Marshaghai College Student Murder Case: ମର୍ଶାଘାଇ କଲେଜ ଛାତ୍ରୀ ହତ୍ୟା ମାମଲା:  ସିନ ରିକ୍ରିଏସନ ସମୟରେ ଉତ୍ତେଜନା, ପୁଲିସ ଗାଡ଼ି ଅଟକ

1 hour ago 2
ARTICLE AD BOX

ମହାକାଳପଡ଼ା (ସଞ୍ଜୟ ଦାସ): ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ଯଦୁପୁର ଗ୍ରାମର କଲେଜ ଛାତ୍ରୀ ସସ୍ମିତା ବେହେରା ହତ୍ୟା ଘଟଣାରେ ଆଜି (ସୋମବାର) ମର୍ଶାଘାଇ ପୁଲିସ ଅଭିଯୁକ୍ତକୁ ସାଥିରେ ନେଇ ସିନ୍‌ ରିକ୍ରିଏସନ୍‌ କରିଛି। ତେବେ ଅଭିଯୁକ୍ତକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଭିଯୁକ୍ତକୁ ‘ସେମାନଙ୍କ ହାତରେ ସମର୍ପି’ ଦେବା ଦାବି କରି ଲୋକମାନେ ପୁଲିସ ଗାଡ଼ି ଓ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। 

Kendrapada: ପରିତ୍ୟକ୍ତ ପୋଖରୀରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ମୃତଦେହ

ଆଜି ମାର୍ଶାଘାଇ ପୁଲିସର ଦୁଇଟି ଟିମ୍‌ ଅଭିଯୁକ୍ତ ଅରଜିତ ମହାନ୍ତିକୁ ନେଇ ଘଟଣାସ୍ଥଳ ଯଦୁପୁର ଠାରେ ପହଁଚି ସିନରିକ୍ରିଏସନ କରିଥିଲା। ଅଭିଯୁକ୍ତ କିପରି ଓ କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟାଇଥିଲା, ତାହାର ପୁନଃଚିତ୍ରଣ କରି ଦେଖାଇଥିଲା। 

Kendrapara Murder Case: ଶୋଇ ଥିବାବେଳେ ତଣ୍ଟିରେ ଚଢ଼ି ନିଶାଡ଼ି ଓ ଲମ୍ପଟ ସ୍ବାମୀଙ୍କୁ ହତ୍ୟା କ‌ଲେ ପତ୍ନୀ, ପୁଅ ଓ ଝିଅ

 ଏହି ସମୟରେ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ସିନ ରିକ୍ରିଏସନ ସରିବା ପରେ ପୁଲିସ ଯେତେବେଳେ ଅଭିଯୁକ୍ତକୁ ଥାନାର ଅନ୍ୟ ଏକ ଗାଡ଼ିରେ ନେଉଥିଲା, ସେତେବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତକୁ ସେମାନଙ୍କୁ ହସ୍ତାନ୍ତର କରିବା ଦାବି କରି ଗାଡି ଅଟକାଇଥିଲେ।

Mahakalpada college student murder case1

ତେବେ ପୁଲିସ କୌଣସିମତେ ସେଠାରୁ ଅଭିଯୁକ୍ତକୁ ମୁକୁଳାଇ ଥାନା ଅଭିମୁଖେ ପଳାଇଯାଇଥିଲା ଏହାପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିବା ସହିତ ରାସ୍ତା ଅବରୋଧ କରିଥିଲେ। ଫଳରେ ଥାନାର ଅନ୍ୟ ୨ଟି ଗାଡି ପ୍ରାୟ ୧ଘଣ୍ଟା ଧରି ଅଟକ ଥିବା ଜଣାପଡିଛି। ଖବର ଲେଖାଯିବା ବେଳକୁ ଯଦୁପୁର ଗ୍ରାମରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। 

Kendrapara Chowra Demolition: ୧୦୦ ବର୍ଷର ପୁରୁଣା ଚଉଁରା ଉଚ୍ଛେଦ ପ୍ରସଂଗ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

ସୂଚନାଯୋଗ୍ୟ, ମର୍ଶାଘାଇ କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷରେ ପଢ଼ୁଥିବା ଛାତ୍ରୀ ଜଣକ ୩୦ ଅକ୍ଟୋବର ରାତିରୁ ନିଖୋଜ ଥିଲେ। ୩୧ ତାରିଖ ପୂର୍ବାହ୍‌ଣରେ ଘର ଠାରୁ ୨ଶହ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ପ‌ୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଧାରୁଆ ଛୁରୀରେ ଛାତ୍ରୀଙ୍କ ବେକ କାଟି ହତ୍ୟା କରାଯାଇଥିଲା। ନିକଟରେ ହତ୍ୟା କରାଯାଇଥିବା ଛୁରୀକୁ ମଧ୍ୟ ପୁଲିସ ଜବତ କରିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.