Eco Friendly Diyas: ନିଆରା ଦୀପ: ଜାଳି ସାରି ମାଟିରେ ପୋତିଲେ ସେଥିରୁ ଉଠିବ ଗଛ!

1 hour ago 2
ARTICLE AD BOX

ଜୟପୁର: ସାଧାରଣ ଦୀପଠାରୁ ଭିନ୍ନ ଏହି ଗୋମୟ ଦୀପ। ଏଥିରେ ରହିଛି ତୁଳସୀ, ଅଶ୍ୱଗନ୍ଧା ଓ କ୍ୱିନୋଆ ଭଳି ଗଛର ମଞ୍ଜି। ଜୟପୁରର ଏହି ନିଆରା ପ୍ରୟାସ ପରିବେଶ ସୁରକ୍ଷା ସହ ମହିଳାଙ୍କୁ ଆତ୍ମନିର୍ଭର କରିବାର ରାସ୍ତା ଦେଖାଉଛି। ଦୀପାବଳି ଆସିଲେ ଘରେ ଘରେ ଦୀପ ଜଳାଇ ଆଲୋକର ପର୍ବ ପାଳନ କରନ୍ତି ଲୋକେ।

କିନ୍ତୁ ପର୍ବ ସରିବା ପରେ ପୋଡ଼ିଯାଇଥିବା ଦୀପର ଅବଶିଷ୍ଟକୁ ସାଧାରଣତଃ ଫିଙ୍ଗି ଦିଆଯାଏ। ହେଲେ ରାଜସ୍ଥାନର ଜୟପୁରରେ ଏଭଳି ଏକ ନିଆରା ଦୀପ ତିଆରି କରାଯାଉଛି, ଯାହା ଜଳିବା ପରେ ମଧ୍ୟ ଉପଯୋଗୀ ହୋଇପାରିବ। ଏହି ଦୀପର ଅବଶିଷ୍ଟକୁ ମାଟି କିମ୍ବା ଗଛ କୁଣ୍ଡରେ ପକାଇଲେ ଅନୁକୂଳ ପରିସ୍ଥିତିରେ ସେଥିରୁ ଗଛ ଉଠିପାରିବ।

ଦୀପରେ ମିଶାଯାଉଛି ଗଛର ମଞ୍ଜି
ଜୟପୁରର ଶ୍ରୀ ପିଞ୍ଜରାପୋଲ ଗୋଶାଳାରେ ଦେଶୀ ଗାଈର ଗୋବରରୁ ଏହି ସ୍ୱତନ୍ତ୍ର ଦୀପ ପ୍ରସ୍ତୁତ କରାଯାଉଛି। ଏହାକୁ ଗୋମୟ ଦୀପ କୁହାଯାଉଛି। ଏଥିରେ ତୁଳସୀ, ଅଶ୍ୱଗନ୍ଧା ଓ କ୍ୱିନୋଆ ଭଳି ଗଛର ମଞ୍ଜି ମିଶାଯାଉଛି। ଗୋଶାଳା ପରିଚାଳନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଯାଏଁ ପ୍ରାୟ ୧୦ ଲକ୍ଷ ଦୀପ ପ୍ରସ୍ତୁତ ହୋଇ ବିକ୍ରି ହୋଇସାରିଛି। ଚଳିତ ବର୍ଷ ୨୫ ଲକ୍ଷ ଦୀପ ତିଆରି କରିବାର ଲକ୍ଷ୍ୟ ରଖାଯାଇଛି।

