା ରଖିଛନ୍ତି। ଏକ ସାକ୍ଷାତକାରରେ ତେଭେଜ କହିଛନ୍ତି, ‘‘ଆମେ ସେମାନଙ୍କୁ ଏକାଠି କରିବୁ। ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ପାଖକୁ ଯିବି’’। ‌ମେସିଙ୍କ ସହ ଆର୍ଜେଣ୍ଟିନା ଦଳରୁ ତେଭେଜ ଖେଳିଥିଲା ବେଳେ ମାଞ୍ଚେଷ୍ଟାର ୟୁନାଇଟେଡ୍‌ରୁ ୨୦୦୭ରୁ ୨୦୦୯ ମଧ୍ୟରେ ରୋନାଲ୍‌ଡୋଙ୍କ ସହ ଖେଳିଥିଲେ। ୮ ଥରର ବାଲନ ଡି’ଓର୍‌ ବିଜେତା ମେସି ଗତ ମାସ ୩୧ ତାରିଖରେ ଅବସର ନେଇଥିଲେ। ୫ ଥରର ବିଜେତା ‌ରୋନାଲ୍‌ଡୋ ଅବସର ନେଇ ନଥିଲେ ମଧ୍ୟ ଏହା ଅପେକ୍ଷାରେ ରହିଛନ୍ତି।

US Open: ୟୁଏସ୍‌ ଓପନ୍‌: କିଜ୍‌, କୋବୋଲି, ଫ୍ରିଜ୍‌ଙ୍କ ଅଭିଯାନ ଶେଷ; ପ୍ରିକ୍ବାର୍ଟରରେ ଭେରଭ୍‌, ରିବାକିନା

Read Entire Article
LEFT SIDEBAR AD

Hidden in mobile, Best for skyscrapers.