Meerut Blue Drum Murder: ମେରଠ ନୀଳ ଡ୍ରମ୍ ହତ୍ୟାକାଣ୍ଡରେ ମୁସ୍କାନ ଓ ସାହିଲଙ୍କୁ ଫାଶୀ; ରାୟ ଶୁଣାଇବା ବେଳେ ମହାଭାରତର ଉଦାହରଣ ଦେଲେ ବିଚାରପତି

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ମେରଠର ବହୁଚର୍ଚ୍ଚିତ ନୀଳ ଡ୍ରମ୍ ହତ୍ୟାକାଣ୍ଡରେ ବୁଧବାର ଦଣ୍ଡ ଘୋଷଣା ହୋଇଛି। ଏହି ମାମଲାରେ ଦୋଷୀ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲଙ୍କୁ କୋର୍ଟ ଫାଶୀ ଦଣ୍ଡ ଶୁଣାଇଛନ୍ତି। ମୁସ୍କାନ ଓ ସାହିଲ ମିଶି ମୁସ୍କାନଙ୍କ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ। ଉଭୟଙ୍କୁ ଫାଶୀ ଦଣ୍ଡ ଶୁଣାଇବା ସମୟରେ ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମହାଭାରତର ଉଦାହରଣ ଦେଇଥିଲେ। ଅପରାଧୀଙ୍କୁ ଅପରାଧ ପାଇଁ ଦଣ୍ଡ ଦେବା ମଧ୍ୟ ଧର୍ମ ବୋଲି ବିଚାରପତି କହିଥିଲେ।

ରାୟ ଘୋଷଣା ପରେ କୋର୍ଟରୁ ବାହାରିଥିବା ଜଣେ ଓକିଲ କହିଥିଲେ ଯେ, ଅଦାଲତ ଭାବନାକୁ ଧ୍ୟାନରେ ରଖି ଏହି ରାୟ ଶୁଣାଇଛନ୍ତି। ସେ କହିଥିଲେ ଯେ, ବିଚାରପତି ମହାଭାରତର ଉଦାହରଣ ଦେଇ କହିଥିଲେ, ଅପରାଧୀଙ୍କୁ ତାଙ୍କ ଅପରାଧ ପାଇଁ ଦଣ୍ଡ ଦେବା ମଧ୍ୟ ଧର୍ମ। ଏହା ଏକ ଭଲ ଓ ଉଚିତ କାର୍ଯ୍ୟ। ଅପରାଧୀଙ୍କୁ ତାଙ୍କ ଅପରାଧର ଗମ୍ଭୀରତା ଅନୁଯାୟୀ ଦଣ୍ଡ ମିଳିବା ଉଚିତ।

ଦଣ୍ଡ ସହ ଜରିମାନା ମଧ୍ୟ ଲାଗୁ

ଓକିଲଙ୍କ ସୂଚନା ଅନୁଯାୟୀ, କୋର୍ଟ ଉଭୟଙ୍କୁ ଜଘନ୍ୟ ହତ୍ୟା ଅପରାଧରେ ଦୋଷୀ ମାନି ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହା ସହିତ ଭାରତୀୟ ଦଣ୍ଡବିଧିର ଧାରା ୩୦୨ ଅନୁଯାୟୀ ୫୦ ହଜାର ଟଙ୍କା ଏବଂ ଧାରା ୨୩୮ଏ ଅନୁଯାୟୀ ୨୦ ହଜାର ଟଙ୍କା ଜରିମାନା ଲଗାଯାଇଛି।ଏହି ମାମଲାରେ ଅଭିଯୋଗ ପକ୍ଷ ଦୃଢ଼ ଭାବରେ ନିଜ ପକ୍ଷ ରଖିଥିବାରୁ ଅପରାଧୀଙ୍କୁ ଏପରି ଦଣ୍ଡ ମିଳିଛି ବୋଲି ଓକିଲ କହିଥିଲେ। 

୩ ମାର୍ଚ୍ଚ ୨୦୨୫ରେ ହୋଇଥିଲା ହତ୍ୟା

ସୌରଭ ରାଜପୁତ ହତ୍ୟାକାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୌରଭଙ୍କ ମୃତଦେହ ତାଙ୍କ ଘରେ ଥିବା ଏକ ନୀଳ ଡ୍ରମ୍‌ରୁ ମିଳିଥିଲା। ଏହି ମାମଲାରେ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। 

ମେରଠ ନୀଳ ଡ୍ରମ୍ ହତ୍ୟାକାଣ୍ଡ: ହତ୍ୟାକାରୀ ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ

Read Entire Article
LEFT SIDEBAR AD

Hidden in mobile, Best for skyscrapers.