Meerut Jail: ସ୍ବାମୀ ହତ୍ୟାକାରୀ ଶିକ୍ଷୟିତ୍ରୀ ସ୍ତ୍ରୀ ‌କଏଦୀଙ୍କୁ ପଢ଼ାଇବେ ଧାର୍ମିକ ପାଠ

2 months ago 19
ARTICLE AD BOX

ମେରଠ: ମେରଠ ହସ୍ତିନାପୁରରେ ସ୍ୱାମୀଙ୍କୁ ସାପ କାମୁଡ଼ାଇ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଘଟଣାର ଅଭିଯୋଗ ପରେ ପୁଲିସ ହତ୍ୟାକାରୀ ସ୍ତ୍ରୀ ଦାମିନୀଙ୍କୁ ଗରିଫ କରିଥିଲା। ସ୍ତ୍ରୀ ବି ସ୍ବାମୀଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିବା ପରେ ତାଙ୍କୁ ଜେଲ ହୋଇ ଯାଇଥିଲା। ।  ଜେଲଦଣ୍ଡ ଭୋଗୁଥିବା ଦାମିନୀଙ୍କୁ ଏବେ ଜିଲ୍ଲା ଜେଲରେ ଏକ ନୂତନ ଦାୟିତ୍ୱ ଦିଆଯାଇଛି। ସେ ନିଜକୁ ଜଣେ ଶିକ୍ଷୟିତ୍ରୀ ଭାବରେ ପରିଚୟ ଦେବା ପରେ ଜେଲ ପ୍ରଶାସନ ତାଙ୍କୁ ଜେଲ ପାଠାଗାରରେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାରଠାରୁ ସେ ଆନୁଷ୍ଠାନିକ ଭାବରେ ପାଠାଗାରର ଦାୟିତ୍ୱ ନେବେ ଏବଂ ମହିଳା କଏଦୀ ଏବଂ ପିଲାମାନଙ୍କୁ ଧାର୍ମିକ ପାଠ ପଢ଼ାଇବେ।

ଜମ୍ମୁ-କଶ୍ମୀରରେ ବର୍ଷା ଓ ଭୂସ୍କଳନ ଯୋଗୁଁ ୨ ଦିନରେ ୨୨ ମୃତ, ୮ ନିଖୋଜ

ଜେଲ ପ୍ରଶାସନ ଅନୁଯାୟୀ, ଦାମିନୀ ବ୍ୟାଖ୍ୟା କରିଛନ୍ତି ଯେ ସେ ପୂର୍ବରୁ ଶିକ୍ଷାଦାନରେ ଜଡିତ ଥିଲେ ଏବଂ ଜେଲରେ ତାଙ୍କର ଖାଲି ସମୟକୁ ଉପଯୋଗ କରିବାକୁ ଚାହୁଁଥିଲେ। ଏହି ଆଧାରରେ, ତାଙ୍କୁ ଜେଲପାଠାଗାରର ଦାୟିତ୍ୱ ଦିଆଯାଇଥିଲା। ସେ ମହିଳା ଏବଂ ପିଲାମାନଙ୍କୁ ରାମାୟଣ ଏବଂ ସୁନ୍ଦରକାଣ୍ଡ ପଢ଼ାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ ଦାମିନୀ

ପୁଲିସ ସୂତ୍ରରୁ ପ୍ରକାଶ, ହସ୍ତିନାପୁର ଅଞ୍ଚଳରେ ସ୍କୁଲ ମାଲିକ ଅତୁଲଙ୍କ ମୃତ୍ୟୁ ମାମଲାର ପୁଲିସ ତାଙ୍କ ସ୍ତ୍ରୀ ଦାମିନୀ ଏବଂ ତାଙ୍କ ପ୍ରେମିକ ତୁଷାରଙ୍କୁ ଗିରଫ କରିଥିଲା। ସେମାନେ ଅତୁଲଙ୍କୁ ଏକ କ୍ରେଟ୍ ସାପ କାମୁଡ଼ି ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ଏହି ଚାଞ୍ଚଲ୍ୟକର ମାମଲାରେ ଗିରଫ ହେବା ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତରେ ମେରଠ ଜିଲ୍ଲା ଜେଲକୁ ପଠାଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.