ଗୋଶାଳାରେ ହେଉଛି ଦୀପ ପ୍ରସ୍ତୁତି
ଏହି ଦୀପ ପ୍ରସ୍ତୁତି କାର୍ଯ୍ୟରେ ସ୍ଥାନୀୟ ମହିଳାମାନେ ସାମିଲ ହୋଇଛନ୍ତି। ଗୋଶାଳାରେ ଏକାସାଙ୍ଗରେ ୧୦ରୁ ୧୫ ଜଣ ମହିଳା କାମ କରୁଛନ୍ତି। ପ୍ରତ୍ୟେକ ମହିଳା ଦିନକୁ ପ୍ରାୟ ୮୦୦ରୁ ୧୦୦୦ ଦୀପ ତିଆରି କରୁଥିବା ବେଳେ ଦୈନିକ ମୋଟ ୧୦ରୁ ୧୨ ହଜାର ଦୀପ ଉତ୍ପାଦନ ହେଉଛି। ମହିଳାମାନଙ୍କୁ ତାଲିମ ଦେବା ସହ ଦୀପ ତିଆରି ପାଇଁ ଆବଶ୍ୟକ ଛାଞ୍ଚ ମଧ୍ୟ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନେ ନିଜେ ରୋଜଗାର କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ।

ସାର ଭାବେ ମଧ୍ୟ କରିବ କାମ
ଏହି ଦୀପ ତିଆରି ପାଇଁ ଦେଶୀ ଗାଈର ଗୋବର ପାଉଡର, କଳା ମାଟି, ଗୁଆର ଗମ୍, ଜଟାମାଂସୀ ଓ ବାଇଣ୍ଡିଂ ପାଇଁ ମଇଦା ବ୍ୟବହାର କରାଯାଉଛି। ଦୀପଗୁଡ଼ିକର ମୂଲ୍ୟ ୩ରୁ ୧୦ ଟଙ୍କା ମଧ୍ୟରେ ରହିଛି। ଏହାକୁ ସାଧାରଣ ମାଟି ଦୀପ ଭଳି ପ୍ରଥମେ ପାଣିରେ ଭିଜାଇ ଶୁଖାଇବାକୁ ପଡ଼େ ନାହିଁ। ଏହାର ଅବଶିଷ୍ଟକୁ ମାଟିରେ ମିଶାଇଲେ ସାର ଭାବେ ମଧ୍ୟ ବ୍ୟବହାର କରିହେବ। ତେବେ ମଞ୍ଜିରୁ ଗଛ ଉଠିବା ପାଇଁ ମାଟି, ପାଣି ଓ ଅନ୍ୟାନ୍ୟ ଅନୁକୂଳ ପରିସ୍ଥିତି ରହିବା ଆବଶ୍ୟକ।

ଚଳିତ ସପ୍ତାହରେ ଆବେଦନର ଶୁଣାଣି କରାଯାଇପାରିବ: ମୁଖ୍ୟ ବିଚାରପତି

ଏହି ଗୋମୟ ଦୀପର ଚାହିଦା କେବଳ ରାଜସ୍ଥାନରେ ସୀମିତ ନାହିଁ। ଉତ୍ତରପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ରାଜ୍ୟରୁ ଏହାର ଅର୍ଡର ଆସୁଛି। ଗତବର୍ଷ ଅଯୋଧ୍ୟାର ରାମ ମନ୍ଦିରକୁ ପ୍ରାୟ ୫ ଲକ୍ଷ ଦୀପ ପଠାଯାଇଥିଲା। ଏଥର ମଧ୍ୟ ଦେଶର ବିଭିନ୍ନ ସ୍ଥାନ ସହ ମରିସସ୍‌କୁ ଏହି ଦୀପ ପଠାଯାଇଛି। ଅଖିଳ ଭାରତୀୟ ଗୋଶାଳା ସହଯୋଗ ପରିଷଦ ସହ ଜଡ଼ିତ ପ୍ରାୟ ୪ ହଜାର ଗୋଶାଳାକୁ ଏହି ପ୍ରୟାସରେ ସାମିଲ କରିବାର ଯୋଜନା ରହିଛି। ଏହା ସଫଳ ହେଲେ ଗୋଶାଳାର ଆୟ ବୃଦ୍ଧି ସହ ମହିଳାଙ୍କ ପାଇଁ ନୂଆ ରୋଜଗାରର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.