ARTICLE AD BOX
ଭୁବନେଶ୍ବର: ପୃଥିବୀ ପୃଷ୍ଠରେ ସମ୍ଭବ ହେଉନଥିବା ଔଷଧ ମହାକାଶରେ ତିଆରି କରାଯିବ। ଖୁବ୍ଶୀଘ୍ର ତାହା ସମ୍ଭବ ହେବାକୁ ଯାଉଛି। ଭୁବନେଶ୍ବରର ଏକ ଷ୍ଟାର୍ଟଅପ୍ ସଂସ୍ଥା ‘ସେରେନ୍ଡିପିଟି ସ୍ପେସ୍’ ଏହାର ଉପଗ୍ରହ ନମୁନାକୁ ସଫଳତାର ସହ ପରୀକ୍ଷଣ କରିଛି। ପୃଥିବୀ ବାହାରେ ଔଷଧ ଉତ୍ପାଦନ କରିବାରେ ଏହା ଭାରତର ପ୍ରଥମ ସଫଳ ଉଦ୍ୟମ ଥିଲା ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଗତବର୍ଷ ନିଜର ଯାତ୍ରା ଆରମ୍ଭ କରିଥିବା ସେରେନ୍ଡିପିିଟି ସ୍ପେସ୍ ହାଇଦ୍ରାବାଦର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚର ଏକ ବହୁ-ଉଚ୍ଚତା ବିଶିଷ୍ଟ ବେଲୁନ ବ୍ୟବହାର କରି ଏହାର ଉପଗ୍ରହକୁ ମହାକାଶ ନିକଟକୁ ପଠାଇଥିଲା। ମହାକାଶରେ ଔଷଧ କାରଖାନା ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଉତ୍ତାପନିରୋଧୀ ବ୍ୟବସ୍ଥା, ଆଭିଓନିକ୍ସ ଓ ଏକ ସ୍ବୟଂଚାଳିତ ଔଷଧ କାରଖାନା ‘ଆଲ୍କେମି’ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା। ମାତ୍ର ୬ ମାସ ମଧ୍ୟରେ କମ୍ପାନି ଏହି ବ୍ୟବସ୍ଥାକୁ ତିଆରି କରି ପରୀକ୍ଷଣ କରିଥିବା କହିଛି।
Accident: ହରିୟାଣାରେ ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍
ସେରେନ୍ଡିପିଟି ସ୍ପେସ୍ର ଏହି ପରୀକ୍ଷଣ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଛି। ପୃଥିବୀ ପୃଷ୍ଠରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରୁ ହୋଇପାରୁନଥିବା କାର୍ଯ୍ୟ ମହାକାଶ-ନିକଟ ଭଳି ଅଞ୍ଚଳରେ ସହଜରେ ହୋଇପାରିବ। ପୃଥିବୀ ପୃଷ୍ଠରେ ରହି ସମ୍ପାଦନ କରାଯାଇପାରୁନଥିବା କିମ୍ବା ଅସମ୍ଭବ ହେଉଥିବା ଅନେକ କାମ ସେଠାରେ ହୋଇପାରିବ। ପୃଥିବୀ ତୁଳନାରେ ମହାକାଶରେ ଅଣୁଗୁଡ଼ିକରେ ଭିନ୍ନ ପରିବର୍ତ୍ତନ ଘଟିଥାଏ ଯାହା ଔଷଧ ଉତ୍ପାଦନକୁ ନୂଆ ଦିଗ ଦେଇପାରିବେ। କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହା ବିକାଶ କରିଥିବା ଉପଗ୍ରହ ପୃଥିବୀ ପୃଷ୍ଠରୁ ୫୦୦ କିଲୋମିଟର ଦୂରରେ ଲୋୟର ଆର୍ଥ ଅର୍ବିଟ୍ (ଲିଓ)ରେ ଅବସ୍ଥାପିତ ହେବାକୁ ପ୍ରସ୍ତୁତ। କିଛି ସପ୍ତାହ ଓ ମାସ ପର୍ଯ୍ୟନ୍ତ ତାହା ମହକାଶରେ ରହିପାରିବ ଓ ପୁଣି ପୃଥିବୀ ପୃଷ୍ଠକୁ ଫେରିପାରିବ। ପାଣିରେ କିମ୍ବା ସ୍ଥଳ ଭାଗରେ ତାହା ସୁରକ୍ଷିତ ଭାବେ ଅବତରଣ କରିପାରିବ। ଏଥିପାଇଁ କିଛି ଉପଯୁକ୍ତ ସ୍ଥାନ ଚିହ୍ନଟ ହୋଇଛି। ଲିଙ୍କଡ୍ଇନ୍ରେ ଥିବା ତଥ୍ୟ ଅନୁସାରେ ସେରେନ୍ଡିପିଟି ସ୍ପେସ୍ର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଅନ୍ତରୀକ୍ଷ ପରିଚ୍ଛା, ଡକ୍ଟର ମୋନିକା ଜୀବନ ଏକଲ ଓ ଜୀବିତେଶ ଦେବତା ନେଉଛନ୍ତି। ଅନ୍ତରୀକ୍ଷ ଏହାର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।
Flood in Odisha: ବନ୍ୟା ପ୍ରଭାବିତ ଜିଲ୍ଲା ପାଇଁ ରିଲିଫ ସାମଗ୍ରୀ ପଠାଇଲେ ରାଜ୍ୟପାଳ

2 hours ago
1


