Menopause: ମେନୋପଜ୍ ମହିଳାମାନଙ୍କ ହୃତ୍‌ପିଣ୍ଡ ଉପରେ କିପରି ପ୍ରଭାବ ପକାଏ? ଜାଣନ୍ତୁ ଏହାର ବିପଦ ବିଷୟରେ

41 minutes ago 1
ARTICLE AD BOX

ମେନୋପଜ୍ ବା ଋତୁବନ୍ଦ ହେଉଛି ଜଣେ ମହିଳାଙ୍କ ଜୀବନର ଏକ ପ୍ରାକୃତିକ ଏବଂ ଅପରିହାର୍ଯ୍ୟ ଜୈବିକ ପ୍ରକ୍ରିୟା, ଯାହା ପ୍ରଜନନ ବୟସର ସ୍ଥାୟୀ ସମାପ୍ତିକୁ ସୂଚିତ କରିଥାଏ। ଲଗାତାର ୧୨ ମାସ ପର୍ଯ୍ୟନ୍ତ ମାସିକ ଧର୍ମ ନ ହେଲେ ଏହାକୁ ମେନୋପଜ୍ ଭାବରେ ଚିହ୍ନଟ କରାଯାଏ। ଯଦିଓ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ତଥାପି ଏହା ସ୍ୱାସ୍ଥ୍ୟ ପାଇଁ କିଛି ବିପଦ ସୃଷ୍ଟି କରିଥାଏ ବିଶେଷକରି ହୃତ୍‌ପିଣ୍ଡ ପାଇଁ।

ଅଧିକ ପଢ଼ନ୍ତୁ: ଟଙ୍କା ନେଇ ଆଶ୍ରମ ଆସିଥିଲେ ବିରାଟ, ବଡ଼ ଖୁଲାସା କଲେ ସନ୍ଥ

ଏହା କାହିଁକି ହୃଦ୍‌ରୋଗର ଆଶଙ୍କାକୁ ବଢ଼ାଇଥାଏ, ସେ ସମ୍ପର୍କରେ ୩ଟି ମୁଖ୍ୟ କାରଣ ହେଲା-

୧. ରକ୍ତଚାପ ବୃଦ୍ଧି ପାଇବା

ମେନୋପଜ୍ ସମୟରେ ମହିଳାମାନଙ୍କ ହୃତ୍‌ପିଣ୍ଡ ଉପରେ ପ୍ରଥମ ପ୍ରଭାବ ପଡ଼େ ରକ୍ତଚାପ ବୃଦ୍ଧି ପାଇବା ଦ୍ୱାରା। ଉଚ୍ଚ ରକ୍ତଚାପ ହୃଦ୍‌ରୋଗ ପାଇଁ ଏକ ବଡ଼ ବିପଦ ଅଟେ। ଡାକ୍ତର ଜେରେମିଙ୍କ ଅନୁଯାୟୀ ଯେହେତୁ ଇଷ୍ଟ୍ରୋଜେନ୍ ହ୍ରାସ ପାଏ ସେହିପରି ରକ୍ତନଳୀ କାନ୍ଥରେ ଥିବା ନାଇଟ୍ରିକ୍ ଅକ୍ସାଇଡ୍ ମଧ୍ୟ କମିଯାଏ। ନାଇଟ୍ରିକ୍ ଅକ୍ସାଇଡ୍ ରକ୍ତନଳୀଗୁଡ଼ିକୁ ଶିଥୁଳ କରିଥାଏ, କିନ୍ତୁ ଏହାର ମାତ୍ରା କମିଗଲେ ରକ୍ତନଳୀଗୁଡ଼ିକ ଅତ୍ୟନ୍ତ କଠିନ ହୋଇଯାଏ ଏବଂ ରକ୍ତଚାପ ବୃଦ୍ଧି ପାଇଥାଏ।

୨. କୋଲେଷ୍ଟ୍ରଲ୍ ବୃଦ୍ଧି

ମେନୋପଜ୍ ସମୟରେ ମହିଳାମାନଙ୍କର କୋଲେଷ୍ଟ୍ରଲ୍ ମଧ୍ୟ ବୃଦ୍ଧି ପାଇଥାଏ। ଡାକ୍ତର ଜେରେମିଙ୍କ ମତରେ, ଯେତେବେଳେ ମେନୋପଜ୍ ସହିତ ଇଷ୍ଟ୍ରୋଜେନ୍ ହ୍ରାସ ପାଏ, ସେତେବେଳେ ଯକୃତ ରକ୍ତରୁ  କଣିକା ଏବଂ ବିପଜ୍ଜନକ ଆଥେରୋଜେନିକ୍ ଲାଇପୋପ୍ରୋଟେଇନ୍‌ଗୁଡ଼ିକୁ ପୂର୍ବପରି ପ୍ରଭାବଶାଳୀ ଭାବରେ ସଫା କରିପାରେ ନାହିଁ। ଏହା ହୃଦ୍‌ରୋଗର ଆଶଙ୍କାକୁ ଆହୁରି ବଢ଼ାଇ ଦେଇଥାଏ।

୩. ଭିସେରାଲ୍ ଫ୍ୟାଟ୍ ବା ପେଟର ଚର୍ବି ବୃଦ୍ଧି

ଡାକ୍ତର ଜେରେମିଙ୍କ କହିବାନୁଯାୟୀ, ଭିସେରାଲ୍ ଫ୍ୟାଟ୍ ନିଜ ଆପଣା ଏକ ସ୍ୱାଧୀନ ଏଣ୍ଡୋକ୍ରାଇନ୍ ଅର୍ଗାନ୍ ଭାବରେ କାମ କରେ। ମେନୋପଜ୍ ସମ୍ମୁଖୀନ ହେଉଥିବା ମହିଳାମାନଙ୍କଠାରେ ଏହା ଇନ୍‌ସୁଲିନ୍‌ ପ୍ରତିରୋଧର ଆଶଙ୍କାକୁ ବଢ଼ାଇଥାଏ ଓ କୋଲେଷ୍ଟ୍ରଲ୍ ପରିଚାଳନାକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ। ଯଦି ଆପଣ ମେନୋପଜ୍ ଦେଇ ଗତି କରୁଛନ୍ତି, ତେବେ ଜଣେ ମେନୋପଜ୍ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବା ଜରୁରୀ। 

ଅଧିକ ପଢ଼ନ୍ତୁ: ମୁଁ ଭାରତୀୟ ସମସ୍ତ ଫର୍ମାଟ୍‌ର ଅଧିନାୟକ ପଦରୁ ଓହରିଯାଉଛି: ହର୍‌ମନପ୍ରୀତ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.