ARTICLE AD BOX
କାକାମିଗାହାରା: ଭାରତୀୟ ପୁରୁଷ କହି ଦଳ ଚଳିତ ଏସୀୟ କ୍ରୀଡ଼ାରେ ଦମ୍ଦାର ପ୍ରଦର୍ଶନ କରି ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲ୍ର ନିକଟତର ହୋଇଛି। ଗୁରୁବାର ନିଜର ତୃତୀୟ ପୁଲ୍-ଏ’ ମ୍ୟାଚ୍ରେ ଗତ ସଂସ୍କରଣ ବିଜେତା ଭାରତ ୮-୨ ଗୋଲ୍ରେ ଦକ୍ଷିଣ କୋରିଆକୁ ହରାଇଛି। ଏହି ମ୍ୟାଚ୍ରେ ଦିଲପ୍ରୀତ ସିଂହ ୨ଟି ଗୋଲ୍ ଦେଇ ଚଳିତ ପ୍ରତିଯୋଗିତାରେ ମୋଟ ୯ ଗୋଲ୍ ସହ ସର୍ବାଧିକ ଗୋଲ୍ ସ୍କୋରର୍ ତାଲିକାର ଶୀର୍ଷରେ ରହିଛନ୍ତି। ଅଭିଷେକ ଯୁଗଳ ସଫଳତା ପାଇଥିଲା ବେଳେ ଅଧିନାୟକ ହରମନ୍ପ୍ରୀତ ସିଂହ, ରାଜିନ୍ଦର ସିଂହ, ସୁଖଜିତ ସିଂହ ଓ ଓଡ଼ିଆ ପୁଅ ଶିଳାନନ୍ଦ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍ କରି ବିଜୟରେ ଅବଦାନ ରଖିଥିଲେ।
ଭାରତ ପ୍ରାରମ୍ଭିକ ଅଗ୍ରଣୀ
ମ୍ୟାଚ୍ର ଚତୁର୍ଥ ମିନିଟ୍ରେ ଶିଳାନନ୍ଦଙ୍କ ଫିଲ୍ଡ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ସୁଖଜିତ ସିଂହ (୧୦ ମିନିଟ୍), ହରମନ୍ପ୍ରୀତ (୧୧ ମିନିଟ୍) ଓ ଅଭିଷେକ (୧୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ପ୍ରଥମାର୍ଦ୍ଧରେ ୪-୦ରେ ଆଗରେ ରଖିଥିଲେ। ଦ୍ବିତୀୟ କ୍ବାର୍ଟରରେ ଦିଲପ୍ରୀତ (୨୬ ମିନିଟ୍)ଙ୍କ ଗୋଲ୍ରେ ଭାରତ ସ୍ଥିତି ୫-୦ କରିଥିଲା। ତୃତୀୟ କ୍ବାର୍ଟରରେ ହାର୍ଦିକଙ୍କ ପାସ୍ରେ ଦିଲ୍ପ୍ରୀତ (୩୨ ମିନିଟ୍) ଏବଂ ରାଜକୁମାରଙ୍କ ପାସ୍ରେ ଅଭିଷେକ (୩୮ ମିନିଟ୍) ଗୋଲ୍ କରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ୭-୦ରେ ଆଗରେ ରଖିଥିଲେ। ତେବେ ୪୨ତମ ମିନିଟ୍ରେ ଜାଏହୋ କିମ୍ଙ୍କ ଗୋଲ୍ରେ କୋରିଆ ୧-୭ରେ ତୃତୀୟ କ୍ବାର୍ଟର ଶେଷ କରିଥିଲା। ଶେଷ କ୍ବାର୍ଟରରେ ୟଙ୍ଗ ବକ କିମ୍ (୫୨ ମିନିଟ୍)ଙ୍କ ଗୋଲ୍ରେ କୋରିଆ ସ୍ଥିତି ୨-୭ କରିଥିଲା। ତେବେ ଶେଷ ମିନିଟ୍ରେ ରାଜିନ୍ଦର ସିଂହଙ୍କ ଗୋଲ୍ରେ ଭାରତ ୮-୨ରେ ବିଜୟ ମୁଣ୍ଡି ମାରିଥିଲା।
Table Tennis: ଟିଟି: ଶ୍ରୀଜା-ସିଣ୍ଡ୍ରେଲା, ଯଶସ୍ବିନୀ-ଦିୟା, ମନୁଷ ଆଗେଇଲେ
ଏହି ମ୍ୟାଚ୍ ଖେଳି ବିବେକ ସାଗର ପ୍ରସାଦ ନିଜର ୨୦୦ତମ ବରିଷ୍ଠ ଅନ୍ତର୍ଜାତୀୟ ପୂରଣ କରିଥିଲେ। ଏହି ମାଇଲ୍ଖୁଣ୍ଟ ପାଇଁ ମ୍ୟାଚ୍ ପୂର୍ବରୁ ତାଙ୍କୁ ୨୦୦ ନମ୍ବର ଜର୍ସି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଭାରତ ପରବର୍ତ୍ତୀ ପୁଲ୍ ମ୍ୟାଚ୍ ଜାପାନ ବିପକ୍ଷରେ ଶନିବାର ଖେଳିବ।

4 days ago
5


