ARTICLE AD BOX
ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଟଲି ନିକଟରେ ତାଙ୍କର ତାମିଲ ପ୍ରଡକ୍ସନ୍ 'ବାଥ୍ଥା' ର ସଫଳତା ସମାବେଶରେ ନିଜ ଜୀବନ, କ୍ୟାରିୟର ଓ ନିଜ ରୂପକୁ ନେଇ ହେଉଥିବା ଟ୍ରୋଲ୍ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି। ଏହା ସହିତ ସେ ୨୦୨୪ ମସିହାରେ ଅନନ୍ତ ଅମ୍ବାନୀଙ୍କ ବିବାହରେ ତାଙ୍କ ପତ୍ନୀ ପ୍ରିୟା ପିନ୍ଧିଥିବା 'ଅନନ୍ତସ୍ ବ୍ରିଗେଡ୍’ ଲେଖାଥିବା ଚୋଲିକୁ ନେଇ ହୋଇଥିବା ସମାଲୋଚନାର କଡ଼ା ଜବାବ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ମୁଁ ଭାରତୀୟ ସମସ୍ତ ଫର୍ମାଟ୍ର ଅଧିନାୟକ ପଦରୁ ଓହରିଯାଉଛି: ହର୍ମନପ୍ରୀତ
ଅନନ୍ତ ଅମ୍ବାନୀ ମୋର ସବୁଠୁ ଭଲ ବନ୍ଧୁ: ଆଟଲି
ସମାବେଶରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆଟଲି କହିଛନ୍ତି ଯେ, "ଲୋକମାନେ ଯାହା କହିବାକୁ ଚାହାଁନ୍ତି କୁହନ୍ତୁ, ମୋର ଚର୍ମ କଳା। ସେମାନେ ମତେ ସାଧାରଣ ବୋଲି କୁହନ୍ତି ଏବଂ ସେମାନଙ୍କର ନିଜର ମତ ରହିପାରେ।" ପତ୍ନୀଙ୍କ ପୋଷାକକୁ ନେଇ ହେଉଥିବା ସମାଲୋଚନା ସମ୍ପର୍କରେ ସ୍ପଷ୍ଟୋକ୍ତି ଦେଇ ସେ କହିଛନ୍ତି, "ଅନନ୍ତ ଅମ୍ବାନୀ ମୋର ସବୁଠୁ ଭଲ ବନ୍ଧୁ ଓ ମୋର ସବୁଠୁ ନିକଟତର ବନ୍ଧୁ। ମୁଁ ମୁମ୍ବାଇରେ ସଂଘର୍ଷ କରୁଥିବା ସମୟରେ ସେ ମୋ ପାଖରେ ଠିଆ ହୋଇଥିଲେ। ସେ ମୋ ହାତ ଧରିଛନ୍ତି, ତେଣୁ ଲୋକମାନେ ହଜାରେ କଥା କହନ୍ତୁ, ସେ ମୋର ବନ୍ଧୁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ନିଜ କାମ ଦ୍ୱାରା ଏହାର ଜବାବ ଦେବେ ଏବଂ ତାଙ୍କର ଉତ୍ତର ସବୁବେଳେ ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ରହିବ।
ଆଟଲିଙ୍କ ସଫଳତା
ବଲିଉଡରେ ଶାହାରୁଖ ଖାନଙ୍କ ସହ ‘ଜୱାନ’ ଭଳି ୧୦୦୦ କୋଟିରୁ ଅଧିକ ଆୟ କରିଥିବା ବ୍ଲକବଷ୍ଟର ଫିଲ୍ମ ନିର୍ମାଣ କରିଥିବା ଆଟଲି ବର୍ତ୍ତମାନ ଅଲ୍ଲୀ ଅର୍ଜୁନ ଓ ଦୀପିକା ପାଦୁକୋଣଙ୍କ ସହ ‘ରାକା’ ନାମକ ଏକ ସାଇନ୍ସ-ଫିକ୍ସନ୍ ଫିଲ୍ମର ସୁଟିଂ କରୁଛନ୍ତି। ଏହା ବ୍ୟତୀତ ସେ ବରୁଣ ଧୱନଙ୍କ ଅଭିନୀତ ‘ବେବି ଜନ୍’ ଏବଂ ବିଜୟ ସେଥୁପତିଙ୍କ ‘ବାଥ୍ଥା’ର ପ୍ରଯୋଜନା ମଧ୍ୟ କରିଛନ୍ତି। ଆଟଲି ଆଶାପ୍ରକାଶ କରିଛନ୍ତି ଯେ ସେ ତାଙ୍କର ଫିଲ୍ମ 'ବାଥ୍ଥା'କୁ ଅସ୍କାର ପର୍ଯ୍ୟନ୍ତ ନେବାକୁ ଚାହାଁନ୍ତି।
ଆହୁରି ପଢ଼ନ୍ତୁ: ମେନୋପଜ୍ ମହିଳାମାନଙ୍କ ହୃତ୍ପିଣ୍ଡ ଉପରେ କିପରି ପ୍ରଭାବ ପକାଏ? ଜାଣନ୍ତୁ ଏହାର ବିପଦ ବିଷୟରେ
ଅଧିକ ଦେଖନ୍ତୁ:

1 hour ago
1


